Advertisment

ନିର୍ବାଚନ ପୂର୍ବରୁ ତେଜିଲା ରେଡ୍ ପଲିଟିକ୍ସ : ଆଇଟି ରେଡ୍ ବନାମ୍ ଷ୍ଟେଟ୍ ଜିଏସଟି ରେଡ୍

ମୁହାଁମୁହିଁ ବିଜେଡି-ବିଜେପି । ନିର୍ବାଚନ ଋତୁ ଆସିଲେ ଏମିତି ଚାଲେ କହିଲା ବିଜେଡି । ବିଜେପିର ଜବାବ ରୁଟିନ ୱାର୍କ ।

ଅଦ୍ୟତନ ହୋଇଛି
undefined

I-T & GST Raids

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ରେଡ୍ ରାଜନୀତି। ଚାଲିଛି IT ରେଡ୍ ବନାମ୍ ଷ୍ଟେଟ୍ GST ଚଢ଼ଉ। ୩ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ବିଜେଡି ନେତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଛାପା ମାରୁଛି ଆୟକର ବିଭାଗ। ଆଉ ଏପଟେ ବିଜେପି କୁ ସମର୍ଥନ କରୁଥିବା କିଛି ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ଛାପା ମାରିଛି ଷ୍ଟେଟ GST। ଯାହାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି।...

Advertisment

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ। ଲଗାତାର ୩ ଦିନ ଧରି ଚାଲିଛି ଆୟକର ଛାପା। ପରୋକ୍ଷ ହେଉ କି ପ୍ରତ୍ୟକ୍ଷ, ବିଜେଡି ନେତାମାନଙ୍କ ପଥର, ବାଲି ବ୍ୟବସାୟ ସହ କ୍ରସର୍ ୟୁନିଟ୍ ଉପରେ ରେଡ୍ ଜାରି ରଖିଛି ଆୟକର ବିଭାଗ।.. ସେପଟେ ବିଜେପିକୁ ସମର୍ଥନ କରୁଥିବା ଅନୁଗୁଳ ଓ ତାଳଚେରର କିଛି ବ୍ୟବସାୟୀଙ୍କ ଉପରେ ଛାପା ମାରିଛି ଷ୍ଟେଟ୍ ଜିଏସଟି । GST ଠକେଇ ଅଭିଯୋଗରେ ତାଳଚେରର ଓମ୍ ରୋଡ ୱେଜ୍ ଓ ଅନୁଗୁଳର ବିବି ଟ୍ରେଡର୍ସ ନାମକ ୨ଟି ଫାର୍ମର ୪ଟି ଠିକଣାରେ ଚଢ଼ାଉ ହୋଇଛି।

ସେପଟେ ଏଭଳି IT ଏବଂ ଷ୍ଟେଟ୍ GST ରେଡ୍କୁ ନେଇ ତେଜିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ବିଜେଡିର ଅଭିଯୋଗ, ନିର୍ବାଚନ ଋତୁ ଆସିଲେ ଏମିତି IT ରେଡ୍ ହୁଏ । ପୂର୍ବରୁ ଏମିତି ବି ହୋଇଛି। ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହେଁ। ସେପଟେ ଇନ୍ କମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଏହା ରୁଟିନ ୱାର୍କ କହି ଜବାବ୍ ରଖିଛି ବିଜେପି।

Advertisment

ସେପଟେ ସମ୍ବଲପୁର ରେ ଚାଲିଛି ଆକ୍ରୋଶମୂଳକ ରାଜନୀତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ରାଜ୍ୟ ସରକାର ଉପରେ ଗର୍ଜନ ପରେ ଏବେ ତାଙ୍କ ସମର୍ଥକଙ୍କୁ ପୋଲିସ ଗିରଫ କରିଛି। ଏକ ପୁରୁଣା ମାମଲାରେ ସମ୍ବଲପୁର ସାଂସଦଙ୍କ ନୋମିନି ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଘନିଷ୍ଠ ମୋହନ ଦାସଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।

ଗତବର୍ଷ ଫେବୃଆରୀ ୧୩ରେ ସମ୍ବଲପୁର ଦୁର୍ଗାପାଲି ଅଞ୍ଚଳରେ ଉଚ୍ଛେଦ କାମବେଳେ ବିଧାୟକ ଜୟ ନାରାୟଣ ମିଶ୍ର ଓ ତାଙ୍କର ସମର୍ଥକମାନେ କାର୍ଯ୍ୟରେ ବାଧା ଦେବା ସହ ଜାତିଗତ ଆକ୍ଷେପ କରି ଦୁର୍ବ୍ୟବହାର କରିଥିଲେ ବୋଲି ତହସିଲଦାରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଥିଲା। ସେହି ମାମଲାରେ ତାଙ୍କୁ ଗିରଫ କରାଯାଇଛି।...

Advertisment

ଅନ୍ୟପଟେ ସମ୍ବଲପୁରରେ ପଥର କ୍ରସର୍ ମାଲିକ ତଥା ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ଏମ୍.ବି.ସତୟେନ୍ ଓ ତାଙ୍କ ବିଜନେସ୍ ପାର୍ଟନରଙ୍କ ବ୍ୟାବସାୟିକ ପ୍ରତିଷ୍ଠାନରେ ଗତକାଲି ରେଡ୍ କରିଥିଲା ଆୟକର ବିଭାଗ। ଯାହାକୁ ନେଇ ତେଜିଛି ରାଜନୀତି।

୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ଏଭଳି ରେଡ୍ ରାଜନୀତି ଦେଖିବାକୁ ମିଳିଥିଲା। ସେହିଭଳି ପଦ୍ମପୁର ଉପନିର୍ବାଚନ ସମୟରେ ଦୁଇ ଦଳର ସମର୍ଥକଙ୍କ ଉପରେ ଚଢ଼ାଉ ହୋଇଥିଲା।ଆଗକୁ ଏହି ରେଡ୍ ରାଜନୀତି କେଉଁ ରୂପ ନେଉଛି ତା ଉପରେ ନଜର।...

GST Raid Income Tax Raids IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ