Advertisment

ଭୁବନେଶ୍ୱର ଡିଜିଟାଲ୍‌ କିଓସ୍କରେ ବ୍ଲୁ ଫିଲ୍ମ !

ଭୁବନେଶ୍ୱରର ବିଭିନ୍ନ ଛକରେ ଲାଗିଥିବା ଡିଜିଟାଲ୍‌ କିଓସ୍କରେ ଅଶ୍ଲୀଳ ଭିଡିଓ ଚାଲିଥିବା ଅଭିଯୋଗ ହୋଇଛି। ପାଖାପାଖି ୧୦ରୁ ୧୫ ମିନିଟ ଧରି ଅଶ୍ଲୀଳ ଭିଡିଓ ଚାଲିଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Digital Kiosk

Digital Kiosk

ଭୁବନେଶ୍ୱରର ବିଭିନ୍ନ ଛକରେ ଲାଗିଥିବା ଡିଜିଟାଲ୍‌ କିଓସ୍କରେ ଅଶ୍ଲୀଳ ଭିଡିଓ ଚାଲିଥିବା ଅଭିଯୋଗ ହୋଇଛି। ପାଖାପାଖି ୧୦ରୁ ୧୫ ମିନିଟ ଧରି ଅଶ୍ଲୀଳ ଭିଡିଓ ଚାଲିଥିବା ସୂଚନା ମିଳିଛି। ଏହା ଦେଖିବା ପରେ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ରାତିରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। 

Advertisment

ତେବେ କିଏ ଓ କେମିତି ଏଭଳି ଭିଡ଼ିଓକୁ ସର୍ବସାଧାରଣରେ ପ୍ରସାରଣ କଲେ ତାହା ସ୍ପଷ୍ଟ ହୋଇନାହିଁ। ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନି। କିଓସ୍କରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା ବାର୍ତ୍ତା ସହ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥାଏ। କିନ୍ତୁ କିଓସ୍କରେ ଅଶ୍ଲୀଳ ଭିଡ଼ିଓ ଚାଲିଥିବା ଲୋକେ ଅଭିଯୋଗ କରିଛନ୍ତି। କିଓସ୍କ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ଦାୟିତ୍ୱରେ ରହିଛି। 

ଘଟଣାକୁ ନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ‘ଅଟୋ ଧରିକି ଯିବା ପାଇଁ ଅପେକ୍ଷା କରିଥିଲି। ହଠାତ୍‌ ବୋର୍ଡରେ ଅଶ୍ଲୀଳ ଫଟୋ ଚାଲୁଥିବା ଦେଖିବାକୁ ମିଳିଥିଲା।’ ଆଉ ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ‘ଅଟୋ ଧରି ଯାଉଥିବା ବେଳେ ଗହଳି ଦେଖି ଅଟକି ଯାଇଥିଲି। ପରେ ଜାଣିବାକୁ ପାଇଥିଲି, ବୋର୍ଡରେ ଅଶ୍ଲୀଳ ଭିଡିଓ ଚାଲୁଛି।’

Advertisment
Digital Kiosk Bubaneswar
Advertisment
Advertisment