• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପାନେ ପାଇଲା ବ୍ଲାକମେଲର ବୟଫ୍ରେଣ୍ଡ । ପୂରା ଫିଲ୍ମ ଷ୍ଟାଇଲରେ ଧୋକାବାଜ ପ୍ରେମିକକୁ ଧରିଛି ପୋଲିସ୍‌ । ପ୍ରେମିକାଙ୍କ ସହ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ନିଜ ମୋବାଇଲ୍‌ରେ ରଖିଥିଲା ପ୍ରେମିକ । ବାରମ୍ବାର ଧମକ ଦେଉଥିଲା, ଆଉ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା । ହେଲେ ରାଜି ନଥିଲେ ପ୍ରେମିକା । ତେଣୁ ଉଭୟଙ୍କ ମଧ୍ୟରେ ଏହାକୁ ନେଇ କଥାକଟାକଟି ହୋଇଥିଲା । ଝଗଡା ବି ହୋଇଥିଲା । ଏମିତି ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁରରୁ...

ହାଇଦ୍ରାବାଦ୍‌ରେ ରହୁଥିଲେ ପ୍ରେମିକ, ଭୁବନେଶ୍ୱରରେ ରହୁଥିଲେ ପ୍ରେମିକା । ହେଲେ ପ୍ରେମରେ ଏମିତି ପାଗଳ ଥିଲେ ଯେ ପ୍ରେମିକ ହାଇଦ୍ରାବାଦରୁ ସିଧା ଚାଲିଆସିଥିଲେ ଭୁବନେଶ୍ୱର । ଏଠାରେ ପହଞ୍ଚିବା ପରେ ହୋଟେଲ୍‌ ରୁମକୁ ପ୍ରେମିକାଙ୍କୁ ଡାକିଥିଲେ ଶାରୀରିକ ସମ୍ପର୍କ ପାଇଁ । ଯେହେତୁ ପ୍ରେମିକା ରାଜି ହେଉନଥିଲେ ତେଣୁ ପୂର୍ବ ଫଟୋ ଦେଖାଇ ବ୍ଲାକ୍‌ମେଲ୍‌ କରୁଥିଲେ ପ୍ରେମିକ । କିଛି ଏମିତି ଢଙ୍ଗରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଫୋନ୍‌ କଲ୍‌...

ପ୍ରେମିକ- ହ୍ୟାଲୋ...

ପ୍ରେମିକା- କୁହ, କାମ କ’ଣ?

ପ୍ରେମିକ- ମୁଁ ଭୁବନେଶ୍ବରରୁ ହାଇଦ୍ରାବାଦ୍‌ ଆସିଛି

ପ୍ରେମିକା- ତ ମୁଁ କଣ କରିବି?

ପ୍ରେମିକ- ହୋଟେଲ୍‌ ଆସ...ନଆସିଲେ ଫଟୋ...

ପ୍ରେମିକା- ବ୍ଲାକମେଲ୍‌ କାହିଁକି କରୁଛ?

ପ୍ରେମିକ- ବ୍ଲାକ୍‌ମେଲ୍‌ ନୁହେଁ, ଭାଇରାଲ୍‌ କଥା ଭାବ

ପ୍ରେମିକା- ଧମକ ଦେଉଛ?

ପ୍ରେମିକ- ଏତେ କଥା ହେବାକୁ ସମୟ ନାହିଁ, ହୋଟେଲ୍‌ ଆସ

ବାସ୍‌ ଏତିକି କଥା ସରିବା ପରେ ଧୋକାବାଜ୍‌ ପ୍ରେମିକକୁ ପାନେ ଦେବାକୁ ଶପଥ ନେଇଥିଲେ ପ୍ରେମିକା ଜଣକ । ଖାଲି ଶପଥ ନେଇଥିଲେ ତାହା ନୁହେଁ ବରଂ ପୋଲିସ୍‌କୁ ଖବର ଦେଇଥିଲେ । ଏହାପରେ ପୋଲିସ୍‌ କରିଥିଲା ଅପରେସନ୍‌ ଧୋକାବାଜ୍‌ ପ୍ରେମିକ । ଆଉ ପ୍ରେମିକଙ୍କୁ ହେପାଜତକୁ ନେଇ କରୁଛି ପଚରାଉଚରା ।