Advertisment

ସାବଧାନ !! ଘରେ ମେଡ୍‌ ରଖୁଛନ୍ତି କି ? ନଜର ହଟିଲେ ବୁଲାଇଦେବେ କଳାକନା

ରାଜଧାନୀରେ ଏବେ ପ୍ରତ୍ୟେକ ଦିନ ଚୋରି ଓ ଲୁଟ୍ ଘଟଣା ନଜରକୁ ଆସୁଛି। ଝାରପଡ଼ାର ଜଗନ୍ନାଥ ନଗରରେ ଘରେ କାମ କରୁଥିବା ଜଣେ ମେଡ୍ ଦ୍ୱାରା ଆଲାମିରାରୁ ଟଙ୍କା ଚୋରି ଘଟଣା ସିସିଟିଭିରେ କଏଦ୍ ହେବା ପରେ ବଢ଼ିଛି ଚିନ୍ତା।

author-image
Manoranjan Behera
Loot

Loot

ଘର କାମରେ ସହଯୋଗ ପାଇଁ କୌଣସି ସହାୟକ କିମ୍ବା ମେଡ୍ ରଖିଛନ୍ତି କି? ବୟସାଧିକ ହେବାରୁ ଦେଖାଶୁଣା ପାଇଁ କେୟାଟେକର ଅଛନ୍ତି କି? କିମ୍ବା ସୁରକ୍ଷା ପାଇଁ ଘରୋଇ ସିକ୍ୟୁରିଟି ନିୟୋଜିତ କରିଛନ୍ତି କି? ଯଦି ହଁ, ସେମାନଙ୍କର ସମସ୍ତ ବିବରଣୀ ପୁଣି ଥରେ ଚେକ୍ କରିନିଅନ୍ତୁ । କାରଣ ଘରେ କାମ କରୁଥିବା ଲୋକ ଯେ କୌଣସି ମୁହୂର୍ତ୍ତରେ କଳାକନା ବୁଲାଇ ଦେଇପାରନ୍ତି ।

Advertisment

ଭୁବନେଶ୍ୱର ଜଗନ୍ନାଥ ନଗରରେ ରହୁଥିବା ବିଭୁ ପ୍ରସାଦ ମହାପାତ୍ରଙ୍କ ଘରର ଆଲମାରି ଖୋଲି, ସେଥିରୁ ବେଶ୍ ସହଜ ଢଙ୍ଗରେ ଟଙ୍କା ଚୋରି କରିନେଇଛନ୍ତି ଘରେ କାମ କରୁଥିବା ମେଡ୍ ଜଣକ । ହେଲେ ସବୁତକ ଟଙ୍କା ନ ନେଇ ଅତି ଚାଲାକିର ଟଙ୍କା ବିଡାକୁ କିଛି ନୋଟ୍ ସେ କାଢ଼ି ନେଇଯାଉଛି । ଯେମିତି କେହି ଏ ସଂପର୍କରେ ଟେର୍ ପାଇବେ ନାହିଁ । ତେବେ ଟଙ୍କା ଗଣିବା ପରେ କମ୍ ଥିବା ଜଣାପଡ଼ିଥିଲା । ଆଉ ଘର ମାଲିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ସେଥିରୁ
ସବୁ ଘଟଣା ଧରା ପଡ଼ିଯାଇଥିଲା । ଏ ନେଇ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଏହାର ତଦନ୍ତ କରୁଛି ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ଖଣ୍ଡଗିରି ପୋଲିସ ମଧ୍ୟ ଗତ ନଭେମ୍ବର ୬ ତାରିଖରେ ତାପସ ନାୟକ ନାମକ ଜଣେ ଯୁବକଙ୍କୁ ଏଭଳି ଏକ ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଖଣ୍ଡଗିରି ଥାନା କ୍ରିଷ୍ଣା ଗାର୍ଡେନରେ ରହୁଥିବା ୮୨ ବର୍ଷିୟା ସୁଜାତା ମହାନ୍ତିଙ୍କ ଘରୁ ସୁନାଗହଣା ଚୋରି ଅଭିଯୋଗରେ ଘରର କେୟାର ଟେକର ତାପସକୁ ପୋଲିସ ଗିରଫ କରିବା ସହ ଚୋରି ଗହଣାଗାଣ୍ଠି ଜବତ କରିଥିଲା ।

Advertisment

ହାଇସିକ୍ୟୁରିଟି ମଧ୍ୟରେ ଥିବା ରାଜଧାନୀରେ ଗତ କିଛି ମାସ ମଧ୍ୟରେ ପାଖାପାଖି ୧୨ଟି ଆପାର୍ଟମେଣ୍ଟରେ ଚୋରି ହୋଇଥିବା ଅଭିଯୋଗ ଆସିଛି । ଏହାପରେ ଘରେ କାମ କରୁଥିବା ସହାୟିକା, ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ସହ ଘରେ ଅନ୍ୟାନ୍ୟ ସେବା ଯୋଗାଉଥିବା ବ୍ୟକ୍ତି ବିଶେଷ ଉପରେ ସନ୍ଦେହ ବଢିଛି।

Loot CCTV Footage
Advertisment
Advertisment