/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711174499.jpg)
Bride Firing
ବିବାହ ଉତ୍ସବ ବେଳେ ବନ୍ଧୁକ ଚଳାଇବା ସମ୍ପୂର୍ଣ୍ଣ ବ୍ୟାନ୍ ହୋଇସାରିଛି । ଏମିତିକି ସାଧାରଣ ଲୋକ ବନ୍ଧୁକ ରଖିବା ହିଁ ଅପରାଧ ବୋଲି ଆଇନ ରହିଛି । ତେବେ ଏହି ସବୁ ଆଇନ ଉତ୍ତରପ୍ରଦେଶରେ କେତେ ପାଳନ ହେଉଛି ତାହା ଆପଣ ଅଳ୍ପେ ବହୁତେ ନିଶ୍ଚୟ ଜାଣିଥିବେ । ବିବାହ ଉତ୍ସବରେ ବନ୍ଧୁକ ଚଳାଇବା ବ୍ୟାନ୍ ଥିଲେ ବି ଉତ୍ତର ପ୍ରଦେଶରେ ଏହା ସାମାନ୍ୟ କଥା । ଯାହାର ଏକ ପ୍ରମାଣ ମଧ୍ୟ ସାମ୍ନାକୁ ଆସିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ଆଇନ କାନୁନ ଦୃଷ୍ଟିରୁ ସେହି ଭିଡିଓକୁ ଆମେ ଚାହିଁଲେ ବି ଦେଖାଇପାରିବୁ ନାହିଁ । ତେଣୁ ଆପଣ ଅନୁମାନ କରନ୍ତୁ । ଭିଡିଓରେ, ଊତ୍ତର ପ୍ରଦେଶର ଏକ ବିବାହ ଉତ୍ସବରେ ନବବଧୂ ବନ୍ଧୁକ ଚଳାଉଛନ୍ତି । ଥରେ ନୁହେଁ ବାରମ୍ବାର ଆକାଶକୁ ଗୁଳି ଫୁଟାଉଛନ୍ତି । ଭିଡିଓରେ ତାଙ୍କ ବର ମଧ୍ୟ ରହିଛନ୍ତି ।
ସେଠାରେ ଅନ୍ୟ କିଛି ଲୋକ ବି ଉପସ୍ଥିତ ଅଛନ୍ତି । ଯେଉଁମାନେ ତାଙ୍କୁ ବନ୍ଧୁକ ଚଳାଇବା ପାଇଁ ଉତ୍ସାହିତ କରୁଛନ୍ତି । ବହୁତ ‘ବଢ଼ିଆ କରୁଛ... ବହୁତ ସୁନ୍ଦର... ଗୁଳି ଶବ୍ଦ ଶୁଣି କାନ ଫାଟିଗଲା...’ ଏସବୁ ଶୁଣି ନବ ବଧୁ ଜଣକ ମଧ୍ୟ ଖୁବ୍ ଉତ୍ସାହିତ ହେଉଥିବା ଦେଖାଯାଉଛି । ଏହି ୨୩ ସେକେଣ୍ଡର ଭାଇରାଲ ଭିଡିଓରେ ଉଭୟ ବର କନ୍ୟା ଗୀତର ତାଳେ ତାଳେ ନାଚ କରୁଥିବା ମଧ୍ୟ ଦେଖାଯାଇଛି ।
ତେବେ ଭିଡିଓ ଭାଇରାଲ ହେବାର ୪-୫ ଦିନ ପରେ ଯେତେବେଳେ ତାହା ପୋଲିସ ଆଖିରେ ପଡ଼ିଲା, ସେତେବେଳେ ପୋଲିସ ଏନେଇ ଏକ ମାମଲା ରୁଜୁ କରିଛି । ଉଭୟ ବର ଓ କନ୍ୟା ବିରୋଧରେ ଗୁରୁବାର ମାମଲା ରୁଜୁ ହୋଇଛି ।
ଉତ୍ତରପ୍ରଦେଶ ମୁଜାଫରନଗରର ଖଟୁଆଲି ପୋଲିସ ଷ୍ଟେସନ ଅଧିନରେ ଆସୁଥିବା ଦୁଧଲି ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ବୋଲି ଖଟୁଆଲି ପୋଲିସ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)