• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରେ ଏକ ଘର ଭିତରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର  ହୋଇଛି। ଲିଭ-ଇନରେ ରହୁଥିବା ପୁରୁଷ ବନ୍ଧୁ ମୃତଦେହ ଦେଖି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏପଟେ ପରିବାର ଲୋକଙ୍କ ଅଭିଯୋଗ, ଝିଅକୁ 
ହତ୍ୟା କରାଯାଇଛି । ଲିଭ-ଇନ ନୁହେଁ ବରଂ ଯୁବକ ଜଣକ ବିବାହ କରିଥିବା କହିଛନ୍ତି । ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି ଖଣ୍ଡଗିରି ପୋଲିସ ।

ସାଇଣ୍ଟିଫିକ ଟିମ ସହ ତନାଘନା ଆରମ୍ଭ କରିଛି ପୋଲିସ୍ । ଯୁବତୀ ଜଣକ ଏମସିଏ ପଢା ସାରି ଭୁବନେଶ୍ୱରରେ ଲିଭ-ଇନ ରିଲେସନସିପରେ ରହୁଥିବା ସୂଚନା ମିଳିଛି । ଉଭୟ ପୁଅ ଏବଂ ଝିଅଙ୍କ ଘର ଗଞ୍ଜାମ ଜିଲ୍ଲାରେ । ସେମାନେ ଏକାଠି ଏହି ଆପାର୍ଟମେଣ୍ଟରେ ରହି ଆସୁଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now