Advertisment

କାର୍‌ ମିଳିଲା, ହେଲେ କୁଆଡ଼େ ଗଲେ ଶର୍ମିଷ୍ଠା ?

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ଶର୍ମିଷ୍ଠାଙ୍କ କାର୍‌ ମିଳିଛି।

ଅଦ୍ୟତନ ହୋଇଛି
Prime Accused Sarmistha Rout's Car Traced

Prime Accused Sarmistha Rout's Car Traced

Advertisment

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ସଂପୂର୍ଣ୍ଣ ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠାଙ୍କ କାର୍‌ ମିଳିଛି। ଏହି କାର୍‌ରେ ମାନସଙ୍କୁ ଚାନ୍ଦବାଲିରୁ ଉଠା ଯାଇଥିବା ସନ୍ଦେହ କରାଯାଉଛି। 

Advertisment

ଗତକାଲି ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ପୋଲିସ୍‌ ଧରିଥିଲା। କୁହାଯାଉଛି, ହତ୍ୟା ରହସ୍ୟ ସାମ୍ନାକୁ ଆସିବା ପରେ ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ଭାଇ ପରମେଶ୍ୱର ହିଁ ନିଭାଇଥିଲେ ମୁଖ୍ୟ ଭୂମିକା। ଶର୍ମିଷ୍ଠା ପୋଲିସ୍ ପଞ୍ଝାରୁ କେମିତି ଖସିଯାଇପାରିବେ, ସେ ନେଇ ପ୍ଲାନ୍ ପ୍ରସ୍ତୁତ କରିଥିଲା ପରମେଶ୍ୱର। 

ଅନ୍ୟପକ୍ଷେ, ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରି ସହ ଯୋଡ଼ି ହୋଇଛି ପଲିଟିକାଲ ଲିଙ୍କ୍। ହତ୍ୟା ଘଟଣା ଓ ମୁଖ୍ୟ ଅଭିଯୁକ୍ତ ଫେରାର ହେବା ପଛରେ ରାଜ୍ୟର ହାଇପ୍ରୋଫାଇଲ ନେତା-ମନ୍ତ୍ରୀଙ୍କ ହାତ ଥିବା କଥା ସିଧାସଳଖ କ୍ୟାମେରା ସାମ୍ନାରେ କହିଛନ୍ତି ମାନସଙ୍କ ପରିବାର ଲୋକେ। ଏମିତିକି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଆଣି ଏମାନଙ୍କ ବିରୋଧରେ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି ମାନସଙ୍କ ପତ୍ନୀ ଓ ଭାଇ।

Advertisment

ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ବଡ଼ ପ୍ରମାଣ ମିଳିଛି। ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ପ୍ରତି ନିରଞ୍ଜନ ଅବସର ଦିନ ଅଯାଚିତ ଅନୁକମ୍ପା ଅଜାଡ଼ି ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଥିବାବେଳେ ଶର୍ମିଷ୍ଠାଙ୍କ ପାକ୍ଷିକ ନ୍ୟୁଜ୍‌ ପେପର ସଂପୂର୍ଣ୍ଣାକୁ ଏମ୍‌ପ୍ୟାନେଲ ପାଇଁ ନିରଞ୍ଜନ ଅନୁମତି ଦେଇଥିଲେ। 

Cameraman Murder Case Cameraman Manas Swain Murder Cameraman Manas Swain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ