• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଃ ବାଃରେ ପୋଲିସ୍‌ । ଗୋସେବକଙ୍କଠାରୁ ସୂଚନା ପାଇ ବେଆଇନ ଗୋରୁ ଚାଲାଣ ଗାଡିକୁ ତ ଅଟକାଇଲା । ହେଲେ ଉଦ୍ଧାର ଗୋରୁ ଗାଈଙ୍କୁ ଗୋସେବକଙ୍କୁ ହସ୍ତାନ୍ତର କରି ଧରାଛୁଆଁ ଦେଉନି ପୋଲିସ । ଏବେ ଏତେ ସଂଖ୍ୟକ ଗୋରୁ ଗାଈଙ୍କୁ ଗୋସେବମାନେ ରଖିବେ କେଉଁଠି ? ସେନେଇ ଚିନ୍ତାରେ ପଡ଼ିଛନ୍ତି । କେମିତି ରଖିବେ କୋଉଠି ରଖିବେ କ’ଣ ଖାଇବାକୁ ଦେବେ ଗୋସେବକଙ୍କୁ ବୁଦ୍ଧି ବାଟ ପଶୁନି । ଏତେ ସବୁ ସତ୍ତ୍ୱେ ବାଘମାରି ପୋଲିସ ହାତବାନ୍ଧି ବସିଛି ।

ଗୋରୁ ଚାଲାଣ ଗାଡି ଆଗରେ ଥିଲା ଜଗନ୍ନାଥଙ୍କର ଚିତ୍ର । ଗାଡି ପଛରେ ମାଆଙ୍କ ଆଶୀର୍ବାଦ ଲେଖା । କିନ୍ତୁ ଗାଡି ଭିତରେ ଅତି ନିଷ୍ଠୁର ଓ ନିର୍ଦୟ ଭାବରେ ବନ୍ଧା ହୋଇ ଚାଲାଣ ହେଉଥିଲେ ୭୦ ଗାଈ । ସାଧାରଣ ଲୋକଙ୍କ ଭିନ୍ନ ଧାରଣା ସୃଷ୍ଟି କରିବାକୁ ଏଭଳି ତରିକାରେ କଣ୍ଟେନରରେ ହେଉଥିଲା ଗୋଚାଲାଣ । ହେଲେ ବିଶେଷ ସୂତ୍ରରୁ ଗୋସେବକଙ୍କ ପାଖରେ ପହଞ୍ଚିସାରିଥିଲା ଖବର ।

ଖବରପାଇ ଗୋସେବକମାନେ ଖୋର୍ଦ୍ଧା ପୋଲିସକୁ ସୂଚନା ଦେଇଥିଲେ । ଆଉ ପୋଲିସ ଗୋରୁ ଗାଡ଼ିକୁ ଅଟକାଇ ଜବତ କରିଥିଲା । ଦୁଃଖର ବିଷୟ ଗାଡି ସିନା ଜବତ କଲା, ହେଲେ ଗାଈ ଗୁଡିକ କେମିତି ସୁରକ୍ଷିତ ରହିବେ ସେନେଇ କିଛି ପଦକ୍ଷେପ ନେଲାନି ପୋଲିସ ।

ଗୋସେବକଙ୍କ ଅଭିଯୋଗ କରିଛନ୍ତି ଯେ, ପୋଲିସ ଗାଡି ଜବତ କରି ନେଇଗଲା । ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା । ହେଲେ ଉଦ୍ଧାର ଗାଈଙ୍କୁ ଗୋଶାଳା ପଠାଇବାକୁ କୌଣସି ପଦକ୍ଷେପ ନେଲାନି । ଖାଲି ସେତିକି ନୁହେଁ, ଏହାପରେ ପୋଲିସ ଗୋସେବକଙ୍କୁ ଧରାଛୁଆଁ ବି ଦେଇନଥିଲା । ୩ ଦିନ ହେଲାଣି ଗାଈଙ୍କୁ ନିଜସ୍ୱ ଉଦ୍ୟମରେ ଖାଇବାକୁ ଦେଉଛନ୍ତି ଗୋସେବକ । ପୋଲିସ କୌଣସି ପଦକ୍ଷେପ ନେଉନଥିବାରୁ କେମିତି ଏଇ ଗାଈମାନଙ୍କୁ ଖାଇବାକୁ ଦିଆଯିବ ସେଇ ଚିନ୍ତାରେ ଏବେ ଗୋସେବକ ।