ବିଜେଡି ନେତାଙ୍କୁ ହତ୍ୟା ଅଭିଯୋଗ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷା ନିମଖଣ୍ଡି ଗାଁରେ ୨ଜଣ ବିଜେଡି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। କିଏ ଓ ଆଉ କାହିଁକି ହତ୍ୟା କରିଛି, କାରଣ ଜଣାପଡ଼ିନି। ମୃତକ ଦ୍ୱୟ ହେଲେ- ଚଷା। ନିମଖଣ୍ଡି ପଞ୍ଚାୟତ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର।
ସୂଚନା ଅନୁସାରେ, ଗତକାଲି ଗାଁରେ ପଞ୍ଚାୟତ ନିର୍ବାଚନରେ ବିଜୟୀ ଓ ପରାଜିତ ଗୋଷ୍ଠୀ ମଧ୍ୟରେ ବୈଠକ ହୋଇଥିଲା। ପରେ ସେଠାରୁ ବାଇକରେ ଉଭୟେ ସୁଧୀର ଓ ସୁଦର୍ଶନ ଗୋଟିଏ ବାଇକ୍ରେ ରାତିରେ ଗାଁକୁ ଫେରୁଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଉଭୟଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ପାଳଝଡ଼ି ଗାଁର ସଉରା ପାହାଡ଼ ଓ ସିନ୍ଧିଗାଁ ରାସ୍ତାକଡ଼ ବିଲରେ ଗୁରୁତର ଅବସ୍ଥାରେ ଉଭୟେ ପଡ଼ିଥିଲେ।
ଗଞ୍ଜାମ ଦିଗପହଣ୍ଡି ଥାନା ଚଷା ନିମଖଣ୍ଡି ଗାଁର ଦୁଇଜଣ ବିଜେଡି ନେତା ସୁଧୀର ପାତ୍ର ଓ ସୁଦର୍ଶନ ସୁଆରଙ୍କ ନିର୍ମମ ହତ୍ୟା..କିଏ କାହିଁକି ହତ୍ୟା କରିଛି ? କାରଣ ଜଣାପଡ଼ିନି..ସେପଟେ ପରିବାର ଲୋକ ଖବର ପାଇବା ପରେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି...#DigapahandiDoubleMurder #Ganjam #OTV pic.twitter.com/UI7OYsUSEB
— ଓଟିଭି (@otvkhabar) April 24, 2022
ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ସୁଦର୍ଶନ ସୁଆରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ସୁଧୀରଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥିବା ସନ୍ଦେହ କରାଯାଉଛି। ଦିଗପହଣ୍ଡି ଥାନା ଆଇଆଇସି ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି। ଗୋଟିଏ ପଥର ସହ ଦୁଇ ହଳ ଚପଲ ଘଟଣାସ୍ଥଳରୁ ଜବତ କରାଯାଇଛି।