• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରେମରେ ଅନ୍ଧ ହୋଇଗଲେ ବିବାହିତ ମହିଳା । ଦୁଇ ଦୁଇଟି ପିଲାଙ୍କ ମା’ ହୋଇବି ପ୍ରେମିକ ସହ ଫେରାର ହୋଇଗଲା । ଖାଲି ସେତିକି ତ ନୁହେଁ, ଝିଅକୁ ଏଥିପାଇଁ ଅନ୍ୟ ଜଣକୁ ବିକ୍ରିକରି ଦେଲା । ଆଉ ପୁଅକୁ ହଷ୍ଟେଲରେ ଛାଡ଼ି ଚାଲିଗଲା ନିଜ ବାଟରେ । କେହି ବି ଜାଣିପାରିଲେନି ମା’ର ଏହି କାଳାକାରନାମା । କାହାକୁ ବି ହେଲାନି ସନ୍ଦେହ । କିନ୍ତୁ କିଛିଦିନ ଯିବାପରେ ପୁଅର ହଷ୍ଟେଲ୍‌ ଫି’ ନଦେବାରୁ ଏହି ଘଟଣା ସାମ୍‌ନାକୁ ଆସିଛି ।

ସୂଚନା ଅନୁସାରେ ମହିଳାଙ୍କ ସ୍ୱାମୀଙ୍କ ୨୦୨୧ ମସିହାରେ ଦେହାନ୍ତ ହୋଇଥିଲା । ପରେ ପରେ ମହିଳା ଜଣକ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ । ହେଲେ ପୁରୁଷ ଜଣକ ମହିଳାଙ୍କ ପିଲା ଦୁଇଟିକୁ ଗ୍ରହଣ କରିବାକୁ ମନା କରିଥିଲେ । ତେଣୁ ଝିଅଟିକୁ ଜଣେ ବ୍ୟବସାୟୀଙ୍କ ନିକଟରେ ବିକ୍ରି କରିଦେଇଥିଲେ ଏବଂ ପୁଅକୁ ପାଠପଢ଼ା ବାହାନାରେ ହଷ୍ଟେଲରେ ଛାଡିଦେଇଥିଲେ । ଉଭୟ ବିବାହ କରିସାରିବା ପରେ ଫେରାର ହୋଇଯାଇଥିଲେ ।

ଏପରି ଏକ ଘଟଣା ଘଟିଛି ବିହାରର ମୁଜାଫରପୁର ଜିଲ୍ଲାରେ । ଜଣେ ମହିଳା ତାଙ୍କ ୧୪ ବର୍ଷର ଝିଅକୁ ବିକ୍ରି କରିବା ସହ ପୁଅକୁ ହଷ୍ଟେଲରେ ଛାଡ଼ି ପ୍ରେମିକ ସହ ଫେରାର ହୋଇଯାଇଛନ୍ତି । ହଷ୍ଟେଲରେ ଠିକ୍‌ ସମୟରେ ଫି’ ଦାଖଲ ନହେବାରୁ କର୍ତ୍ତୃପକ୍ଷ ପିଲାଟିର ଘରକୁ ଖବର ଦେଇଥିଲେ । ଯାହାଫଳରେ ମହିଳାଙ୍କ ଏପରି କାର୍ଯ୍ୟ ପଦାକୁ ଆସିଥିଲା । ମହିଳା ଜଣକ ଶାଶୂଘରେ ନରହି ପିଲାଙ୍କୁ ପାଠ ପଢ଼ାଇବାକୁ ମୁଜାଫରପୁରରେ ରହିଆସୁଥିଲେ ।

ହେଲେ ପିଲାମାନଙ୍କ ଘର ଝାଡ଼ଖଣ୍ଡର ରାଞ୍ଚିରେ ବୋଲି ଜଣାପଡ଼ିଛି । ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି । ପୋଲିସର ତଦନ୍ତ ଅନୁସାରେ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ମୁଜାଫରପୁରକୁ କାମ କରିବାକୁ ଆସିଥିଲେ । ପିଲାମାନଙ୍କୁ ସେଠାରେ ପଠ ପଢ଼ାଉଥିଲେ । ହେଲେ ସେଠି ରହିବା ସମୟରେ ତାଙ୍କର ଜଣେ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ତେଣୁ ସେ ଏପରି କରିଥିବା ପୋଲିସ କହିଛି । ସେପଟେ ନାବାଳିକା ଝିଅକୁ ଉଦ୍ଧାର କରିଛି ପୋଲିସ । ମହିଳାଙ୍କୁ ଖୋଜି ଗିରଫ କରିବାରେ ସଫଳ ହୋଇଛି ପୋଲିସ ।