Advertisment

ବର୍ବର ପ୍ରେମିକ ! ନାବାଳିକା ପ୍ରେମିକାର ହାତଗୋଡ଼ ବାନ୍ଧି ଖୁଆଇଲା ଗର୍ଭପାତ ବଟିକା

ଥାନାରେ ଏତଲା, ଅଭିଯୁକ୍ତ ପ୍ରେମିକ ଫେରାର

author-image
Prangyan Parimita
ଅଦ୍ୟତନ ହୋଇଛି
Abortion Pill

Abortion Pill

ଗର୍ଭବତୀ ହେବା ପରେ ବିବାହ ପାଇଁ ଜିଦ୍ କରିବାରୁ ନାବାଳିକା ପ୍ରେମିକାକୁ ଗୋଡ଼ ହାତ ବାନ୍ଧି ଜବରଦସ୍ତ ଗର୍ଭ ନିରୋଧକ ବଟିକା ଖୁଆଇଦେଲା ପ୍ରେମିକ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ପ୍ରେମିକା ଏବେ ତେଲକୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଛନ୍ତି ।

Advertisment

ମାଆ ଛେଉଣ୍ଡ ପୀଡ଼ିତାଙ୍କ ବୟସ ୧୬ ବର୍ଷ । ବାପା କାମକୁ ଗଲା ପରେ ନାବାଳିକା ଜଣକ ଏକାକୀ ଘରେ ରୁହନ୍ତି । ଏହାରି ଭିତରେ ଡ଼ିମିରିଆ ଗାଁର ଚିନ୍ମୟ ମହନ୍ତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । କେହି ନଥିବା ବେଳେ ନାବାଳିକାଙ୍କ ଘରକୁ ଆସୁଥିଲା ଚିନ୍ମୟ । ଦୀର୍ଘ ଦୁଇ ବର୍ଷର ଏ ପ୍ରେମ ସମ୍ପର୍କ । ଆଉ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ରଖୁଥିଲା ଶାରୀରିକ ସମ୍ପର୍କ । ଏହାରି ଭିତରେ ରେବୀ ଗର୍ଭବତୀ ହୋଇଯାଇଥିଲେ ।

ହେବେ ନାବାଳିକା ଜଣକ ମା’ ହେବେ ବୋଲି ଜାଣିବା ବାହାହେବା ପାଇଁ ଚିନ୍ମୟଙ୍କ ପାଖରେ ଅଳି କରିଥିଲେ । ହେଲେ ଚିନ୍ମୟ ବିଭିନ୍ନ କଥା କହି ତାଙ୍କୁ ଭୁଲେଇ ଦେଉଥିଲା । ଶେଷରେ କଥା ଯାଇ ପହଞ୍ଚିଥିଲା ଚିନ୍ମୟଙ୍କ ପରିବାର ଲୋକଙ୍କ ପାଖରେ । ସେମାନେ କିନ୍ତୁ ବାହାଘରକୁ ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ସେପଟେ କିନ୍ତୁ ଚୁପ୍‌ଚାପ୍‌ ଚିନ୍ମୟର ବାହାଘର ପାଇଁ ଝିଅ ଖୋଜିବାରେ ଲାଗି ପଡ଼ିଲେ। ଆଉ ଶେଷରେ ବାହାଘର ପାଇଁ ଝିଅ ଠିକ୍‌ ହୋଇଥିଲା । ଆସନ୍ତା ୩୦ ତାରିଖରେ ବାହାଘର କରିବା ପାଇଁ ନିର୍ବନ୍ଧ ସରିଥିଲା । ଏପଟେ ନିଜ ପିଲାକୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଆଉ ଜଣେ ଝିଅକୁ ବିବାହ କରିବା ପାଇଁ ଯୋଜନା ଆରମ୍ଭ କରିଥିଲା ।

Advertisment

ସେଥିପାଇଁ ଗତ ୭ ତାରିଖରେ କଥା ହେବା ଆଳରେ ନାବାଳିକା ପ୍ରେମିକାର ହାତଗୋଡ଼ ବାନ୍ଧି ଦେଇଥିଲା । ତା’ପରେ ଜୋର ଜବରଦସ୍ତି ଗର୍ଭନଷ୍ଟ ବଟିକା ଖୁଆଇ ଦେଇଥିଲେ । ଏସବୁ କରିବା ପରେ ଚମ୍ପଟ ମାରିଥିଲା ଧୋକାବାଜ୍‌ ଚିନ୍ମୟ ।

ଏବେ ନାବାଳିକା ଜଣକ ତେଲକୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପରିବାର ଲୋକେ ଘଟଣା ସମ୍ପର୍କରେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି । ସେପଟେ ଘଟଣା ପରେ ଅଭିଯୁକ୍ତ ପ୍ରେମିକ ଫେରାର ହୋଇଯାଇଛି । ପୋଲିସ ତାର ଫୋନ ନମ୍ବରକୁ ଟ୍ରାକ କରି ଯାଞ୍ଚ ଆରମ୍ଭ କରିଥିବା କହିଛନ୍ତି SDPO ।

Pregnant Boyfriend
Advertisment
Advertisment