Advertisment

ରହସ୍ୟ ଘେରରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ: ସାମ୍ନାକୁ ଆସିଲା ଚାଟିଂ

ବିଦେଶରେ ଥିବା ଜଣେ ବନ୍ଧୁଙ୍କ ସହ ନିଶାନ୍ତଙ୍କ ହ୍ୱାଟ୍ସଆପ୍‌ ଚାଟିଂ ଏବେ ସାମ୍ନାକୁ ଆସିଛି। କଲେଜରେ କିଭଳି ରାଗିଂ ଚାଲିଥିଲା ସେନେଇ ଚାଟିଂରେ ନିଶାନ୍ତ ବନ୍ଧୁଙ୍କ ଶେୟାର କରିଥିବା ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bolangir MBBS Student Death

Bolangir MBBS Student Death

ଏବେବି ରହସ୍ୟ ଘେରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ। ନିଶାନ୍ତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣି ଥିବାବେଳେ ମୃତ୍ୟୁକୁ ନେଇ ଏବେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ଏସବୁ ଭିତରେ ବିଦେଶରେ ଥିବା ଜଣେ ବନ୍ଧୁଙ୍କ ସହ ନିଶାନ୍ତଙ୍କ ହ୍ୱାଟ୍ସଆପ୍‌  ଚାଟିଂ ଏବେ ସାମ୍ନାକୁ ଆସିଛି। 

Advertisment

କଲେଜରେ କିଭଳି ରାଗିଂ ଚାଲିଥିଲା ସେନେଇ ହ୍ୱାଟ୍ସଆପ୍‌ ଚାଟିଂରେ ନିଶାନ୍ତ ବନ୍ଧୁଙ୍କ ସହ ଶେୟାର କରିଥିବା ଦେଖିବାକୁ ମିଳିଛି। ଖେଳ ପଡ଼ିଆକୁ ସିନିୟରମାନେ ଜୋର୍ ଜବରଦସ୍ତ ଡାକୁଥିଲେ ବୋଲି ନିଶାନ୍ତ ବନ୍ଧୁଙ୍କୁ କହିଥିଲେ। ଏପରିକି କଲେଜରେ ଜୁନିଅରଙ୍କୁ ଖେଳିବା ପାଇଁ ଆଦୌ ଅନୁମତି ନଥିଲା। ସେହିପରି ପାର୍କ ଯିବାକୁ ମଧ୍ୟ ଜୁନିଅରଙ୍କୁ ଅନୁମତି ନଥିବା ଚାଟିଂରେ ଉଲ୍ଲେଖ କରାଯାଇଛି। କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାକୁ ଡରୁଥିବା କଥା ନିଶାନ୍ତ ଚାଟିଂରେ ବନ୍ଧୁଙ୍କୁ କହିଥିଲେ। 

କଲେଜରେ ରାଗିଂ ହେଉଥିବା ନେଇ ନିଶାନ୍ତଙ୍କ ପରିବାର ଲୋକ ମଧ୍ୟ ଅଭିଯୋଗ ଆଣିଛନ୍ତି। ହେଲେ କଲେଜ କର୍ତ୍ତୃପକ୍ଷ ଏହାକୁ ଖଣ୍ଡନ କରିଛନ୍ତି। କ୍ୟାମ୍ପସ୍‌ରେ ରାଗିଂ ହେଉନଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି। ପୁଅକୁ ହତ୍ୟା କରାଯାଇଥିବା ନେଇ ନିଶାନ୍ତଙ୍କ ବାପା, ମା’ ଅଭିଯୋଗ ଆଣିଛନ୍ତି। ପୂର୍ବରୁ ରାଗିଂ ହେଉଥିବା କଥା ନିଶାନ୍ତ ପରିବାର ଲୋକଙ୍କୁ କହିଥିଲେ। ଏପରିକି ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରାଯାଉଛି ବୋଲି ମଧ୍ୟ ନିଶାନ୍ତ ପରିବାର ଲୋକଙ୍କୁ କହିଥିଲେ। 

Advertisment

ସୂଚନାଥାଉ କି, ଗତକାଲି ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜର ନ୍ୟୁ ବଏଜ୍‌ ହଷ୍ଟେଲର ୫ ମହଲାରୁ ଡେଇଁ ପଡ଼ିଥିଲେ ନିଶାନ୍ତ। ସଙ୍ଗେସଙ୍ଗେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଶାନ୍ତଙ୍କ ଘର ହରିୟାଣାରେ ହୋଇଥିବା ବେଳେ ସେ MBBS ପ୍ରଥମ ବର୍ଷରେ ପଢ଼ୁଥିଲେ। ୫ ମହଲାରୁ  ଡେଇଁ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଠେଲି ଦେଇଛନ୍ତି, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। 

Bolangir MBBS Student Death Bolangir Medical College Bolangir Student Death MBBS Student Death
Advertisment
Advertisment