/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652424598.jpg)
Bride's mother attacked for refusing to dance in marriage procession at Salepali village under Melch
ନାଚିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟା ମା'ଙ୍କୁ ହତ୍ୟା ହୋଇଥିବା ସୂଚନା ।ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ । ମୃତକ ହେଲେ କନ୍ୟାଙ୍କ ମାଆ କିଶୋରୀ ରାଜହଂସ ।
Advertisment
ସୂଚନା ଅନୁସାରେ, କିଶୋରୀଙ୍କ ଝିଅର ବାହାଘର ପାଇଁ ବରଗଡ଼ ଘେସ ନିକଟସ୍ଥ ବଡ଼ମାଲରୁ ପୁଅ ପକ୍ଷ ବରଯାତ୍ରୀ ଆସିଥିଲେ । ସେହି ଗାଁର ସୁମନ୍ତ ଓ ସୁବୋଧ ବରଯାତ୍ରୀଙ୍କ ସହ ନାଚିଥିଲେ । ହେଲେ କନ୍ୟାର ମାଆ କିଶୋରୀ ରାଜହଂସ ବରଯାତ୍ରୀଙ୍କ ସହ ନାଚିବାକୁ ସେମାନଙ୍କୁ ବାରଣ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସୁମନ୍ତ ଓ ସୁବୋଧ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ କିଶୋରୀଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)