• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କି ଦୁଃଖ ! ମତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହି କହିପାରିବେ ନାହିଁ । ଛାତ ଉପରେ ଛିଡ଼ା ହୋଇ ମୋବାଇଲରେ ସୁଟ୍‌ କରୁଥିଲେ ଭିଡିଓ । ହଠାତ ଫୁଟିଲା ଗୁଳି । ଚାଲିଗଲା ନୀରିହ ଜୀବନ । ପୁରା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ହୋଲି ଭଳି ଦିନରେ ଏଭଳି ଏକ ଅଘଟଣ ଘଟିଛି । ଆଉ ଏହି ଘଟଣା ବିହାରରୁ ସାମ୍ନାକୁ ଆସିଛି ।

ଜଣେ ବିଇଡି ଛାତ୍ର ଘରର ଛାତ ଉପରେ ଛିଡ଼ା ହୋଇଥିଲେ । ସେ ଦେଖିଲେ ଘର ତଳେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଲାଗିଛି । ମାରପିଟ ଚାଲିଛି । ଠେଲା ପେଲା ବି ଚାଲିଛି । କିଛି ଲୋକ ବନ୍ଧୁକ ଧରି ମଧ୍ୟ ବୁଲୁଛନ୍ତି । ଆଉ କିଛି ଲୋକ ଗଣ୍ଡଗୋଳକୁ ରୋକିବାକୁ ଚେଷ୍ଟା କରୁଛନ୍ତି । ଏହା ଦେଖି ସେ ଏହି ପୁରା ଘଟଣାର ଚିତ୍ର ଉତ୍ତୋଳନ ପାଇଁ ମୋବାଇଲ ବାହାର କରି ଭିଡିଓ ରେକର୍ଡିଂ କରୁଥିଲେ ।

ଅଚାନକ ଘର ତଳେ ଚାଲିଥିବା ଗଣ୍ଡଗୋଳରୁ କେହି ଜଣେ ବ୍ୟକ୍ତି ବନ୍ଧୁକ ମୁନ ଉପରକୁ କରି ଗୁଳି ଫୁଟାଇଥିଲେ । ଆଉ ସେହି ଗୁଳି ଆସି ସିଧା ସଳଖ ବାଜିଥିଲା, ଭିଡିଓ ରେକର୍ଡିଂ କରୁଥିବା ଛାତ୍ରଙ୍କ ଦେହରେ । ଆଉ ସେଇଠି ଟଳି ପଡ଼ିଥିଲେ ଛାତ୍ର । ବୁଧବାର ହୋଲି ଖେଳରେ ସମସ୍ତେ ମସଗୁଲ ଥିବା ବେଳେ ଏହି ଅଘଟଣ ଘଟିଛି । ବାଘଲପୁର ନଉଗାଛିଆ ପୋଲିସ ଷ୍ଟେସନ୍‌ ଅଧିନରେ ଥିବା ରାଜେନ୍ଦ୍ର କଲୋନୀରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । 

ମୃତ ବିଇଡି ଛାତ୍ରଙ୍କ ନାମ ଆଶିଷ କୁମାର ବୋଲି ଜଣାପଡ଼ିଛି । ସେ ଏବେ ବରାରି ଶିକ୍ଷକ ପ୍ରଶିକ୍ଷଣ ସ୍କୁଲର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଗୁଳି ବାଜିବା ପରେ ପାଖରେ ଥିବା ଲୋକ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ଆଶିଷଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ସମସ୍ତେ ଏହି ଭିଡିଓ ଦେଖି ଦୁଃଖ ପ୍ରକାଶ କରିବା ସହ ଉକ୍ତ ଦୁର୍ବୃତ୍ତମାନଙ୍କୁ ନିନ୍ଦା କରିଛନ୍ତି ।

ତେବେ ଏହି ଗଣ୍ଡଗୋଳରେ ସ୍ଥାନୀୟ କର୍ପୋରେଟର ବି ସାମିଲ ଥିଲେ । ଏନେଇ ଆଶିଷଙ୍କ ଭାଇ ନିଜେ ସୂଚନା ଦେଇଛନ୍ତି ।