Encounter
ରାଜଧାନୀରେ ଏନକାଉଣ୍ଟର । ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର୍ କଲା ପୋଲିସ୍ । ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଅଞ୍ଚଳରେ ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦ ଏନକାଉଣ୍ଟର କରାଯାଉଛି । ପୋଲିସ ଗୁଳିରେ ଗୁରୁତର ହୋଇଛି ଜାମସେଦ୍ । ତା' ଗୋଡରେ ଗୁଳି ବାଜିଥିବାବେଳେ AIIMS ମେଡିକାଲରେ ଭର୍ତ୍ତି କରାଯାଇଛି । ତା' ନିକଟରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଛି ।
ଅଧିକ ପଢ଼ନ୍ତୁ: ୫୦ ହଜାର ଟଙ୍କାର ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ; ୨ ଗିରଫ
ପୋଲିସର ସ୍ୱତନ୍ତ୍ର କ୍ରାଇମ୍ ୟୁନିଟ୍ ଖଣ୍ଡଗିରି ଅଞ୍ଚଳରେ ବ୍ରାଉନସୁଗାର ମାଫିଆ ଜାମସେଦକୁ ଏନକାଉଣ୍ଟର କରିଛି । ବିଳମ୍ବିତ ରାତିରେ ଜାମସେଦ୍ ଖଣ୍ଡଗିରିକୁ ଯାଉଥିବାବେଳେ ପୋଲିସ ତା' ପିଛା କରିଥିଲା । ସେ ଖସି ପଳାଇବାକୁ ଉଦ୍ୟମ କରି ପୋଲିସ ଉପରକୁ ଗୁଳି ଚଳାଇଥିଲା । ପୋଲିସର ପାଲଟା ଗୁଳି ଚାଳନାରେ ତା'ର ଗୋଡରେ ବାଜିଥିଲା ଗୁଳି । ବର୍ତ୍ତମାନ ଅଭିଯୁକ୍ତର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
କମିଶନରେଟ୍ ପୋଲିସର ସୂତ୍ରରୁ ମିଳିଥିବା ମୁତାବକ, ଶେଖ୍ ଜାମସେଦ୍ ନିଶା କାରବାର ସହ ଜଡିତ ଅନେକ ମାମଲାରେ ସମ୍ପୃକ୍ତ ଥିଲା ଏବଂ ଏନେଇ ପୋଲିସ କିଛି ମାସ ହେଲା ତା' ଉପରେ ନଜର ରଖିଥିଲା । ଶେଷରେ ପୋଲିସକୁ ପଞ୍ଝାରେ ପଡିଛି ଏହି କୁଖ୍ୟାତ ନିଶା ବେପାରୀ ।
ତେବେ କିଛି ଦିନ ପୂର୍ବରୁ ରାଜଧାନୀର ବଡ଼ଗଡ଼ ଥାନା ଅଞ୍ଚଳରେ ବିହାରର ଦୁଇ କୁଖ୍ୟାତ ଲୁଟେରା ସୋନୁ ଯାଦବ, ମନୀଷ ଯାଦବକୁ ଏନକାଉଣ୍ଟର କରାଯାଇଥିଲା । ବିହାରର ଏହି ଦୁଇ ଲୁଟେରାଙ୍କ ନାଁରେ ୧୫ରୁ ଅଧିକ ଛିନତାଇ ମାମଲା ରହିଥିଲା । ଏମାନେ ବିହାରରୁ ଆସି ଭୁବନେଶ୍ବରରେ ଖେଳାଇଥିଲେ ବ୍ଲାକ୍ ପଲସର୍ ଆତଙ୍କ । କଳା ପଲସରରେ ଯାଇ ଛିନତାଇ କରୁଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Encounter__1744340977.jpg)