/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686803817.jpg)
Bike-borne miscreants open fire at BJD leader and contractor Kanhu Charan Sahu
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବିଜେଡି ନେତା କାହ୍ନୁ ଚରଣ ସାହୁଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୧୦ଟା ୪୫ ମିନିଟ୍ରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଏଥିରେ ତାଙ୍କ ହାତ ଓ ଜଙ୍ଘରେ ଗୁଳି ଲାଗିଥିବା ସୂଚନା ମିଳିଛି। କାହ୍ନୁ ଘରକୁ ଫେରୁଥିବା ବେଳେ ତାଙ୍କ ଉପରକୁ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି।
ଚିକିତ୍ସା ପାଇଁ ପ୍ରଥମେ କାହ୍ନୁଙ୍କୁ କାମାକ୍ଷାନଗର ପରେ କଟକର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁଳିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ଦୁର୍ବୃତ୍ତମାନେ ତାଙ୍କ କାର୍ ସାମ୍ନାରେ ବାଇକ ରଖି କାର୍ କାଚକୁ ଭାଙ୍ଗିଥିଲେ, ଏହାପରେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ କାମାକ୍ଷାଗନର ପୋଲିସ୍ ଗୋଟିଏ ଫୁଟନ୍ତା ଗୁଳି ଜବତ କରିବା ସହ ସିସିଟିଭି ଆଧାରରେ ତଦନ୍ତ କରୁଛି।
ସୂଚନାଥାଉ କି, ପୂର୍ବରୁ ମଧ୍ୟ କାହ୍ନୁଙ୍କ କାର୍ ଉପରକୁ ବୋମାମାଡ଼ ଓ ଢେଙ୍କାନାଳ ଟାଉନ ଉପରେ ଗୁଳିକାଣ୍ଡ କରିଥିଲେ ଦୁର୍ବୃତ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)