Viral Video
ଟ୍ରେନ୍ ପ୍ଲାଟଫର୍ମରେ ପଶିଲା କାର୍ । ଆମେ କୌଣସି ଫିଲ୍ମ କଥା କିମ୍ବା କୌଣସି ଫିଲ୍ମର ଷ୍ଟଣ୍ଟ ସିନ୍ କଥା କହୁ ନାହୁଁ । ଆମେ କହୁଛୁ ଏକ ସତ ଘଟଣା । ପ୍ଲାଟଫର୍ମ ଭିତରକୁ ପଶି ଆସିଛି ଏକ କାର୍ । ଏଭଳି ଏକ ଘଟଣା ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ୱର ରେଳୱେ ଷ୍ଟେସନର । କାର୍ର କିଛି କିଛି ଅଂଶ ଫ୍ଲାଟଫର୍ମରେ ରହିଥିବା ବେଳେ କିଛି ଅଂଶ ବାହାରକୁ ରହିଥିଲା । ଟ୍ରେନ ଟ୍ରାକ୍ ଆଡକୁ ଝୁଲିକି ରହିଥିଲା କାର୍ ।
ସେଠାରେ ଥିବା ଲୋକେ କିଛି ବୁଝିବା ପୂର୍ବରୁ କାର୍ ଭିତରୁ ବାହାରିଥିଲେ ଦୁଇ ଜଣ ଯୁବକ ଯୁବତୀ । ସେମାନଙ୍କ ବିରୋଧରେ ଆରପିଏଫ୍ ଏକ ମାମଲା ରୁଜୁ କରିଛି । ଏହି ଘଟଣା ହେଉଛି ଗତ ୧ ତାରିଖ ରାତିର । ରେଲୱେ ଷ୍ଟେସନ ମାଛ ଗେଟ ଖୋଲା ଥିବାବେଳେ ସେହି ପଟରୁ କାରଟି ପ୍ଲାଟଫର୍ମକୁ ପଶି ଆସିଥିଲା । କାର ଯେଉଁ ଅବସ୍ଥାରେ ଥିଲା ଆଉ ଟିକେ ହୋଇଥିଲେ ପୁରା ରେଳ ଧାରଣା ଉପରକୁ ଆସିଥାନ୍ତା । ପୋଲିସ ତନାଘନା କରିବା ପରେ କାରରୁ ମିଳିଥିଲା ମଦ ବୋତଲ । ଖାଲି ସେତିକି ନୁହେଁ କାର୍ରୁ ବାହାରିଥିବା ଉଭୟ ଯୁବକ ଯୁବତୀ ନିଶା ଗ୍ରସ୍ତ ଥିବା ଉପସ୍ଥିତ ଲୋକେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680616461.jpg)