Advertisment

ଡାଲି ବଦଳରେ ଚାରୁ, ୯ ମାସରେ ଥରେ ଦେଉଛନ୍ତି ସାବୁନ ତେଲ !

ଡାଲି ବଦଳରେ ଚାରୁ ପାଣି ଦିଆଯାଉଛି । ପ୍ରତିବାଦ କଲେ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦିଆଯାଉଥିବା ପିଲାମାନେ ଅଭିଯୋଗ କରିଛନ୍ତି।

author-image
Satyendu Shekher Mishra
Rayagada Hostel

Rayagada Hostel

ହଷ୍ଟେଲର ଅବ୍ୟବସ୍ଥା ପରିଚାଳନା ଓ ଜବରଦସ୍ତି ଚୁଟି କାଟିବା ଅଭିଯୋଗରେ ୧୦୦ ଜଣ ଅନ୍ତେବାସୀ ୩ କିମି ଚାଲିଚାଲି ଯାଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣା ହେଉଛି ରାୟଗଡ଼ାରେ। ଆମ୍ବାଗୁଡ଼ା RSEWC ଉଚ୍ଚବିଦ୍ୟାଳୟର ପିଲା ଅଭିଯୋଗ କରିଛନ୍ତି, ଗତ ୯ ମାସ ବିତିଯାଇଥିଲେ ମଧ୍ୟ ତେଲ ସାବୁନ ଥରେ ଦିଆଯାଇଛି । କିନ୍ତୁ ଅନେକ ଥର ଦିଆଯାଇଥିବା ଖାତାରେ ଦର୍ଶାଇ ଅନ୍ତେବାସୀଙ୍କ ଦସ୍ତଖତ ନିଆଯାଇଛି।

Advertisment

ଡାଲି ବଦଳରେ ଚାରୁ ପାଣି ଦିଆଯାଉଛି । ପ୍ରତିବାଦ କଲେ ହଷ୍ଟେଲରୁ ବାହାର କରିଦେବାକୁ ଧମକ ଦିଆଯାଉଥିବା ପିଲାମାନେ ଅଭିଯୋଗ କରିଛନ୍ତି। ଏହା ସହିତ ଜାତିଆଣ ମନୋଭାବ, ଜବରଦସ୍ତି ଚୁଟି କାଟୁଛନ୍ତି, ହଷ୍ଟେଲରେ ଆବଶ୍ୟକୀୟ ପାଇଖାନା ନାହିଁ, ପିଇବା ପାଣିର ଅଭାବ ଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପିଲମାନେ।

ତେବେ ପ୍ରଧାନ ଶିକ୍ଷକ କହିଛନ୍ତି, ସବୁ ଅଭିଯୋଗ ମିଥ୍ୟା । କେବଳ ପାଇଖାନା ନ ଥିବା ଅଭିଯୋଗ ସତ। ସେପଟେ ସବୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଜିଲ୍ଲାପାଳ ।

Advertisment
Hostel
Advertisment
Advertisment