Advertisment

ଖୋଲିବ ତ ନକଲି ସାର୍ଟିଫିକେଟ୍ କେଳେଙ୍କାରୀର ଗୁମର?

ବଲାଙ୍ଗିରରେ କ୍ରାଇମବ୍ରାଞ୍ଚର ଖୋଳତାଡ ଆରମ୍ଭ

ଅଦ୍ୟତନ ହୋଇଛି
undefined

fake certificate case

Advertisment

ଜାଲ ସାର୍ଟିଫିକେଟକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ପରେ କେନ୍ଦ୍ରସ୍ଥଳ ବଲାଙ୍ଗିରରେ କ୍ରାଇମବ୍ରାଞ୍ଚର ତନାଘନା । ତଦନ୍ତର ପ୍ରଥମ ଦିନରେ ପୋଲିସ ପାଖରୁ କେଶ ନେଇ ରାକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରରେ ଛାନଭିନ୍ କରିଛି ୫ ଜଣିଆ ଟିମ୍। ଆଉ ଏପଟେ ଜାଲ ସାର୍ଟିଫିକେଟରେ ବିଜେଡି ଲିଙ୍କ ଥିବାରୁ ତଦନ୍ତକୁ ବାଟବଣା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ବୋଲି ଅଭିଯୋଗ କରି ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଯାହାର ଜବାବ ରଖିଛି ବିଜେଡି।...

Advertisment

ବଲାଙ୍ଗିର ରେ ନକଲି ସାର୍ଟିଫିକେଟ୍ କେଳେଙ୍କାରୀର ତନାଘନା ପୋଲିସ ପରେ କ୍ରାଇମବ୍ରାଞ୍ଚ କାଲି ବଲାଙ୍ଗିର ପହଞ୍ଚିବା ପରେ ଆଜି ପ୍ରଥମେ ପୋଲିସଠୁ ମାମଲା ନେବା ପରେ ତଦନ୍ତ ଆରମ୍ଭ କରି ଦେଇଛି ୫ ଜଣିଆ କ୍ରାଇମ୍ ବ୍ରାଞ୍ଚ ଟିମ୍ । ପ୍ରଥମ ଦଫାରେ ଟିମର ସଦସ୍ୟମାନେ ନକଲି ସାର୍ଟିଫିକେଟର ଅସଲି କାର୍ପଟଦାର ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରକୁ ଯାଇ ଥିଲେ । ସେଠାରେ ଜଣେ ଦୁଇ ଜଣଙ୍କୁ ପଚରାଉଚରା କରିବା ପରେ ରବିବାର ସତ୍ତ୍ୱେ ବି ସେଠୁ ସିଧା ମୁଖ୍ୟ ଡାକଘର ପହଞ୍ଚି ଛାନଭିନ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

ମିଳିଥିବା ସୂଚନା ଅନୁଯାୟୀ ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରରେ କିଏ କେଉଁ ବିଷୟରେ ପାଠ ପଢାଉଥିଲା, ତାର ଏକ ତାଳିକା ସଂଗ୍ରହ କରୁଛି କ୍ରାଇମବ୍ରାଞ୍ଚ। ଏସବୁ ବାଦ କେଉଁମାନେ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସହ ଘନିଷ୍ଠ ଥିଲେ ? ଏ ନକଲି କାରବାରରେ କାହାର ସଂପୃକ୍ତି ଥିଲା ? ଗାଁ ଗାଁରୁ କିଏ ପ୍ରାର୍ଥିଙ୍କୁ ବୁଝାଇ ସାର୍ଟିଫିକେଟ ଦେବା ପାଇଁ ପାଣ୍ଠି ସଂଗ୍ରହ କରୁଥିଲା ? ନା ମନୋଜ ମିଶ୍ର ସିଧାସଳଖ ଟଙ୍କା ନେଇ ସାର୍ଟିଫିକେଟ ଦେଉଥିଲେ ? ଏସବୁର ପ୍ରାରମ୍ଭିକ ଖୋଳତାଡ଼ ଆରମ୍ଭ କରିବା ସହ ଚେର ଖୋଜିବାକୁ ଆଗକୁ ରାଜ୍ୟ ବାହାରକୁ ଟିମ୍ ଯିବା ନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଦଳକୁ ଲିଡ୍ କରୁଥିବା କ୍ରାଇମବ୍ରାଞ୍ଚ ଡିଏସପି । ହେଲେ କ୍ରାଇମବ୍ରାଞ୍ଚର ଏ ତଦନ୍ତକୁ ନେଇ କିନ୍ତୁ ବଲାଙ୍ଗିର ସହରର ବୁଦ୍ଧିଜୀବିଙ୍କ ଆଶା ଠାରୁ ଆଶଙ୍କା ଅଧିକ।...

Advertisment

ଏପଟେ ନକଲି ସାର୍ଟିଫିକେଟର କେଳେଙ୍କାରୀ ସାମ୍ନାକୁ ଆସିବା ପରେ, ବଲାଙ୍ଗିରଠୁ ନେଇ ରାଜ୍ୟ ରାଜନୀତି ବି ସରଗରମ। କାରଣ କେଳେଙ୍କାରୀର ମୁଖ୍ୟ କାର୍ପଟଦାର ମନୋଜ ମିଶ୍ରଙ୍କ ସହିତ, ବିଜେଡି ଓ କଗ୍ରେସ ନେତାଙ୍କ ଫଟୋକୁ ନେଇ ଏବେ ସବୁଠି ଚର୍ଚ୍ଚା। ମୁହାଁମୁହିଁ କଂଗ୍ରେସ ଓ ବିଜେଡି। ଏଭଳି ସ୍ଥିତିରେ କ୍ରାଇମବ୍ରାଞ୍ଚ ତଦନ୍ତର ପ୍ରଥମ ଦିନରୁ ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ କଲେଣି କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ତାଙ୍କ ସିଧା ଅଭିଯୋଗ, ଲିପାଫୋଛା ପାଇଁ ଆସିଛି କ୍ରାଇମବ୍ରାଞ୍ଚ ।

ସେହିପରି ନିଜ ଲୋକଙ୍କୁ ଘଣ୍ଟ ଘୋଡ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବା କହି ବିଜେପି ବି ବର୍ଷିଛି । ମାମଲାର ସିବିଆଇ କିମ୍ବା ଇଡି ଦ୍ୱାରା ତଦନ୍ତ ପାଇଁ ଦାବି କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ଏପଟେ କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରିବା ସହ ମାମଲାରେ ବିରୋଧିଙ୍କ ସଂପୃକ୍ତିକୁ ନେଇ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ବୋଲି ଦାବି କରିଛି ବିଜେଡି।...

Advertisment
Fake Certificate Fake Certificate Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ