/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701522795.jpg)
Student Tortured By Teacher
ବିରୁଡ଼ି କାମୁଡ଼ି ଦେଇଥିବା ଛାତ୍ରୀଙ୍କୁ ଲୁହା ଚେଙ୍କ ଦେଲେ ସ୍କୁଲ ଶିକ୍ଷୟିତ୍ରୀ । ଆଉ ଗରମ ଚେଙ୍କ ପରେ ଛାତ୍ରୀ ଜଣକ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅସରଳା ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରୁ ।
ଗତକାଲି ମଧ୍ୟାହ୍ନରେ ସ୍କୁଲର ଚତୁର୍ଥ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବିରୁଡି କାମୁଡି ଦେଇଥିଲା । ଫଳରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଛାତ୍ରୀ ଜଣକ। ଏହା ଦେଖି ସେହି ସ୍କୁଲର ଜଣେ ଶିକ୍ଷୟତ୍ରୀ ସସ୍ମିତା ମହାପାତ୍ର ଗ୍ୟାସ୍ ଚୁଲାରେ ଛୁରୀକୁ ଗରମ କରି ବିରୁଡି କାମୁଡ଼ିଥିବା ଜାଗାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ଫଳରେ ଛାତ୍ରୀ ଜଣଙ୍କର ଫୋଟକା ହୋଇଯିବା ସହିତ ଅଧିକ ଯନ୍ତ୍ରଣା ହେବାରୁ ଘରକୁ ପଳାଇ ଆସିଥିଲା । ପରିବାର ଲୋକେ ଡ଼ାକ୍ତରଖାନା ନେବା ସହିତ ଚିକିତ୍ସା କରାଇଛନ୍ତି ।
ତେବେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଛୁରୀ ନୁହେଁ ବରଂ ଏକ ଲୁହା ରଡ଼କୁ ଗରମ କରି ବିରୁଡି କାମୁଡି ଥିବା ଯାଗାରେ ଲଗାଇଥିବା କହିଛନ୍ତି । ଏଭଳି କରିବା କଥା ନୁହେଁ ବୋଲି ମାନିଛନ୍ତି । ଅନ୍ୟପଟେ ପ୍ରଧାନଶିକ୍ଷକ ଘଟଣାକୁ ସ୍ୱୀକାର କରିବା ସହିତ ଏସମ୍ପର୍କରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)