• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କେମିଷ୍ଟ୍ରି ଶିକ୍ଷକ ଅମର କୁମାର ନାଥ ଗିରଫ

ବନ୍ଧା ହେଲେ ରସିକିଆ ଶିକ୍ଷକ । ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କକୁ କଳୁଷିତ କରୁଥିବା ନବରଙ୍ଗପୁର ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କେମିଷ୍ଟ୍ରି ଶିକ୍ଷକ ଅମର କୁମାର ନାଥଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୋଲିସ ।

ଛାତ୍ରଛାତ୍ରୀ ଲ୍ୟାବ୍‌ରେ ଥିବାବେଳେ ଶିକ୍ଷକ ଅମର କୁମାର ନାଥ ସେମାନଙ୍କୁ ଅଶାଳୀନ ବ୍ୟବହାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଦୀର୍ଘ ଦିନ ଧରି ସମ୍ପୃକ୍ତ ଶିକ୍ଷକ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଦୁବ୍ୟବହାର କରିବା ସହ ଅଶ୍ଳିଳ ଇଙ୍ଗିତ କରୁଥିବା ଅଭିଯୋଗ ହୋଇଆସୁଥିଲା । ସହିବାର ସବୁ ସୀମା ଟପିଯିବା ପରେ ପିଲାମାନେ ଗତ ୫ ତାରିଖରେ ସ୍କୁଲ ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ ।

ନବରଙ୍ଗପୁରର ଆଇଟିଡିଏ କର୍ତ୍ତୃପକ୍ଷ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ମଙ୍ଗଳ ଅଧିକାରୀ ସ୍କୁଲରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ଶିକ୍ଷକ ତାଙ୍କ ଚାକିରିରୁ ଇସ୍ତଫା ଦେଇଥିବା ପ୍ରିନ୍ସିପାଲ କହିଛନ୍ତି