Advertisment

Raja Chakra Under EOW Radar: ୯ ଦିନ ଧରି ରାଜାଙ୍କ ସାମ୍ରାଜ୍ୟ ଉପରେ ନନଷ୍ଟପ୍ ରେଡ୍; ଆଗକୁ କାହା ପାଳି ?

ବିଜେଡି ନେତା ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ଉପରେ ଚାଲିଛି ନନ୍ ଷ୍ଟପ୍‌ ରେଡ୍। ଆଜି ଗୋଟିଏ ଦିନରେ ୩ ଜାଗାରେ ଛାପା ମାରିଛନ୍ତି କ୍ରାଇମବ୍ରାଞ୍ଚର STF ଓ EOW।

undefined

Raja Chakra Under EOW Radar

Advertisment

ଖୋଲୁଛି ବିଜେଡି ନେତା ସୌମ୍ୟଶଙ୍କର ଓରଫ୍ ରାଜା ଚକ୍ରଙ୍କ ମହାଦୁର୍ନୀତିର ମହାଗୁମର। ଲୋଡିଂ ଏଜେନସି ଜରିଆରେ ତତ୍କାଳୀନ ବିଜେଡି ସରକାର ଓ ପ୍ରଶାସନିକ କଳର ଛତ୍ରଛାୟାରେ କେମିତି ଚଳାଇଥିଲେ ଦୁର୍ନୀତିର ବିରାଟ ସାମ୍ରାଜ୍ୟ, ଓଟିଭି ହାତରେ ଲାଗିଥିବା ଅଡିଟ୍ ରିପୋର୍ଟରୁ ମିଳିଛି ବଡ଼ ସୁରାକ୍।ଖାଲି ଏତିକି ନୁହେଁ, ରାଜାଙ୍କ କଳା ସାମ୍ରାଜ୍ୟରେ କେମିତି ମଧ୍ୟସ୍ଥି ସାଜିଥିଲେ ତତ୍କାଳୀନ କେନ୍ଦୁଝର ଏସପି ଓ ଜିଲ୍ଲାପାଳ, ନୂଆ ଅଭିଯୋଗ ଆସିବା ପରେ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ ପାଇଁ ଦାବି ଉଠିଛି। ଏସବୁ ଭିତରେ ୯ ଦିନର  ଲମ୍ବା ସମୟ ଧରି ଜାରି ରହିଥିବା ଏହି ରେଡ୍‌ରେ ଆଜି ୩ ଜାଗାରେ ଛାପା ମାରିଛନ୍ତି କ୍ରାଇମବ୍ରାଞ୍ଚ STF ଓ EOW।

Advertisment

ବିଜେଡି ନେତା ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ଉପରେ ଚାଲିଛି ନନ୍ ଷ୍ଟପ୍‌ ରେଡ୍। ଆଜି ଗୋଟିଏ ଦିନରେ ୩ ଜାଗାରେ ଛାପା ମାରିଛନ୍ତି କ୍ରାଇମବ୍ରାଞ୍ଚର STF ଓ EOW। ବଣାଇର ଏକ ଲୁହାପଥର ଖଣି, କେନ୍ଦୁଝର ଟାଉନରେ ଥିବା ଅଫିସ ଓ ପରିବହନ ପାଇଁ ରାଜା ଚକ୍ରଙ୍କ ଏଜେନସିର ଗାଡ଼ି ଲାଗିଥିବା ଗୋପାଳପୁର ବନ୍ଦରରେ ହୋଇଛି ତନାଘନା। ଏସବୁ ଭିତରେ ବଡ଼ ସୁରାକ୍ ଫିଟାଇଛି ତତ୍କାଳୀନ ବିଜେଡି ସରକାର ଅମଳରେ ହୋଇଥିବା ସ୍ପେଶାଲ୍ ଅଡିଟ୍ ରିପୋର୍ଟ। 

ଅଧିକ ପଢ଼ନ୍ତୁ: ଗିରଫ ହେବ ବିଜେଡି ନେତା ରାଜା ଚକ୍ର ! ଅନ୍ତରୀଣ ସୁରକ୍ଷା ହଟାଇ ଦେଲେ ହାଇକୋର୍ଟ...

Advertisment

କେନ୍ଦୁଝର ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋ-ଅପରେଟିଭ ସୋସାଇଟିରେ ହୋଇଥିବା ଅନିୟମିତତାର ସ୍ପେଶାଲ୍ ଅଡିଟ୍ ରିପୋର୍ଟ। ଯେଉଁ ଅଡିଟ୍ ପାଇଁ ବିଭିନ୍ନ ବର୍ଗ ପକ୍ଷରୁ ପ୍ରଶାସନ ନିକଟରେ ବାରମ୍ବାର ଦାବି ଉଠୁଥିଲା। କିନ୍ତୁ କେହି ଶୁଣୁନଥିଲେ। ଶେଷରେ ୨୦୨୧ ସେପଟେମ୍ବର ୯ରେ କେନ୍ଦୁଝର ସଦରର ବିଧାୟକ ତଥା ଏବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେତେବେଳର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତା’ପରେ ଆରମ୍ଭ ହୋଇଥିଲା ସ୍ପେଶାଲ୍ ଅଡିଟ୍। ଯେଉଁଥିରେ ସାମ୍ନାକୁ ଆସିଥିଲା ପୁଳା ପୁଳା ଅନିୟମିତତା। ଧରାପଡ଼ିଥିଲା ୧୧ ଲକ୍ଷ ୮୨ ହଜାର ଟଙ୍କାର ହେରାଫେରି। ଏଥିପାଇଁ ସୋସାଇଟିର ୩ ଜଣଙ୍କ ଠାରୁ ଆଦାୟ ହୋଇଥିଲା ଏହି ଅର୍ଥ। ୧୭ ଜଣଙ୍କ ବିରୋଧରେ ଆକ୍ସନ୍ ପାଇଁ ହୋଇଥିଲା ସୁପାରିଶ। ପରେ ସଂପୃକ୍ତ ସୋସାଇଟି ବିରୋଧରେ ଅନିୟମିତତା ନେଇ ଇଓଡବ୍ଲୁରେ ମାମଲା ରୁଜୁ ସହ ଯାଞ୍ଚବେଳେ ଧରାପଡ଼ିଥିଲା ୩୫ କୋଟି ଟଙ୍କାର ହେରଫେର୍। ହେଲେ ତତ୍କାଳୀନ ସରକାର କୌଣସି ବି ପଦକ୍ଷେପ ନେଲେ ନାହିଁ।

କେବଳ ଏତିକି ନୁହେଁ, ବିଜେଡି ଛତ୍ରଛାୟାରେ ଥିବା ରାଜା ଚକ୍ରଙ୍କୁ କେମିତି ଏସପି ଏବଂ ଜିଲ୍ଲାପାଳ ଦେଉଥିଲେ ସୁରକ୍ଷା, ସେନେଇ ଆସିଛି ସାଂଘାତିକ ଅଭିଯୋଗ। ବାହୁବଳୀ ରାଜା ଚକ୍ରର ଦୁଇ ପ୍ରମୁଖ ସହଯୋଗୀ ସୁଶାନ୍ତ ଏବଂ ପ୍ରଭାତ CSR ପାଣ୍ଠିକୁ କେମିତି ହଡପ୍ କରିହେବ, ତା’ର ବାଟ ଜାଣିଥିଲେ। ଏସବୁ ଭିତରେ ରାଜାଙ୍କ ଏଜେନସିର କିଛି ସଦସ୍ୟଙ୍କ ସହ ମତଭେଦ ଉଠିବା ପରେ ବିଜେଡି ନେତା ବବି ଦାସ କୁଆଡ଼େ ମୁଣ୍ଡ ପୁରାଇବା ସହ ସମସ୍ତଙ୍କୁ ବିଜେଡିରେ ମିଶାଇଥିଲେ। ଆଉ ଏହି ପଲିଟିକାଲ୍ ଥିଓରୀରେ ମଧ୍ୟସ୍ତି ସାଜିଥିଲେ କେନ୍ଦୁଝରର ଜଣେ ତତ୍କାଳୀନ ଏସପି ଏବଂ ଜିଲ୍ଲାପାଳ। ଏଇଠୁ ଲୁଟପାଟର ବଡ଼ ପ୍ଲାନ୍ ହୋଇଥିବା ଅଭିଯୋଗ କରିଛନ୍ତି କେନ୍ଦୁଝର ବାସିନ୍ଦା। ତେବେ ସଂପୃକ୍ତ ତତ୍କାଳୀନ ଏସପି, ଜିଲ୍ଲାପାଳ କିମ୍ବା ବବି ଦାସଙ୍କ ପ୍ରତିକ୍ରିୟା ମିଳିପାରିନି। 

Advertisment

ମାର୍ଚ୍ଚ ୪ରୁ ୧୨। 9 ଦିନ ହେଲା ରାଜା ଚକ୍ରଙ୍କ ସାମ୍ରାଜ୍ୟ ଉପରେ ନନଷ୍ଟପ୍ ରେଡ୍ ଚଳାଇଛି ଇଓଡବ୍ଲୁ। ଲମ୍ବା ସମୟ ଧରି ଚାଲିଥିବା ଏହି ରେଡରେ EOW ସ୍କାନରରେ ଆଗକୁ କାହା ପାଳି ? ସଂପୃକ୍ତ ତତ୍କାଳୀନ ଏସପି ଓ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରିବ କି ? ଜେରା ହେବେ କି ରାଜା ସହ ମିଶି ସମବାୟ ଅର୍ଥ ଲୁଟ୍ କରିଥିବା ବିଜେଡି ନେତା ?

ଅଧିକ ପଢ଼ନ୍ତୁ: ଗୋ ଚାଲାଣକାରୀଙ୍କୁ ଏନ୍‌କାଉଣ୍ଟର; ଗୋଡ଼ରେ ବାଜିଛି ଗୁଳି

EOW Raids BJD Leader Raja Chakra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ