Advertisment

Jewellery Shop Looted: ଆସିଲା ସିସିଟିଭି ଫୁଟେଜ୍, ବନ୍ଧୁକ ଦେଖାଇ ୩ ମିନିଟ୍ ୪୫ ସେକେଣ୍ଡରେ ଲୁଟ୍

ବନ୍ଧୁକ ଦେଖାଇ ମାତ୍ର ୩ ମିନିଟ୍ ୪୫ ସେକେଣ୍ଡରେ ଲୁଟି ନେଲେ ଗହଣା ଦୋକାନ। ଗତ ଜୁନ୍ ୨୫ ତାରିଖ ସନ୍ଧ୍ୟା ସମୟରେ କେନ୍ଦୁଝର ଜିଲ୍ଲା ଜନଗହଳିପୂର୍ଣ୍ଣ ହରିଚନ୍ଦନପୁର ବଜାରରେ ଘଟିଥିଲା ଏ ଲୁଟ୍ ଘଟଣା। ଆଜି ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି।

Jewellery Shop Looted

Jewellery Shop Looted

Advertisment

ମାତ୍ର ୩ ମିନିଟ୍ ୪୫ ସେକେଣ୍ଡରେ ଲୁଟ୍ ଖେଳ ଖତମ୍ । ୨୫ ତାରିଖ ଦିନ କେନ୍ଦୁଝର ହରିଚନ୍ଦନପୁରରେ ଗହଣା ଦୋକାନରୁ କେମିତି ବନ୍ଧୁକ ମୁନରେ ଅଳଙ୍କାର ଲୁଟିଥିଲେ ହେଲମେଟ୍ ପିନ୍ଧା ଡକାୟତ, ଆସିଲା ସିସିଟିଭି ଫୁଟେଜ୍ । ଏଯାଏଁ ପୋଲିସ୍ ହାତ ଖାଲି ।

Advertisment

ବନ୍ଧୁକ ଦେଖାଇଲେ ଭୟଭୀତ କଲେ ଓ ଲୁଟି ନେଲେ ଗହଣା ଦୋକାନ। ଗତ ଜୁନ୍ ୨୫ ତାରିଖ ସନ୍ଧ୍ୟା ସମୟରେ କେନ୍ଦୁଝର ଜିଲ୍ଲା ଜନଗହଳିପୂର୍ଣ୍ଣ ହରିଚନ୍ଦନପୁର ବଜାରରେ ଘଟିଥିଲା ଏ ଲୁଟ୍ ଘଟଣା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଘଟଣା ଦିନ ୪ ଜଣ ଦୁର୍ବୃତ୍ତ ହେଲମେଟ୍ ପିନ୍ଧି ଗହଣା ଦୋକାନରେ ପଶି ବନ୍ଧୁକ ଦେଖାଇ ସମସ୍ତ ସୁନା ଗହଣା ଲୁଟି ନେଇଥିଲେ। ସୁନାଗହଣା ଦେବାରେ ବିଳମ୍ବ କରିବାରୁ ୨ଜଣଙ୍କୁ ମାଡ଼ ମାରିଥିଲେ। କେବଳ ଏତିକି ନୁହେଁ, ଦୋକାନର Show Case ଉପରେ ଜଣେ ଦୁର୍ବୃତ୍ତ ଚଢ଼ିଯାଇ ଦୋକାନରେ ଥିବା ନଗଦ ଟଙ୍କା ମଧ୍ୟ ନେଇ ଯାଇଥିଲେ।

Advertisment

ପରେ ଦୁର୍ବୃତ୍ତମାନେ Show Case ଭିତରେ ଅନ୍ୟ କୌଣସି ଗହଣା ରହି ଯାଇଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରିଥିଲେ। ମାତ୍ର ୩ମିନିଟ୍ ୪୫ ସେକେଣ୍ଡର ଏହି ଭିଡିଓରେ କିଭଳି ଭାବେ ସୁନା ଦୋକାନରୁ ସମସ୍ତ ସୁନାଗହଣା ସହ, ନଗଦ ଟଙ୍କା ନେଇ ଦୁର୍ବୃତ୍ତ ଫେରାର୍ ହୋଇଗଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ୨ଟି ବାଇକ୍ ରେ ଆସି ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇ ଫେରାର ମାରିଥିଲେ। ପୋଲିସ ଏଯାଏ କାହାରିକୁ ଗିରଫ କରିନାହିଁ ।

ଅଧିକ ପଢନ୍ତୁ: ଅଳିଆ ଭର୍ତ୍ତି ଟ୍ରକରୁ ମିଳିଲା ମହିଳାଙ୍କ ମୃତଦେହ, ୨୦ ଘଣ୍ଟାରେ ଗିରଫ ହେଲା ପ୍ରେମିକ

Advertisment
Gold Loot From Jewellery Shop Loot CCTV Footage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ