Advertisment

ହାଇପ୍ରୋଫାଇଲ ଟେକ୍‌ନିକ୍‌: ହଲ୍‌ରେ ପରୀକ୍ଷାର୍ଥୀଙ୍କୁ ଦେଉଥିଲେ ସିଧା ଉତ୍ତର

ଜାଣି ଆଶ୍ଚର୍ଯ୍ୟ ହେବେ ସବୁ ପରୀକ୍ଷାର୍ଥୀଙ୍କ କାନରେ ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଥିଲା। ସବୁ ପରୀକ୍ଷାର୍ଥୀଙ୍କ କାନର କେନାଲରେ ଛୋଟ ବ୍ଲୁ-ଟୁଥ୍ ରଖାଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
TSPSC Paper Leak Case

ChatGPT, electronic devices used to cheat in TSPSC exams

ପ୍ରଶ୍ନପତ୍ର ଲିକ୍‌ କରି କୋଟିପତି। ChatGPTକୁ ବ୍ୟବହାର କରି ପରୀକ୍ଷା ପ୍ରଶ୍ନପତ୍ର କରାଯାଉଛି ଲିକ୍‌ । ତେଲେଙ୍ଗନା ଷ୍ଟେଟ୍‌ ପବ୍ଲିକ୍‌ ସର୍ଭିସ କମିଶନ ପ୍ରଶ୍ନପତ୍ର ଲିକ୍‌ ମାମଲା ହେବା ପରେ ସାମନାକୁ ଆସିବା ପରେ ସାଂଘାତିକ ତଥ୍ୟ। ଏହାକୁ କିପରି ଲିକ୍‌ କରାଯାଇଛି, ଜାଣିଲେ ଆଶ୍ଚର୍ଯ୍ୟ ହେବେ। ପ୍ରଶ୍ନପତ୍ରକୁ ଲିକ୍‌ କରିବା ପାଇଁ ବ୍ୟବହାର ହେଉଛି ChatGPT। SIT ଘଟଣାର ତଦନ୍ତ କରୁଥିବା ବେଳେ ଚାଞ୍ଚଲ୍ୟକର ତଥ୍ୟ ଦେଇଛି।

Advertisment

ଜଣେ ଅଭିଯୁକ୍ତ ଲାଟେଷ୍ଟ AI ଟେକ୍ନୋଲୋଜି ବ୍ୟବହାର କରି ଆସିଷ୍ଟାଣ୍ଟ ଏକ୍‌ଜ୍ୟୁଟିଭ୍‌ ଇଞ୍ଜିନିୟର(AEE) ଏବଂ ଡିଭିଜନାଲ ଆକାଉଣ୍ଟ୍ସ ଅଫିସର (DAO) ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ରକୁ ଲିକ୍‌ କରିଥିଲେ। BlueTooth Earbuds ସହାୟତାରେ ପରୀକ୍ଷାର୍ଥୀଙ୍କୁ ଉତ୍ତର କହୁଥିଲା।

ମାମଲାର ତଦନ୍ତ କରୁଥିବା ଏସ୍‌ଆଇଟି ଜଣେ ୩୫ ବର୍ଷିୟ ଯୁବକ ପୁଲା ରମେଶଙ୍କୁ ଉଠାଇ ଆଣିଥିଲେ। ଯିଏ ପେଡାପଲ୍ଲୀ ସ୍ଥିତ Telangana State Northern Power Distribution Company Limitedର ଉପଖଣ୍ଡ ଯନ୍ତ୍ରୀ। ରମେଶ କେବଳ ଏଇ ଗୋଟିଏ ପରୀକ୍ଷା ନୁହେଁ, ବରଂ ChatGPT ବ୍ୟବହାର କରି ୩ଟି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍‌ କରିଛନ୍ତି।

Advertisment

ସୂଚନା ଅନୁସାରେ ରମେଶ ୭ ଜଣ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନର ଉତ୍ତର ଯୋଗାଇଦେବେ ବୋଲି ଯୋଜନା କରିଥିଲେ। ଜାନୁଆରୀ ୨୨ ଓ ଫେବୃଆରୀ ୨୬ ହୋଇଥିବା ଦୁଇଟି ପରୀକ୍ଷାରେ ପ୍ରଶ୍ନର ଉତ୍ତର ଯୋଗାଇଦେଇଥିଲେ। ଜାଣି ଆଶ୍ଚର୍ଯ୍ୟ ହେବେ ସବୁ ପରୀକ୍ଷାର୍ଥୀଙ୍କ କାନରେ ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥା କରାଯାଇଥିଲା। ସବୁ ପରୀକ୍ଷାର୍ଥୀଙ୍କ କାନର କେନାଲରେ ଛୋଟ ବ୍ଲୁ-ଟୁଥ୍ ରଖାଯାଇଥିଲା।

ତେବେ ପ୍ରାଥମିକ ସମୟରେ କେହି ପ୍ରଶ୍ନର ଫଟୋ ଉଠାଇ ଅନ୍ୟକୁ ପଠାଇଦେଇଥିବା ପରୀକ୍ଷା ପରିଚାଳନା ମୁଖ୍ୟ ଆଶଙ୍କା କରିଥିଲେ। ପରୀକ୍ଷାର ୧୦ ମିନିଟ ପରେ ପ୍ରଶ୍ନର ସ୍ନାପସଟ୍‌ ରମେଶ ପାଖକୁ ପଠାଇଥିଲେ। ରମେଶ ChatGPT ଜରିଆରେ ସଠିକ୍‌ ଉତ୍ତର ପରୀକ୍ଷାର୍ଥୀଙ୍କୁ ଦେଇଥିଲେ। ତେବେ ସମ୍ପୃକ୍ତ ୭ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରେ ପାସ୍‌ କରାଇଦେବା ପାଇଁ ପ୍ରତ୍ୟେକ ୪୦ ଲକ୍ଷ ନେଇଥିବା ଅଭିଯୋଗ କରିଛନ୍ତି।

ମାର୍ଚ୍ଚ ୫ରେ ହୋଇଥିବା ଆସିଷ୍ଟାଣ୍ଟ ସିଭିଲ ଇଂଜିନିୟର ପରୀକ୍ଷାରେ ରମେଶ ChatGPT ବ୍ୟବହାର କରିନଥିଲେ। ବରଂ ଇଲେକ୍ଟ୍ରି ବିଭାଗରେ କାର୍ଯ୍ୟଋତ ଜୁନିୟର ଆସିଷ୍ଟାଣ୍ଟଙ୍କ ଠାରୁ ଲିକ୍‌ ପ୍ରଶ୍ନପତ୍ର ଆଣିଥିଲେ। ରମେଶ ଏହିଭଳି ଭାବେ ୩୦ ପରୀକ୍ଷାର୍ଥୀ ପ୍ରଶ୍ନପତ୍ର ବିକ୍ରି କରିବା ସହ ପ୍ରତ୍ୟେକଙ୍କ ଠାରୁ ୨୫ରୁ ୩୦ ଲକ୍ଷ ନେଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ୩୫ ଜଣ ଅଧିକ ପରୀକ୍ଷାର୍ଥୀଙ୍କ ସମେତ ସରକାରୀ ଚାକିରିଆଙ୍କ ଠାରୁ ୧୦ କୋଟି ଆଦାୟ ନେଇ ଟାର୍ଗେଟ ରଖିଥିଲା। ଗତ ମାର୍ଚ୍ଚ ସୁଦ୍ଧା ସେ ୧.୧ କୋଟି ଟଙ୍କା ନେଇଥିଲା। ତାକୁ ମଙ୍ଗଳବାର ଗିରଫ କରାଯାଇଥିବା ଜଣାପଡ଼ିଛି।

Advertisment
Advertisment