• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁବକଙ୍କୁ ନିର୍ମମ ହତ୍ୟା । ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ବୁଡାମାଲ ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଗାଁର ସାନନ୍ଦ ସା ନାମକ ଜଣେ ଯୁବକଙ୍କ ଯୌନାଙ୍ଗ କାଟି ହତ୍ୟା କରାଯାଇଛି । ବିଲରେ ଯୁବକର ମୃତଦେହ ପଡ଼ି ଥିବା ଦେଖି ପୋଲିସ୍‌କୁ ଖବର ଦେଇଥିଲେ ଗାଁ ଲୋକ । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

ସୂଚନା ଅନୁସାରେଆଜି ସକାଳୁ ସକାଳୁ ଏକ ଚାଷ ଜମି ନିକଟରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ସ୍ଥାନୀୟ ଲୋକ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ମୃତକ । ସଙ୍ଗେ ସଙ୍ଗେ ଏନେଇ ପୋଲିସ୍‌କୁ ଖବର କରାଯାଇଥିଲା ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଯୁବକଙ୍କୁ କିଏ କାହିଁକି ଏଭଳି ଜଘନ୍ୟ ଭାବରେ ହତ୍ୟା କରିଛି, ସେ ସମ୍ପର୍କରେ କୌଣସି ସୂଚନା ନାହିଁ । ଏବେ ସୋହେଲା ଘଟଣାସ୍ଥଳରେ ପହଁଚି ପୋଲିସ ଓ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

  • Reported by:
  • Deepak Sharma