Advertisment

ଅଭୟା କାଣ୍ଡକୁ ୨୩ଦିନ; କ୍ରାଇମ୍ ସ୍ପଟରେ ସିବିଆଇର ତନାଘନା

କୋଲକାତା ଆରଜି କର ମେଡିକାଲ୍ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲା। ତଦନ୍ତକୁ ଆହୁରି ବ୍ୟାପକ କରିଛି ସିବିଆଇ।

author-image
Sonali Ojha
ଅଦ୍ୟତନ ହୋଇଛି
CBI Investigates Crime Spot Of RG Kar Medical College

CBI

କୋଲକାତା ଆରଜି କର ମେଡିକାଲ୍ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲା। ତଦନ୍ତକୁ ଆହୁରି ବ୍ୟାପକ କରିଛି ସିବିଆଇ। ଗତକାଲି ରାତିରେ ସିବିଆଇ ଟିମ୍ ଆରଜି କର ମେଡିକାଲର କ୍ରାଇମ ସ୍ପଟ ସେମିନାର ହଲକୁ ଯାଇ ସେଠାରେ ତନାଘନା କରିଛି। ଏଥିସହ ହସ୍ପିଟାଲ୍ ଏମର୍ଜେନ୍ସୀ ବିଲ୍ଡିଂ, ବୟଜ ହଷ୍ଟେଲ, ପ୍ରିନ୍ସିପାଲ ଅଫିସ୍ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍।

Advertisment

ଅଭିଯୋଗ ହୋଇଛି, କୋଲକାତା ପୋଲିସ କ୍ରାଇମ୍ ସ୍ପଟକୁ ପରିବର୍ତ୍ତନ କରିଛି। ସୁପ୍ରିମକୋର୍ଟରେ ଅଭୟାକାଣ୍ଡର ଶୁଣାଣି ବେଳେ ଅପରାଧ ସ୍ଥଳରେ କିଛି ଗଡ଼ବଡ଼ ଥିବା କହିଥିଲା ସିବିଆଇ। ଅଭିଯୋଗକୁ କୋଲକାତା ପୋଲିସ ଖଣ୍ଡନ କରିଥିବା ବେଳେ ଗତକାଲି କ୍ରାଇମ ସ୍ପଟରେ ତନାଘନା ତଦନ୍ତ କରିଛି ସିବିଆଇ।

ଅଧିକ ପଢ଼ନ୍ତୁ: ତ୍ୱରିତ ନ୍ୟାୟକୁ ରାଷ୍ଟ୍ରପତିଙ୍କ ଗୁରୁତ୍ୱ; କହିଲେ, ବଦଳୁ ‘ତାରିଖ ପରେ ତାରିଖ’ ସଂସ୍କୃତି

Advertisment

ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଏହାରି ଭିତରେ ୨୩ ଦିନ ପୂରିଛି। ତାଙ୍କୁ ନ୍ୟାୟ ଦାବିରେ ସାରା ପଶ୍ଚିମବଙ୍ଗରେ ଆନ୍ଦୋଳନ ଥମିବାର ନାଁ ଧରୁନି। ପ୍ରତିଦିନ ବିଭିନ୍ନ ସଂଗଠନ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ପ୍ରତିବାଦ ଓ ବିକ୍ଷୋଭ କରୁଛନ୍ତି। ଗତ ୯ ତାରିଖରେ ଆରିଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର୍ ହଲରେ ଅଭୟାଙ୍କୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଛି।

CBI Rape Case Murder Case
Advertisment
Advertisment