Advertisment

ୟୁଟ୍ୟୁବ୍‌ ଦେଖି ଅପରେସନ୍‌ କରିଦେଲେ ନକଲି ଡାକ୍ତର; ଚାଲିଗଲା ନାବାଳକର ଜୀବନ

ଡାକ୍ତରଙ୍କୁ ଲୋକେ ଭଗବାନର ଆଖ୍ୟା ଦିଅନ୍ତି। ହେଲେ ଜଣେ ନକଲି ଡାକ୍ତରଙ୍କ ଭୁଲ୍ ପାଇଁ ନିରୀହ ନାବାଳକର ଜୀବନ ଯାଇଛି।

ଅଦ୍ୟତନ ହୋଇଛି
Fake Doctor Performs Surgery With Help of YouTube Videos

YouTube-guided surgery

Advertisment

ଆଜିକାଲି ୟୁଟ୍ୟୁବରେ ପ୍ରାୟ ସବୁ ଭିଡିଓ ଉପଲବ୍ଧ ଅଛି। ୟୁଟ୍ୟୁବ ଦେଖି ପିଲା ପାଠ ପଢୁଛନ୍ତି। ଅନେକ କ୍ଷେତ୍ରରେ ସଫଳତା ବି ପାଉଛନ୍ତି। ହେଲେ ୟୁଟ୍ୟୁବ୍‌ ଦେଖି କଣ ଅପରେସନ୍‌ ସମ୍ଭବ ? ତେବେ ନକଲି ଡାକ୍ତର ୟୁଟ୍ୟୁବ୍ ଭିଡିଓ ଦେଖି ଅପରେସନ୍‌ କରିବା ପରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Advertisment

ଡାକ୍ତରଙ୍କୁ ଲୋକେ ଭଗବାନର ଆଖ୍ୟା ଦିଅନ୍ତି। ହେଲେ ଜଣେ ନକଲି ଡାକ୍ତରଙ୍କ ଭୁଲ୍ ପାଇଁ ନିରୀହ ନାବାଳକର ଜୀବନ ଯାଇଛି। ଘଟଣାଟି ବିହାର ସରନର। ମୃତ ନାବାଳକ ନାମ କ୍ରିଷ୍ଣା କୁମାର ବୋଲି ଜଣାପଡିଥିବା ବେଳେ ଅଭିଯୁକ୍ତ ନକଲି ଡାକ୍ତର ହେଲେ ଅଜିତ କୁମାର ପୁରୀ।

ଅଧିକ ପଢ଼ନ୍ତୁ: ୟୁଟ୍ୟୁବ୍‌ ଦେଖି ପିଲା ଜନ୍ମ ଦେଲା ନାବାଳିକା...ପରେ ନବଜାତକକୁ ମାରି ଡବାରେ ବନ୍ଦ କଲା

Advertisment

ମଢୌରା ଥାନା ଅଞ୍ଚଳର ମୁଆଲପୁର ନିବାସୀ ଚନ୍ଦନ ଶାହ ତାଙ୍କ ୧୫ ବର୍ଷୀୟ ପୁଅ କ୍ରିଷ୍ଣାର ବାନ୍ତି ହେବାରୁ ଡାକ୍ତରଖାନା ଆଣିଥିଲେ। ଗଡ଼ଖା ମୋତୀରାଜପୁର ଧର୍ମବୋଗୀ ସ୍ଥିତ ଘରୋଇ କ୍ଲିନିକ ଗଣପତି ସେବା ସଦନର ଡାକ୍ତର ଅଜିତ କୁମାର ପୁରୀ ତାର ଚିକିତ୍ସା କରିଥିଲେ। ସେଠାରେ ଭର୍ତ୍ତି କରିବା ପରେ ଡାକ୍ତର କିଛି ଔଷଧ ଦେଇଥିଲେ, ଯାହା ପରେ ତାଙ୍କ ବାନ୍ତି ବନ୍ଦ ହୋଇଥିଲା । ଡାକ୍ତର କହିଥିଲେ, ଅପରେସନ କରି ପିତ୍ତକୋଷରେ ଥିବା ଷ୍ଟୋନ ବାହାର କରିବାକୁ ହେବ।

ମୃତ ନାବାଳକର ସଂପର୍କୀୟଙ୍କ କହିବା ଅନୁସାରେ, ଡାକ୍ତର ୟୁଟ୍ୟୁବ ଦେଖି ଅପରେସନ କରିଥିଲେ । ଅପରେସନ ପରେ କ୍ରିଷ୍ଣାର ଦେହ ଖରାପ ହେବାରୁ ଆମ୍ବୁଲାନ୍ସ କରି ସେ ଅନ୍ୟ ଏକ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ବାଟରେ ହିଁ ତା'ର ମୃତ୍ୟୁ ହୋଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଓ ଅନ୍ୟମାନେ ସେଠାରୁ ଫେରାର୍ ହୋଇ ଯାଇଥିଲେ। ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନକଲି ଡାକ୍ତରଙ୍କ ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି।

Advertisment
YouTube Fake Doctor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ