• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସାମ୍ନାକୁ ଆସିଲା ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । କୋର୍ଟରେ ହାଜର ହେଲା ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା । ଏଥର ଭିସି ନୁହେଁ ବ୍ୟକ୍ତିଗତ ହାଜିରା ଦେଇଛନ୍ତି । ଅପରାହ୍ଣ ପ୍ରାୟ ୩ଟା ତିନ ସପ୍ତାହ ହେଲା ଯାହାକୁ ନେଇ ଉଠୁଥିଲା ପଡୁଥିଲା ସାରା ଓଡିଶା । ରାଜ୍ୟ ରାଜନୀତିକୁ ଦୋହଲାଇ ଦେଇଥିବା ସେହି ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ।

ଏଥର ଆଉ ଭିଡିଓ କନ୍‌ଫରେନ୍ସ ନୁହେଁ ବରଂ ଅର୍ଚ୍ଚନାକୁ ସିଧାସଳଖ ସମସ୍ତଙ୍କ ସାମ୍ନାରେ କୋର୍ଟରେ ହାଜର କରାଇଛି ପୋଲିସ୍ । ଆଉ ଏଥିପାଇଁ ହୋଇଥିଲା କଡା ସୁରକ୍ଷା ବନ୍ଦୋବସ୍ତ । ଝାରପଡା ଜେଲରୁ ଭୁବନେଶ୍ୱର କୋର୍ଟ, ଏକଦମ୍ ଟାଇଟ୍ ସିକ୍ୟୁରିଟି କୋର୍ଟ ଭ୍ୟାନକୁ ଢାଙ୍କି ଦିଆଯାଇଥିଲା । ଘେରି ରହିଥିଲେ ମାଳ ମାଳ ମହିଳା ପୋଲିସ । କଡା ସୁରକ୍ଷା ବଳୟ ଭିତରେ ଏସଡିଜେଏମ୍ କୋର୍ଟରେ ହାଜର କରାଇଥିଲା ପୋଲିସ । ଭିଡ ଭିତରେ ଗଣମାଧ୍ୟମକୁ ଅର୍ଚ୍ଚନା କହିଥିଲା, ତଥ୍ୟ ପ୍ରମାଣ ନଥାଇ ମିଛ ଖବର ପ୍ରସାରଣ କରନ୍ତୁନି ।

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି ୩ କୋଟି ଟଙ୍କା ମାଗିବା ଅଭିଯୋଗରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ସେହି ମାମଲାରେ ଆଜି କୋର୍ଟରେ ହାଜର କରାଯାଇଥିଲା ଅର୍ଚ୍ଚନାକୁ । କୋର୍ଟରେ ଅର୍ଚ୍ଚନାର ଓକିଲ କହିଥିଲେ, ଅର୍ଚ୍ଚନା ନିର୍ଦ୍ଦୋଷ । ତାଙ୍କୁ ଜାମିନ ଦିଆଯାଉ । ଏହା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁଣାଣି ସରିବା ପରେ ଅର୍ଚ୍ଚନାକୁ ପୁଣି ଝାରପଡ଼ା ଜେଲ୍‌କୁ ଫେରାଇ ନିଆଯାଇଛି । ଏହି ସମୟରେ ଗଣମାଧ୍ୟମକୁ ଅର୍ଚ୍ଚନା କହିଥିଲେ, ଅପେକ୍ଷା କରନ୍ତୁ, ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ।

ଏପଟେ ଆଇନଜୀବୀ କହିଛନ୍ତି, ଗିରଫ ପରେ ପ୍ରଥମରୁ ହିଁ ପୋଲିସ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ତଥ୍ୟ ଉଗାଳିବା କଥା । ପ୍ରଥମ ମାମଲାରେ ୧୫ ଦିନ ବିତିଯାଇଥିବାରୁ ଏବେ ଆଉ ରିମାଣ୍ଡ ହୋଇପାରିବନି । ତେବେ ଦ୍ୱିତୀୟ ମାମଲାରେ ପୋଲିସ ପାଖରେ ସୁଯୋଗ ଅଛି ତଥ୍ୟ ଉଗାଳିବାକୁ । ଏବେ ପ୍ରଶ୍ନ ଉଠୁଛି, ଅର୍ଚ୍ଚନାଙ୍କୁ ପଚରାଉଚରା ପାଇଁ କାହିଁକି ଜାଣିଶୁଣି ରିମାଣ୍ଡ ଆବେଦନ କରୁନି ପୋଲିସ? କାହିଁକି ସ୍ୱାମୀ, ସ୍ତ୍ରୀ ଓ ସହଯୋଗୀଙ୍କୁ ସାମ୍ନାସାମ୍ନି ହେଉନି ଜେରା ? ଠିକ୍ ଦିଗରେ ଆଗଉନି କି ପୋଲିସର ତଦନ୍ତ ପ୍ରକ୍ରିୟା? ନା ପୋଲିସ୍ ଉପରେ ରହିଛି ଅଦୃଶ୍ୟ ଚାପ? 

ମାଳ ମାଳ ପ୍ରଭାବଶାଳୀ ନେତା, ମନ୍ତ୍ରୀ ଓ ବିଲ୍ଡର ଅର୍ଚ୍ଚନାର ହନିଟ୍ରାପର ଶିକାର ହେଉଥିବା ଅଭିଯୋଗ ହେଉଛି । ଅର୍ଚ୍ଚନାର କଳା ସାମ୍ରାଜ୍ୟ ପଛରେ ଶାସକ ଦଳର ନେତାଙ୍କ ପ୍ରଚ୍ଛନ୍ନ ହାତ ଥିବା ବି କୁହାଯାଉଛି । କଳାହାଣ୍ଡିରୁ କ୍ୟାପିଟାଲ ଆସି, ଅର୍ଚ୍ଚନା ଓ ତା ସ୍ୱାମୀ ଜଗବନ୍ଧୁ ଗଢିଥିବା ବିଳାସପୂର୍ଣ୍ଣ ବାସଭବନ, ଦାମୀ ଗାଡି ଓ ଚାକଚକ୍ୟ ଜୀବନର ତଦନ୍ତ କୁଆଡେ ଯାଉଛି ତାଉପରେ ନଜର ରହିଛି ।

(ରିପୋର୍ଟର- ଭୁବନେଶ୍ୱରରୁ ଅତୁଲ୍ୟ ବାଉତ, ଚନ୍ଦନ ପାଇକରାୟ ଓ ଆଲୋକ ମହାନ୍ତି)