• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କମିଶନରେଟ ପୋଲିସ କବଜାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ । ରାଜଧାନୀରେ କାର କାଚ ଭାଙ୍ଗି ଲୁଟ ତରାଜ ଚଳାଇଥିଲେ ବାଟୁଳି ଗ୍ୟାଙ୍ଗ୍ । ଏବେ୪ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ୍ । ଗିରଫ ଲୁଟେରା ମାନେ ପଶ୍ଚିମବଙ୍ଗ ହୁଗୁଳି ଅଞ୍ଚଳର ବୋଲି ଜଣାପଡ଼ିଛି ।

ବାଟୁଳି ମାଡ଼ କରି କାଚ ଭାଙ୍ଗିବା ସହ କାର ଥିବା ବ୍ୟାଗ୍ ଓ ଅନ୍ୟାନ ଜିନିଷ ଲୁଟ୍ କରୁଥିଲେ ଏହି ଲୁଟେରା ଗ୍ୟାଙ୍ଗ । ଗତ କିଛି ଦିନ ଧରି ରାଜଧାନୀର ଜନଗହଳି ପୂର୍ଣ୍ଣ ଅଞ୍ଚଳ ମାନଙ୍କରେ ଏମାନେ ଲୁଟତରାଜ ଚଳାଇଥିବା ବେଳେ, ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଲୁଟେରା ମାନଙ୍କ ପାଖକୁ ବାଟୁଳି, ବ୍ୟାଗ୍, ଲାପଟପ୍, ମୋବାଇଲ ଓ ୫୨ ହଜାର ଟଙ୍କା ଓ ଅନ୍ୟାନ ଜିନିଷ ଜବତ କରିଛି ପୋଲିସ ।

ଓଡ଼ିଶା, ବିହାର, ତାମିଲନାଡୁ ଭଳି ରାଜ୍ୟ ଗୁଡିକର ବିଭିନ୍ନ ସହରକୁ ଏମାନେ ଟାର୍ଗେଟ କରିଥାନ୍ତି । ଲଜରେ ରହି ଚୋରି କରିବା ସହ ଚୋରି ପରେ ଫେରାର ମାରିଥାନ୍ତି । ଓଡ଼ିଶାରେ ଏମାନଙ୍କ ନାଁରେ ୧୦ଟି ମାମଲା ଥିବା ବେଳେ, କ୍ୟାପିଟାଲ ଥାନାରେ ୫, ସହିଦନଗରରେ ୪ ଓ ଖାରବେଳନଗରରେ ଗୋଟିଏ ମାମଲା ରହିଛି । ସେହିପରି କଟକ ମାଲାଗୋଦାମ ଥାନାରେ ମଧ୍ୟ ଗୋଟିଏ ମାମଲା ରହିଛି ।