• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପାଠପଢ଼ା ବୟସରେ ବାହା ହେବାକୁ ମନ । ଜୁନିୟର୍‌କୁ ମଙ୍ଗଳସୂତ୍ର ବାନ୍ଧି ଅଡ଼ୁଆରେ ନାବାଳକ । ତାମିଲନାଡୁର ଚିଦାମ୍ବରମରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କ ଗଳାରେ ମଙ୍ଗଳସୁତ୍ର ବାନ୍ଧିଥିବା ୧୭ ବର୍ଷିୟ ନାବାଳକ ଗତକାଲି ଗିରଫ ହୋଇଛନ୍ତି । ଘଟଣାର ଭିଡିଓ ଭାଇରାଲ ହେବା ପରେ ବାନ୍ଧିଲା ପୋଲିସ୍‌ । ମଙ୍ଗଳବାର ଦିନ ପୋଲିସ ନାବାଳକୁ ଗିରଫ କରିବା ସହ ସାତ ଘଣ୍ଟା ଧରି ପଚରାଉଚରା କରିଛି ।

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳୁଛି, କିଛି ଛାତ୍ରଛାତ୍ରୀ ସ୍କୁଲ୍‌ ଡ୍ରେସ୍‌ ପିନ୍ଧି ବସଷ୍ଟାଣ୍ଡରେ ଛିଡ଼ା ହୋଇଛନ୍ତି । କିଛି ପିଲା ୧୭ ବର୍ଷିୟ ନାବାଳକଙ୍କୁ ୧୨ ବର୍ଷିୟା ନାବଳିକାଙ୍କ ଗଳାରେ ମଙ୍ଗଳସୂତ୍ର ବାନ୍ଧିବାକୁ ଉସକାଉଛନ୍ତି । ତା’ପରେ ନାବଳକ ଜଣକ ପାଖରେ ଛିଡ଼ା ହୋଇଥିବା ଛାତ୍ରୀଙ୍କ ଗଳାରେ ମଙ୍ଗଲସୂତ୍ର ପିନ୍ଧାଇ ଦେଉଛନ୍ତି । ଏହି ଘଟଣା ପରେ ଉପସ୍ଥିତ ସାଙ୍ଗମାନେ ଉଭୟଙ୍କ ଉପରେ ଫୁଲ ବର୍ଷା କରନ୍ତି । ତେବେ ଏହି ସମୟର ଦୃଶ୍ୟ କିଛି କ୍ଷଣ ଭିତରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।

ଭିଡିଓ ଭାଇରାଲ୍‌ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍‌ । ଭିଡିଓ ଆଧାରରେ ଏବେ ବନ୍ଧା ହୋଇଛନ୍ତି ନାବଳକ ଜଣକ । ଭିଡିଓ ସୁଟ୍‌ କରିଥିବା ସଂପୃକ୍ତ ଛାତ୍ରକୁ ମଧ୍ୟ ଖୋଜୁଛି ପୋଲିସ୍ । ସୂଚନା ମିଳିବା ପରେ ତାଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ଏନେଇ ରାଜ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ମଧ୍ୟ ପୋଲିସ୍‌ ପକ୍ଷରୁ କୁହାଯାଇଛି ।