Advertisment

Cab Driver Murdered: ଭିଡିଓ ଦେଖାଇ ବ୍ଲାକମେଲ, ବୟଫ୍ରେଣ୍ଡ ସହ ମିଶି କ୍ୟାବ ଡ୍ରାଇଭରକୁ ହତ୍ୟା

କ୍ୟାବ ଡ୍ରାଇଭର ଭିଡିଓ ଦେଖାଇ ବ୍ଲାକମେଲ କରୁଥିବା ବେଳେ ବୟଫ୍ରେଣ୍ଡ ସହ ମିଶି ହାତୁଡିରେ ଛେଚି ହତ୍ୟା କରିଛି ୧୯ ବର୍ଷୀୟା ଯୁବତୀ। ମୁମ୍ବାଇରେ ଏହି ଘଟଣା ଘଟିଛି। ୪୩ ବର୍ଷୀୟ କ୍ୟାବ ଡ୍ରାଇଭର ସୁରେନ୍ଦ୍ର ପାଣ୍ଡେଙ୍କୁ ହତ୍ୟା କରିଛନ୍ତି ୧୯ ବର୍ଷୀୟା ରିୟା ସର୍କନିସିଂ ଓ ୨୧ ବର୍ଷୀୟ ବିଶାଲ ସିନ୍ଦେ। ରିୟା ମୁମ୍ବାଇର ଏକ ଫାର୍ମରେ ଚାକିରି ପାଇଥିବା ବେଳେ ନିକଟରେ ମୁମ୍ବାଇ ସ୍ଥାନାନ୍ତର ହୋଇଥିଲେ।

ଅଦ୍ୟତନ ହୋଇଛି
hammer

ରହିବା ପାଇଁ ସେ ଘର ଖୋଜୁଥିବା ବେଳେ ନଭି ମୁମ୍ବାଇରେ ରହିବା ପାଇଁ ଘର ଦେଇଥିଲେ ସୁରେନ୍ଦ୍ର। ୧୯ ବର୍ଷୀୟା ରିୟା ନିକଟରେ ଏକ ପ୍ରାଇଭେଟ ଫାର୍ମରେ ଚାକିରି ପାଇଥିଲେ। ପଞ୍ଜାବରୁ ସେ ଏପ୍ରିଲ ୨ ତାରିଖରେ ନଭି ମୁମ୍ବାଇର ଉଲୱେକୁ ଆସିଥିଲେ। ଘର ଖୋଜୁଥିବା ବେଳେ କ୍ୟାବ ଡ୍ରାଇଭର ସୁରେନ୍ଦ୍ରଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ସୁରେନ୍ଦ୍ର ତାଙ୍କୁ ଘର ଦେଇଥିଲେ।

ଅଧିକ ପଢ଼ନ୍ତୁ: ନୂଆ ଚାଲ୍ ନା ମୂଳପୋଛ ଭୟ?

ସୁରେନ୍ଦ୍ରଙ୍କ ଘରେ ରହିବା ସମୟରେ ବୟଫ୍ରେଣ୍ଡ ବିଶାଲ ସିନ୍ଦେ ଭେଟିବାକୁ ଆସିଥିଲେ। ବିଶାଲ ଓ ରିୟାଙ୍କ ପ୍ରାଇଭେଟ ମୋମେଣ୍ଟର ଭିଡିଓକୁ ସେମାନଙ୍କ ଅଜାଣତରେ ରେକର୍ଡ କରିଥିଲା ସୁରେନ୍ଦ୍ର। ପରେ ଭିଡିଓ ଦେଖାଇ ସେ ଉଭୟଙ୍କୁ ବ୍ଲାକମେଲ କରିଥିଲା। ସୁରେନ୍ଦ୍ର ଭିଡିଓ ଦେଖାଇ ରିୟାଙ୍କୁ ବ୍ଲାକମେଲ କରିବା ସହ ସେକ୍ସୁଆଲ ଫେଭର ମାଗିଥିଲେ।

Advertisment

ଉଭୟଙ୍କ ସହିତ ସୁରେନ୍ଦ୍ରଙ୍କ ଯୁକ୍ତିତର୍କ ହୋଇଥିଲା। ଉତକ୍ଷିପ୍ତ ବିଶାଲ ଏକ ହାତୁଡିରେ ସୁରେନ୍ଦ୍ରଙ୍କ ମୁଣ୍ଡକୁ ମାରିବା ସହିତ ତାଙ୍କୁ ହତ୍ୟା କରିଥିଲା। ଏହାପରେ ବିଶାଲ ଓ ରିୟା ଅନ୍ୟ ଏକ କ୍ୟାବ ବୁକ କରି ପୁଣେ ପଳାଇଥିଲେ। ବିଶାଲଙ୍କ ଘର ସାଙ୍ଗମନେରକୁ ଉଭୟ ଯାତ୍ରା କରିଥିଲେ। ସେଠାରେ ବିଶାଲଙ୍କ ପିତାମାତାଙ୍କୁ ଉଭୟ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ଉଭୟ ପୁଣେରେ ଆତ୍ମସମର୍ପଣ କରିବା ସହ ନଭି ମୁମ୍ବାଇ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ସୁରେନ୍ଦ୍ରଙ୍କ ଘରୁ ତାଙ୍କର ଗଳିତ ଶବ ଉଦ୍ଧାର କରିଥିଲା। ରିୟା ଓ ବିଶାଲଙ୍କୁ ୧୫ ତାରିଖ ଯାଏ ପୋଲିସ କଷ୍ଟଡିରେ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଘରୁ ଡାକି ଆଣି ବଜାର ଉପରେ ହାଣି ହାଣି ମାରିଦେଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ