• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଲିସ ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼ । ବ୍ରହ୍ମପୁରର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଏହି ବୋମାମାଡ଼ ହୋଇଛି । ଏକ ଘର ଉପରେ ପୋଲିସର ଚଢାଉ ବେଳେ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି ।

ସୂଚନାଯୋଗ୍ୟ ଆଜି ଏକ ଘରେ କିଛି ଦୁର୍ବୃତ୍ତ ଲୁଚି ରହିଥିବା ଖବର ପାଇ ପୋଲିସ ଚଢାଉ କରିଥିଲା । ଆଉ ସେତେବେଳେ ପୋଲିସ ଉପରକୁ ଘର ଉପରୁ ବୋମାମାଡ କରାଯାଇଥିଲା । ଗତକାଲି ଲକ୍ଷ୍ମୀ ନୃସିଂହ ସାହି ୧୨ ନମ୍ବର ଲାଇନରେ ଜଣେ ଲୋକଙ୍କ ଘର ଉପରକୁ ହୋଇଥିଲା ବୋମାମାଡ । ଆଉ ବୋମାମାଡ଼ କରିଥିବା ଯୁବକ ଶ୍ରୀକ୍ଷେତ୍ର ବିହାରରେ ଥିବା ସୂଚନା ମିଳିଥିଲା ।

ସେହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିଲା । ତେବେ ସୌଭାଗ୍ୟବଶତଃ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛି ପୋଲିସ ଟିମ୍‌ । ଏହି ଘଟଣାରେ ୩ ଜଣକୁ ଅଟକ ରଖାଯାଇଥିଲା ।