Advertisment

Actress Cousin Murdered:ଅଭିନେତ୍ରୀ ହୁମା କୁରେଶୀଙ୍କ ସଂପର୍କୀୟ ଭାଇଙ୍କୁ ହତ୍ୟା, ପୋଲିସ ଦୁଇ ଜଣକୁ ଗିରଫ କରିଛି

ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୋଲିସ ଦୁଇ ଜଣକୁ ଗିରଫ କରିଛି ଏବଂ ହତ୍ୟାରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ କରିଛି। ପୋଲିସ ଅଧିକାରୀ ଜଣାଇଛନ୍ତି ଯେ ନିଜାମୁଦ୍ଦୀନ ଥାନା ଅଞ୍ଚଳର ଜଙ୍ଗପୁରା ଭୋଗଲ ବଜାର ଲେନରେ ପାର୍କିଂ ବିବାଦରୁ ଏହି ହତ୍ୟା ଘଟିଛି।

ଅଦ୍ୟତନ ହୋଇଛି
Murdered

Murdered

Advertisment

ଦିଲ୍ଲୀର ନିଜାମୁଦ୍ଦୀନରେ ବଲିଉଡ ଅଭିନେତ୍ରୀ ହୁମା କୁରେଶୀଙ୍କ ସଂପର୍କୀୟ ଭାଇ ଆସିଫ କୁରେଶୀଙ୍କୁ ହତ୍ୟା କରାଯାଇଛି। ଜଣାପଡ଼ିଛି ଯେ ପାର୍କିଂକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏତେ ବଢ଼ିଗଲା ଯେ ଆସିଫଙ୍କୁ ହତ୍ୟା କରାଗଲା। ଜଣେ ବ୍ୟକ୍ତି ନିଜ ସ୍କୁଟି ଆସିଫଙ୍କ ଘର ବାହାରେ ରଖିଥିଲେ। ଆସିଫ ସ୍କୁଟି ହଟାଇବାକୁ କହିବାରୁ ଝଗଡ଼ା ଆରମ୍ଭ ହେଲା ଓ କଥା ହତ୍ୟା ପର୍ଯ୍ୟନ୍ତ ଚାଲିଗଲା ।

Advertisment

ଆସିଫଙ୍କ ପତ୍ନୀ କହିଛନ୍ତି ଯେ ଛୋଟ କଥାକୁ ନେଇ ଅଭିଯୁକ୍ତମାନେ ନିର୍ମମ ଭାବେ ଏହି ଅପରାଧ କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ମଧ୍ୟ ପାର୍କିଂ ବିବାଦକୁ ନେଇ ତାଙ୍କ ସ୍ୱାମୀଙ୍କ ସହ ଅଭିଯୁକ୍ତଙ୍କ ଝଗଡ଼ା ହୋଇଥିଲା। ଆସିଫଙ୍କ ପତ୍ନୀ କହିଛନ୍ତି, ମୋ ସ୍ୱାମୀ କାମରୁ ଫେରି ଘରେ ପହଞ୍ଚିବା ବେଳେ ଘର ସାମ୍ନାରେ ପଡ଼ୋଶୀଙ୍କ ସ୍କୁଟି ରହିଥିଲା। ସେ ଏହାକୁ ହଟାଇବାକୁ କହିଥିଲେ, କିନ୍ତୁ ପଡ଼ୋଶୀ ସ୍କୁଟି ହଟାଇବା ପରିବର୍ତ୍ତେ ତାଙ୍କ ସହ ଝଗଡ଼ା ଆରମ୍ଭ କରିଥିଲେ ଓ କୌଣସି ତୀକ୍ଷ୍ଣ ଅସ୍ତ୍ର ଦ୍ୱାରା ତାଙ୍କୁ ହତ୍ୟା କରିଥିଲେ।

ଅଧିକ ପଢ଼ନ୍ତୁ:ନବମ ଶ୍ରେଣୀରେ ପଢୁଥିବା ଝିଅ ସହ ମିଶି ବ୍ୟବସାୟୀ ସ୍ୱାମୀଙ୍କୁ ହତ୍ୟା କଲା ପତ୍ନୀ, କଟା କାନ ଖୋଲିଦେଲା ରହସ୍ୟ

Advertisment

ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୋଲିସ ଦୁଇ ଜଣକୁ ଗିରଫ କରିଛି ଏବଂ ହତ୍ୟାରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ କରିଛି। ପୋଲିସ ଅଧିକାରୀ ଜଣାଇଛନ୍ତି ଯେ ନିଜାମୁଦ୍ଦୀନ ଥାନା ଅଞ୍ଚଳର ଜଙ୍ଗପୁରା ଭୋଗଲ ବଜାର ଲେନରେ ପାର୍କିଂ ବିବାଦରୁ ଏହି ହତ୍ୟା ଘଟିଛି।

Advertisment

ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ବେଳେ ସ୍କୁଟିକୁ ଗେଟରୁ ହଟାଇ ପାର୍ଶ୍ୱରେ ରଖିବାକୁ ନେଇ ବିବାଦ ହେବାରୁ ଅଭିଯୁକ୍ତମାନେ ଆସିଫ କୁରେଶୀଙ୍କ ଉପରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ଆସିଫଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଧିକ ପଢ଼ନ୍ତୁ: ସମୂହ ଜୀବନ ହାରିଲେ ଗୋଟିଏ ପରିବାରର ୪ ସଦସ୍ୟ; ମହିଳା ଓ ପ୍ରେମିକ ଗିରଫ

Murder Huma Qureshi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ