Advertisment

‘ମୋ ପୁଅକୁ ମାରି ଦେଇଛନ୍ତି, ମୃତ୍ୟୁ ଦିନ ମୋ ସହ ସେ ଭିଡିଓ କଲିଂରେ କଥା ହୋଇଥିଲା’

ପୁଅକୁ ହତ୍ୟା କରାଯାଇଥିବା ନେଇ ନିଶାନ୍ତଙ୍କ ବାପା, ମା’ ଅଭିଯୋଗ ଆଣିଛନ୍ତି। ବଲାଙ୍ଗିରରେ ପହଞ୍ଚିବା ପରେ ନିଶାନ୍ତଙ୍କ ବାପା, ମା’ ଏହି ହତ୍ୟା ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
MBBS Student Death: Family Alleges Murder

MBBS Student Death: Family Alleges Murder

ରହସ୍ୟ ଘେରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ। କେମିତି ହେଲା ମୃତ୍ୟୁ ? ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ?  ଯଦି, ନିଶାନ୍ତ ଆତ୍ମହତ୍ୟା କରିଛନ୍ତି ତା’ହେଲେ କାହିଁକି ସେ ଏଭଳି ଚରମ ପଦକ୍ଷେପ ନେଲେ ? ଏଭଳି ନାନା ପ୍ରଶ୍ନ ଏବେ ସୃଷ୍ଟି ହୋଇଥିବା ବେଳେ ପୁଅକୁ ହତ୍ୟା କରାଯାଇଥିବା ନେଇ ନିଶାନ୍ତଙ୍କ ବାପା, ମା’ ଅଭିଯୋଗ ଆଣିଛନ୍ତି। ବଲାଙ୍ଗିରରେ ପହଞ୍ଚିବା ପରେ ନିଶାନ୍ତଙ୍କ ବାପା, ମା’ ଏଭଳି ଅଭିଯୋଗ ଆଣିଛନ୍ତି।

Advertisment

ପୂର୍ବରୁ ରାଗିଂ ହେଉଥିବା କଥା ନିଶାନ୍ତ ପରିବାର ଲୋକଙ୍କୁ କହିଥିଲେ। ଏପରିକି ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରାଯାଉଛି ବୋଲି ମଧ୍ୟ ନିଶାନ୍ତ କହିଥିଲେ। ମୃତ୍ୟୁ ଦିନ ଅର୍ଥାତ୍‌ ଗତକାଲି ମା’ଙ୍କ ସହ ନିଶାନ୍ତ ଭିଡିଓ କଲିଂ କରି କଥା ହୋଇଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ଓ ପରେ ଭିଡିଓ କଲିଂରେ ନିଶାନ୍ତ କଥା ହୋଇଥିବା କଥା ପରିବାର ଲୋକ କହିଛନ୍ତି। ହେଲେ ସେହିଦିନ ସନ୍ଧ୍ୟାରେ ହଷ୍ଟେଲ ଛାତରୁ ଖସି ତାଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିଲା। ପୁଅର ମୃତ୍ୟୁ ଖବର ପାଇ ନିଶାନ୍ତଙ୍କ ବାପାମା’ ହରିୟାଣାରୁ ଆସି ବଲାଙ୍ଗିରରେ ପହଞ୍ଚିବା ପରେ ପୁଅକୁ ହତ୍ୟା କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। 

ଅନ୍ୟପକ୍ଷେ, ହଷ୍ଟେଲର ୩୧୨ ନଂ ରୁମ୍‌ରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ନିଜେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛନ୍ତି।ଇଣ୍ଟର୍ନ ହଷ୍ଟେଲକୁ ଯାଇ ନିଶାନ୍ତଙ୍କ ସହପାଠୀଙ୍କୁ ପଚରାଉଚରା କରିବା ସହ ସେ ରହୁଥିବା ହଷ୍ଟେଲର ରୁମକୁ ଯାଇ ବୁଲି ଦେଖିଛନ୍ତି। ହଷ୍ଟେଲରେ ସାଇଣ୍ଟିଫିକ୍ ଯାଞ୍ଚ ସହ ତଦନ୍ତ ଆରମ୍ଭ କରିଛି ପୋଲିସ।  

Advertisment

ସେପଟେ କଲେଜରେ ରାଗିଂ ହେଉଥିବା ନେଇ ନିଶାନ୍ତଙ୍କ ପରିବାର ଲୋକ ଅଭିଯୋଗ ଆଣିଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। କ୍ୟାମ୍ପସ୍‌ରେ ରାଗିଂ ହେଉନଥିବା କଲେଜର ଡିନ୍ କହିଛନ୍ତି। ଏହାପରଠୁ ନିଶାନ୍ତଙ୍କ ମୃତ୍ୟୁକୁ ନେଇ ଆହୁରି ସସ୍‌ପେନ୍ସ ବଢ଼ିଛି। ପୋଲିସ୍ ପାଇଁ ମଧ୍ୟ ଏହି ଘଟଣାର ପ୍ରକୃତ କାରଣ ଖୋଜି ବାହାର କରିବା ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତକାଲି ପୋଲିସ୍ କ୍ୟାମ୍ପସରେ ପହଞ୍ଚି ନିଶାନ୍ତଙ୍କ ସହପାଠୀ ଓ ସିନିୟର କିଛି ଛାତ୍ରଙ୍କୁ ପଚରାଉଚରା କରିଛି। 

ସୂଚନାଥାଉ କି, ଗତକାଲି ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜର ନ୍ୟୁ ବଏଜ୍‌ ହଷ୍ଟେଲର ୫ ମହଲାରୁ ଡେଇଁ ପଡ଼ିଥିଲେ ନିଶାନ୍ତ। ସଙ୍ଗେସଙ୍ଗେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଶାନ୍ତଙ୍କ ଘର ହରିୟାଣାରେ ହୋଇଥିବା ବେଳେ ସେ MBBS ପ୍ରଥମ ବର୍ଷରେ ପଢ଼ୁଥିଲେ। ୫ ମହଲାରୁ  ଡେଇଁ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଠେଲି ଦେଇଛନ୍ତି, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। 

Bolangir Medical College Bolangir Student Death MBBS Student Death
Advertisment
Advertisment