Advertisment

'ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା, ଆତ୍ମହତ୍ୟା ପାଇଁ ବାଧ୍ୟକଲେ'

ଏଭଳି କେସ୍‌କୁ କ୍ଲୋଜ୍‌ କରିବାରେ ସଫଳ ହେଉଛି ଏ ସରକାର।

ଅଦ୍ୟତନ ହୋଇଛି
Mamita Meher Murder Case

Mamita Meher murder case

Advertisment

ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା। ବଲାଙ୍ଗିର କଣ୍ଟାବାଞ୍ଜି ଜେଲ୍‌ରେ ମମିତା ମେହେର ମୃତ୍ୟୁ ମାମଲା ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜେଲ୍‌ର ଏକ ଛୋଟ ଗଛରେ ଗାମୁଛାରେ ଝୁଲି ଆତ୍ମହତ୍ୟା କରିଥିଲେ ଗୋବିନ୍ଦ। ତାଙ୍କୁ କଣ୍ଟାବାଞ୍ଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ତାଙ୍କୁ ମୃତ ଘୋଷଣା କରାଯାଇଛି। ଜେଲ୍‌ରେ ଏତେ ସୁରକ୍ଷା ଭିତରେ କେମିତି ଆତ୍ମହତ୍ୟା କଲେ ଗୋବିନ୍ଦ ? ଜେଲ୍ ପରିସରରେ ଏତେ ବଡ଼ ଘଟଣା ବେଳେ କେହି କିପରି ଜାଣିପାରିଲେନି ? ଏସବୁ ନେଇ ଏବେ ତଦନ୍ତ ହେଉଛି।

Advertisment

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ସରକାରଙ୍କୁ ଘେରିଛି ବିଜେପି। ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ। ଗୋବିନ୍ଦଙ୍କ ପାଖରେ ସବୁ ତଥ୍ୟ ଥିଲା, ଆତ୍ମହତ୍ୟା ପାଇଁ ବାଧ୍ୟକଲେ। ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନଚିଟ ପାଇଁ ଉଦ୍ୟମ ହୋଇଥିବା ସେ କହିଛନ୍ତି । ମାରିଲେ ନହେଲେ ମରିବାକୁ ବାଧ୍ୟ କଲେ ଏହାର ତଦନ୍ତ ହେବା ଦରକାର କହିଛନ୍ତି।

ଅଧିକ ପଢ଼ନ୍ତୁ: 'ଗୋବିନ୍ଦ ସାହୁଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ?'

ପ୍ରେସମିଟ୍‌ରେ ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ ଗୋବିନ୍ଦ ସାହୁକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି। ଗୋବିନ୍ଦର ମୃତ୍ୟୁ ପରେ ମାମଲାରେ ସମ୍ପୃକ୍ତି ଥିବା ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍‌ଚିଟ୍‌ ମିଳିଯିବ। ଏଠି ଯିଏ ସତ ଜାଣିଛି, ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଏ ନହେଲେ ହତ୍ୟା କରିଦିଆଯାଏ। ଏଭଳି କେସ୍‌କୁ କ୍ଲୋଜ୍‌ କରିବାରେ ସଫଳ ହେଉଛି ଏ ସରକାର। ଏ ସରକାର ଅପରାଧୀର ସରକାର ବୋଲି ସ୍ମୃତି କହିଛନ୍ତି। 

Advertisment

ଜେଲ ଭିତରେ ଆତ୍ମହତ୍ୟା କଣ ସମ୍ଭବ କି ? ଏହାର ତଦନ୍ତ କରାଯାଉ।  ଏହାସହ ମାହାଙ୍ଗ ଡବଲ ମର୍ଡର କଥା ସେ ଉଠାଇଛନ୍ତି। କିପରି ଅଭିଯୁକ୍ତ ହାତମୁଠାରୁ ଖସିଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି। 

Govinda Sahu Mamita Meher Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ