Advertisment

ଯାତ୍ରାରେ ଅଶ୍ଳୀଳ ଇଙ୍ଗିତ ପାଇଁ ଅଭିନେତ୍ରୀଙ୍କ ନାଁରେ ମାମଲା

ଏକ ଆଲବମ ଗୀତ 'ନିଆଳି ଛେନା'ରେ ନାଚିବା ବେଳେ, ବରିଷ୍ଠ ନାଗରିକଙ୍କ ମୁଣ୍ଡ ଟାଣିଦେଇଥିଲେ ଅଭିନେତ୍ରୀ ଜଣକ।

ଅଦ୍ୟତନ ହୋଇଛି
Case Registered Against Jatra Actress

Case registered against Jatra actress

Advertisment

ଚାନ୍ଦବାଲି: ଯାତ୍ରାରେ ଅଶ୍ଳୀଳ ଇଙ୍ଗିତ ପାଇଁ ଅଭିନେତ୍ରୀଙ୍କ ନାଁରେ ମାମଲା ହୋଇଛି। ଆଇଟମ୍ ଡ୍ୟାନ୍ସର ଜନୈକ ଟେଲି ଅଭିନେତ୍ରୀ ନାଁରେ ଥାନାରେ ମାମଲା କରାଯାଇଛି। ପୀତବାସ ବାରିକ ନାମକ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ସଂପୃକ୍ତ ଅଭିନେତ୍ରୀ ଅଶ୍ଳୀଳ ଇଂଗିତ କରିଥିବା ପୀତବାସ ଅଭିଯୋଗ କରିଛନ୍ତି। ପୀତବାସଙ୍କୁ ଅଭିନେତ୍ରୀଙ୍କ ଅଶ୍ଳୀଳ ଇଂଗିତ ଭିଡିଓ ଭାଇରାଲ ହୋଇଥିଲା

Advertisment

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପାଟଣମଙ୍ଗଳା ଯାତ୍ରା ମଞ୍ଚରେ ଆଇଟମ୍‌ ଡ୍ୟାନ୍ସ ବେଳେ ବିବାଦ ଉପୁଜିଥିଲା। ଏକ ଆଲବମ ଗୀତ 'ନିଆଳି ଛେନା'ରେ ନାଚିବା ବେଳେ, ବରିଷ୍ଠ ନାଗରିକଙ୍କ ମୁଣ୍ଡ ଟାଣିଦେଇଥିଲେ ଅଭିନେତ୍ରୀ ଜଣକ। ଏହାପରେ ସେ ଉତ୍ତ୍ୟକ୍ତ ହୋଇ ଜୋତାରେ ପିଟିବାକୁ ଉଦ୍ୟମ କରିଥିଲେ।

ମାତ୍ର ଏତିକିରେ ସରିନଥିଲା ଏ ଘଟଣା। ଟେଲି ଅଭିନେତ୍ରୀ ସଙ୍ଗେ ସଙ୍ଗେ ମାଇକ୍ରୋଫୋନ ନେଇ ଯଦି ଖରାପ ଲାଗୁଛି ପଛକୁ ପଳାଇଯିବାକୁ କହୁଥିବା ଦେଖିବାକୁ ମିଳିଥିଲା। ଏପରିକି କିଛି ଯୁବକ ବୃଦ୍ଧ ଜଣଙ୍କୁ ଧକ୍କା ମାରିବାହାର କରିଦେଇଥିଲେ। ତେବେ ବରିଷ୍ଠ ନାଗରିକଙ୍କ ଉପରେ ଏଭଳି ବ୍ୟବହାରକୁ ସାଧାରଣରେ ଚାରିଆଡୁ ନିନ୍ଦା କରାଯାଇଥିଲା।

Advertisment

ପୀତବାସ ଥାନାରେ ଦ୍ୱାରସ୍ଥ ହେବା ସହ ଅଭିନେତ୍ରୀଙ୍କ ବିରୋଧରେ ଏତଲା ଦେଇଥିଲେ। ସେ ଗଭୀର ମାନସିକ ଆଘାତ ପାଇଥିବା ଏତଲାରେ ଦର୍ଶାଇଛନ୍ତି। ''ମୁଁ ଜଣେ ବରିଷ୍ଠ କଳାକାର ଓ ବରିଷ୍ଠ ନାଗରିକ ହୋଇଥିରୁ ଏଭଳି ଅଶ୍ଲୀଳ ଇଙ୍ଗିତ ଖରାପ ଲାଗିଥିଲା। ତେଣୁ ମୁଁ ମୁହଁକୁ ତଳକୁ କରିଦେଇଥିଲି। ତଥାପି ସେ ହି ଅଭିନେତ୍ରୀ ଜଣକ ମୋ ମୁଣ୍ଡରେ ହାତମାରି ଖରାପ ଇଙ୍ଗିତ କରିଥିବା ପୀତବାସ ଏତଲାରେ ଉଲ୍ଲେଖ କରିଛନ୍ତି।'' 

Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ