Advertisment

ଫୋନ୍‌ରେ ଗପୁଥିଲା କଏଦୀ, ଜେଲ୍ ଅଧିକାରୀଙ୍କୁ ଦେଖି ଚୋବେଇ ଗିଳିଦେଲା, ତା’ପରେ...

ଏକ୍ସ-ରେ ପରେ ଏହି ଘଟଣା ପଦାକୁ ଆସିଥିଲା। ତା’ର ପାକସ୍ଥଳୀରେ ଫୋନ୍‌ର କିଛି ଅଂଶକୁ ଠାବ କରାଯାଇଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Bihar Prisoner Swallows Mobile Phone During Inspection

Prisoner

ଜେଲ୍ ଭିତରେ ମୋବାଇଲ୍। ଏ କଥା ଶୁଣିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହେବେନି। କାରଣ ଆମ ଦେଶର ଜେଲ୍ ଗୁଡ଼ିକରେ ଏସବୁ ଘଟଣା ଅନେକ ସମୟରେ ଦେଖିବାକୁ ମିଳୁଛି। ଅବଶ୍ୟ ମଝିରେ ମଝିରେ ଏସବୁର ଚେକିଂ ପାଇଁ ଅଚାନକ ଚଢ଼ଉ ହେଉଛି। ତେବେ କିଛି ଦିନ ପରେ ଅବସ୍ଥା ଯଥା ପୂର୍ବଂ ତଥା ପରଂ।

Advertisment

ଏହି ଚେକିଂ ବେଳେ ବିହାରର ଗୋପାଲଗଞ୍ଜ ଜିଲ୍ଲା ଜେଲ୍‌ରେ ଏମିତି ଘଟଣା ଘଟିଛି, ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ଘୂରିଯିବ। ଜେଲ୍ ଭିତରେ ମୋବାଇଲ୍‌ର ଖୁଲମଖୁଲା ବ୍ୟବହାର ହେଉଥିବା ଜାଣି ହଠାତ୍ ଗତ ଶନିବାର ଦିନ ଚଢ଼ଉ ଆରମ୍ଭ ହୋଇଥିଲା।

ଏହି ସମୟରେ ନିଶା କାରବାର ଅଭିଯୋଗରେ ସଜା କାଟୁଥିବା କୈଶର ଅଲ୍ଲୀ ନାମକ ଜଣେ କଏଦୀ ଫୋନ୍‌ରେ ଗପୁଥିବା ଲକ୍ଷ୍ୟ କରି ଚଢ଼ଉ ଦାୟିତ୍ୱରେ ଥିବା ଅଧିକାରୀମାନେ ସେଠାରେ ପହଞ୍ଚି ଚେକିଂ ଆରମ୍ଭ କରିଥିଲେ। ତେବେ ଚତୁର କଏଦୀ ଜଣଙ୍କ ଧରାପଡ଼ିଯିବା ଭୟରେ ବିକଳ ହୋଇ ଫୋନ୍‌ଟିକୁ ଚୋବେଇ ଗିଳି ଦେଇଥିଲା। ସୂଚନାଯୋଗ୍ୟଯେ, ଜେଲ୍ ଭିତରେ କୈଶର ଏକ କି-ପ୍ୟାଡ୍ ଫୋନ୍ ବ୍ୟବହାର କରୁଥିଲା।

Advertisment

ଅଧିକ ପଢ଼ନ୍ତୁ: ଏଣିକି ଜେଲ୍‌ରୁ ବାହାରିଲେ କଏଦୀଙ୍କୁ ମିଳିବ ଋଣ !!

ଏହି ଘଟଣା ଶନିବାର ଦିନ କେହି ଜାଣିପାରିନଥିଲେ। ତେବେ ରବିବାର ସକାଳୁ କଏଦୀ ଜଣଙ୍କ ଭୀଷଣ ପେଟ ଯନ୍ତ୍ରଣା ଅନୁଭବ କରିବା ପରେ ସବୁ କଥା ପଦାକୁ ଆସିଥିଲା। ଯନ୍ତ୍ରଣା ପରେ ସଂପୃକ୍ତ କଏଦୀ କୈଶରକୁ ଗୋପାଳଗଞ୍ଜ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଏକ୍ସ-ରେ ପରେ ଏହି ଘଟଣା ପଦାକୁ ଆସିଥିଲା। ତା’ର ପାକସ୍ଥଳୀରେ ଫୋନ୍‌ର କିଛି ଅଂଶକୁ ଠାବ କରାଯାଇଛି।

ଏକ୍ସ-ରେ ରିପୋର୍ଟ ବାହାରିବା ପରେ ଫୋନ୍ ଗିଳିଥିବା କଥାକୁ କୈଶର ସ୍ୱୀକାର କରିଛି। ତେବେ ତା’ର ଯନ୍ତ୍ରଣା ବେଳକୁ ବେଳ ବଢୁଥିବାରୁ ଅଧିକ ଚିକିତ୍ସା ପାଇଁ ତାକୁ ପାଟ୍‌ନା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

Ajab Gajab Prisoner Ajab Gajab News
Advertisment
Advertisment