• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପୁଣି ସାମ୍ନାକୁ ଆସିଲା ଶିଶୁ ବିକ୍ରି ଅଭିଯୋଗ ।

  • ୨ ହଜାର ଟଙ୍କାରେ ମାସକର ପୁଅକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ।

ପୁଣି ସାମ୍ନାକୁ ଆସିଲା ଶିଶୁ ବିକ୍ରି ଅଭିଯୋଗ । ୨ ହଜାର ଟଙ୍କାରେ ମାସକର ପୁଅକୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ । ମୟୂରଭଞ୍ଜ ଝାରପୋଖରିଆ ଥାନା ଶଙ୍ଖାଭଙ୍ଗା ଗାଁରୁ ଆସିଛି ଏଭଳି ସାଂଘାତିକ ଖବର । ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଶିଶୁ ବିକିଥିବା ବ୍ୟକ୍ତି ଓ କିଣିଥିବା ଦମ୍ପତିଙ୍କୁ ଅଟକ ରଖି ପଚରା ଉଚରା କରୁଛି ଝାରପୋଖରିଆ ପୋଲିସ । ରାଇରଙ୍ଗପୁର ଅଞ୍ଚଳରୁ ଦମ୍ପତି ଗିରଫ ହୋଇଥିବା ବେଳେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଏହି ଘଟଣା ନେଇ ଝାରପୋଖରିଆ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ସରଳାତାର ସୁଯୋଗ ନେଇ ତାଙ୍କ ଶିଶୁପୁତ୍ରକୁ ଜୋରଜବରଦସ୍ତ ଜଣେ ଦଲାଲ ବିକ୍ରି କରିଥିବା ନେଇ ପ୍ରଥମେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ, ଶଙ୍ଖାଭଙ୍ଗା ଗାଁର ମହିଳା ଜଣକ ତାଙ୍କର ଶିଶୁପୁତ୍ରକୁ ଚିକିତ୍ସା ପାଇଁ ଦୁଇ ଦିନ ତଳେ ସିର୍ସା ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରଖାନାରେ ଶିଶୁପୁତ୍ରକୁ ଦେଖାଇ ଫେରୁଥିଲେ ମହିଳା । ଏହି ସମୟରେ ଜଣେ ଦଲାଲ ତାଙ୍କୁ ଶିଶୁପୁତ୍ରକୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ନାଁରେ ଅନ୍ୟ ଏକ ମେଡିକାଲକୁ ନେବା ପାଇଁ କହି କୌଶଳକ୍ରମେ ନେଇଯାଇଥିଲେ ।

ହେଲେ ମହିଳା ଜଣଙ୍କ ପରେ ଯେତେବେଳେ ତାଙ୍କ ପିଲାଟିକୁ ପାଇନଥିଲେ, ଏନେଇ ଗାଁ ଲୋକଙ୍କୁ କହିଥିଲେ । ଶେଷରେ ସାରସକଣା ଅଞ୍ଚଳରୁ ଅଭିଯୁକ୍ତ ଦଲାଲକୁ ଦେଖିବା ପରେ ଗାଁ ଲୋକେ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦଲାଲକୁ ପଚରାଉଚରା କରିବା ପରେ ଦମ୍ପତିଙ୍କୁ ୨ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାପଡିଥିଲା । ପୋଲିସ ଅଭିଯୁକ୍ତ ନାଁରେ ଅପହରଣ, ଶିଶୁ ଚାଲାଣ, ହତ୍ୟା ଧମକ ଆଦି ସଙ୍ଗିନ ମାମଲା ରୁଜୁ କରିଛି ।