ପଡ଼ୋଶୀଙ୍କୁ ହାଣି ମାରିଦେଲେ
ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ସଉରା ବିକ୍ରମପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ପଡ଼ୋଶୀଙ୍କୁ ହାଣି ମାରିଦେଲେ ପଡ଼ୋଶୀ । ସଉରା ବିକ୍ରମପୁର ଗାଁର ପଣ୍ଡା ଶବର ନିଜ ପଡ଼ୋଶୀ ଚୈତନ୍ୟ ଶବରଙ୍କୁ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ପଣ୍ଡା ଶବର ପଦ୍ମପୁର ଥାନାକୁ ଯାଇ ଆତ୍ମ ସମର୍ପଣ କରିଛନ୍ତି ।
ଅଧିକ ପଢ଼ନ୍ତୁ: NEET ପରୀକ୍ଷା ପୂର୍ବରୁ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ମାଡ଼ିବସିଲା କମିଶନରେଟ୍ ପୋଲିସ
ସୂଚନା ଅନୁଯାୟୀ ଚୈତନ୍ୟ ଶବର ଗତକାଲି ସକାଳେ କୌଣସି କାମରେ ଡମ୍ବସରା ଯାଇ ମଧ୍ୟାହ୍ନ ସମୟରେ ଘରକୁ ଫେରି ନିଜ ପରିବାର ସହିତ ଖାଇବାକୁ ବସିଥିବା ବେଳେ ପଡ଼ୋଶୀ ପଣ୍ଡା ଶବର ଓ ତାଙ୍କ ପୁଅ ଆସି ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଥିଲା । କେଉଁ କାରଣରୁ ହତ୍ୟା କରିଲା ତାହା ଜାଣିନଥିବା ମୃତକଙ୍କ ସ୍ତ୍ରୀ ମାଲୁଣି ଶବର କହିଛନ୍ତି । ଏହି ସମ୍ପର୍କରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଦଳ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି । ତଦନ୍ତ ପରେ ହତ୍ୟାକାଣ୍ଡ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଥିବା ବେଳେ ହତ୍ୟାକାରୀଙ୍କୁ କଠୋର ଶାସ୍ତି ଦେବା ପାଇଁ ମୃତଙ୍କ ପରିବାର ଲୋକେ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746329643.jpg)