BJD Leader Dharmendra Sahoo Death Case: Police Questioning Bindas Chinu
ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ବିନ୍ଦାସ ଚିନୁଙ୍କୁ ଜେରା କରାଯାଇଛି। ଭୁବନେଶ୍ୱର ବାଣୀବିହାର ଛକ ସ୍ଥିତ ଡିସିପି ଅଫିସ୍ରେ ବିନ୍ଦାସ ଚିନୁଙ୍କ ସମେତ ଅନ୍ୟ ୩ ଜଣଙ୍କୁ ପୋଲିସ୍ ଜେରା କରିଥିବା ଜଣାପଡ଼ିଛି।
ଧର୍ମେନ୍ଦ୍ରଙ୍କ ବନ୍ଧୁ ଅକ୍ଷୟ ନାୟକଙ୍କ ଫୋନ୍ କଲ୍ ରେକର୍ଡରେ ଥିଲା ଚିନୁଙ୍କ ନାଁ। ଧର୍ମେନ୍ଦ୍ରଙ୍କ ସହ ବିନ୍ଦାସ ଚିନୁଙ୍କ ସମ୍ପର୍କ କ’ଣ ? କେବେଠାରୁ ସେ ଧର୍ମେନ୍ଦ୍ରଙ୍କୁ ଜାଣିଥିଲେ ? ଧର୍ମେନ୍ଦ୍ର କାହିଁକି ମାନସିକ ଚାପରେ ଥିଲେ, ସେନେଇ ପୋଲିସ ପଚରାଉଚରା କରୁଛି। ପୂର୍ବରୁ ଅକ୍ଷୟ ନାୟକଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। କଲ୍ ରେକର୍ଡ ଯାଞ୍ଚ କରିବା ଲାଗି ଅକ୍ଷୟଙ୍କ ମୋବାଇଲ୍ ପୋଲିସ୍ ଜବତ କରିଥିଲା।
ଅଧିକ ପଢ଼ନ୍ତୁ: ଋଣ ଚାପ-ପାରିବାରିକ ବିବାଦ ନା ଅନ୍ୟ କିଛି ? ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପଛରେ ରହିଛି ଅନେକ ରହସ୍ୟ..
ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର, ଟେଲିଫୋନରେ ଅକ୍ଷୟଙ୍କ ସହ କଥା ହୋଇଥିଲେ। ସେହି ଅଡିଓ ଭାଇରାଲ ହୋଇଥିବା ବେଳେ ସେଥିରେ ଧର୍ମେନ୍ଦ୍ର ଆତ୍ମହତ୍ୟା ପାଇଁ ମନ୍ତ୍ରୀ ସମୀର ଦାସଙ୍କ ସମେତ ୭ ଜଣଙ୍କୁ ଦାୟୀ କରିଥିଲେ। ଏଥିରେ ଧର୍ମେନ୍ଦ୍ର ବିନ୍ଦାସ ଚିନୁଙ୍କ ନାଁ ମଧ୍ୟ ନେଇଥିଲେ।
ସୂଚନାଥାଉ କି, ଗତମାସରେ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।ଭୁବନେଶ୍ୱର ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଶ୍ୱାସରୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା। ଧର୍ମେନ୍ଦ୍ରଙ୍କ ଶରୀରର ଆଉ କୌଣସି ସ୍ଥାନରେ ଆଘାତର ଚିହ୍ନ ନଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1665567200.jpg)