Advertisment

‘ଚାକିରି କରିବୁ ଆଉ କିଛି ଦବୁନି କି ?’...ଆଶାୟୀ ଅଙ୍ଗନବାଡ଼ି ପ୍ରାର୍ଥୀଙ୍କୁ ଟଙ୍କା ମାଗୁଛନ୍ତି ସିଡିପିଓ

ଅଙ୍ଗନବାଡ଼ି କର୍ମୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ଟଙ୍କା ମାଗୁଛନ୍ତି ସିଡିପିଓ। ମୂଲଚାଲ ବି କରୁଛନ୍ତି, ଟଙ୍କା ନଦେଲେ ନିଯୁକ୍ତି ନମିଳିବା ନେଇ ବି କହୁଛନ୍ତି। ଯାହାର ଏକ ଟେଲିଫୋନିକ ଅଡିଓ ଏବେ ଭାଇରାଲ୍ ହେଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
CDPO demands bribe from Anganwadi aspirant in Odisha, audio goes viral

CDPO demands bribe from Anganwadi aspirant in Odisha, audio goes viral

‘ଚାକିରି କରିବୁ ଆଉ କିଛି ଦବୁନି କି ? ଆଉ ମୁଁ ଖାଲିରେ ୟେ କରିବି ନା କ’ଣ ? ତୁ କେତେ ଆମାଉଣ୍ଟ ଦେଇପାରିବୁ...ସବୁଦିନ ପାଇଁ ଚାକିରି କରିବୁ ନା...’ ଏଭଳି ଭାବେ ଅଙ୍ଗନବାଡ଼ି କର୍ମୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ଟଙ୍କା ମାଗୁଛନ୍ତି ସିଡିପିଓ। ମୂଲଚାଲ ବି କରୁଛନ୍ତି, ଟଙ୍କା ନଦେଲେ ନିଯୁକ୍ତି ନମିଳିବା ନେଇ ବି କହୁଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ସିଡିପିଓଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି। ଯାହାର ଏକ ଟେଲିଫୋନିକ ଅଡିଓ ଏବେ ଭାଇରାଲ୍ ହେଉଛି।

Advertisment

ସୁଷମା ପ୍ରଧାନ ନାମକ ଜଣେ ଆଶାୟୀଙ୍କ ଅଭିଯୋଗ ଅନୁଯାୟୀ, ଧୁଷୁରୀ, ପଛାଲୋ ପ୍ରଧାନସାହିର ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଚାଲିଥିଲା ଏବଂ ଏଥିପାଇଁ ୩ ଜଣ ଆବେଦନ କରିଥିଲେ। ଚୟନ ପ୍ରକ୍ରିୟାକୁ ନେଇ ବିବାଦ ପରେ ଘଟଣା କୋର୍ଟକୁ ବି ଯାଇଥିଲା। ତେବେ ଅଧିକ ଶିକ୍ଷାଗତ ଯୋଗ୍ୟତା ପାଇଁ ସୁଷମାଙ୍କୁ ପଦବୀ ପାଇଁ ଯୋଗ୍ୟ ବୋଲି କହିବା ସହ ଟଙ୍କା ନେଣଦେଣ ନେଇ ଫୋନରେ କଥା ହୋଇଥିଲେ ଧାମନଗର ସିଡିପିଓ ନମିତା ଦାସ। ଏହାସହ ସରକାରୀ କ୍ୱାର୍ଟର୍ସକୁ ମଧ୍ୟ ଡାକିଥିଲେ।

ଏନେଇ ସୁଷମା ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତେବେ ଏହି ଅଡ଼ିଓଟି ନିର୍ଦ୍ଧିଷ୍ଟ ଭାବେ କେବେକାର ? କେଉଁ ପରିସ୍ଥିତିରେ ରେକର୍ଡିଂ ହୋଇଥିଲା ? ବାସ୍ତବରେ ଅଡ଼ିଓରେ କଥା ହେଉଥିବା ମହିଳା ଜଣକ କିଏ ? ସିଡିପିଓ ନମିତା ଦାସ ନା ଆଉ କିଏ ? ସେନେଇ ତଦନ୍ତ ଚାଲିଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ। ଖବର ଲେଖାଯିବା ସୁଦ୍ଧା ଘଟଣା ସମ୍ପର୍କରେ ସିଡିପିଓ ନମିତା ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Viral Audio
Advertisment
Advertisment