/odishatv-khabar/media/post_attachments/uploadimage/library/16_9/16_9_0/murder_1688535201.jpg)
murder
ଗଳାକାଟି ବୀଭତ୍ସ ହତ୍ୟା। ଫୁଲବାଣୀ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ଗାଁ ପୋଖରୀ ନିକଟରୁ ଜଣେ ବ୍ୟକ୍ତିଙ୍କ ଗଳାକଟା ମୃତଦେହ ଉଦ୍ଧାର ହୋଇଛି । ମୃତକ ଖିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗ୍ରାମର ବୋଲି ଜଣାପଡିଛି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
ସୂଚନା ଅନୁସାରେ, ରାତି ପ୍ରାୟ ୮ଟା ସମୟରେ ମହେଶ୍ୱର ନିଜ ଘର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ବୁଡ଼ାକୁଆ ଚୁଆକୁ ଗାଧୋଇବା ପାଇଁ ଯାଉଥିଲେ । ହେଲେ ତାଙ୍କୁ ମୁଲୁପାଟା ଠାରେ କେହି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି ଗଳା କାଟି ହତ୍ୟା କରିଥିଲା । ଖବର ପାଇବା ପରେ ବ୍ରାହ୍ମଣୀଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।
#ଗଳାକାଟି_ବୀଭତ୍ସ_ହତ୍ୟା
ଫୁଲବାଣୀ: ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟା । ଗାଁ ପୋଖରୀ ନିକଟରୁ ଜଣେ ବ୍ୟକ୍ତିଙ୍କ ଗଳାକଟା ମୃତଦେହ ଉଦ୍ଧାର । ମୃତକ ଖିଞ୍ଜିରିଗୁଡ଼ା ପଞ୍ଚାୟତ ଗଡ଼ମା ଗ୍ରାମର, ହତ୍ୟାର କାରଣ ଅସ୍ପଷ୍ଟ#Phulbani#Murder#OTVpic.twitter.com/Y5hPcjro17— ଓଟିଭି (@otvkhabar) July 5, 2023
ଥାନାଧିକାରୀ ଚାପଧାରୀ ପ୍ରଧାନ ସାଇଣ୍ଟିଫିକ ଟିମ ଏବଂ ଅନୁସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ହତ୍ୟାକାଣ୍ଡ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମହେଶ୍ୱରକୁ କିଏ ଏବଂ କାହିଁକି ଏଭଳି ହତ୍ୟା କରିଛି, ସେ ନେଇଁ ବର୍ତ୍ତମାନ ସୁଦ୍ଧା କିଛି ମଧ୍ୟ ସ୍ପଷ୍ଟ ହୋଇନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)