• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଧରାପଡ଼ିଲା ବଡ଼ ବାଇକ୍ ଲୁଟେରା ଗ୍ୟାଙ୍ଗ । ଜବତ ହେଲା ୩୧ଟି ଚୋରି ବାଇକ୍ । ୬ କୁଖ୍ୟାତ ଲୁଟେରାଙ୍କୁ ବାନ୍ଧିଲା ପୋଲିସ । ରାଜଧାନୀର ସବୁ ଛକରେ ଏମାନଙ୍କର ଥିଲା ନଜର । ସମ୍ବେଦଶୀଳ ସ୍ଥାନ ହସ୍ପିଟାଲ, ମାର୍କେଟ, ସ୍କୁଲ, କୋର୍ଟ, ସବରେଜିଷ୍ଟର ଅଫିସ ସାମ୍ନାରୁ ଗାଡି ଲୁଟୁଥିବା ଏହି ଗ୍ୟାଙ୍ଗ ଏବେ ପୋଲିସ କବ୍ଜାରେ । ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି ରାଜଧାନୀରେ "ହିରୋ" କମ୍ପାନୀର ଗାଡିକୁ ଟାର୍ଗେଟ କରୁଥିଲା ।

ତେବେ ଗିରଫ ହୋଇଥିବା ଏହି ଗାଡି ଚୋରଙ୍କ ନାଁରେ ପୂର୍ବରୁ ଅନେକ ଅଭିଯୋଗ ରହିଛି । ଅନ୍ୟ ଜିଲ୍ଲା ପୋଲିସ ସହ ଯୋଗାଯୋଗରେ ରହିଛି ପୋଲିସ । ମୁଖ୍ୟତଃ କୋର୍ଟ, ଉତ୍କଳ ଗ୍ୟାଲେରିଆ ସମ୍ମୁଖ, ରବି ଟକିଜ୍‌ ହାଟ ନିକଟରୁ ମାଷ୍ଟର କି’ ସହାୟତାରେ ବାଇକଗୁଡିକୁ  ଲୁଟୁଥିଲେ ଏହି ଅଭିଯୁକ୍ତ ।


ତେବେ ଏହି ଗାଡ଼ି ଲୁଟ୍‌ ସମୟର ସିସିଟିଭ୍‌ ଭିଜୁଆଲ୍‌ ମଧ୍ୟ ପୋଲିସ୍‌ର ହସ୍ତଗସ୍ତ ହୋଇଛି । ଏହି ସିସିଟିଭି ଭିଜୁଆଲରେ ଦେଖିବାକୁ ମିଳୁଛି କି ୨ ଜଣ ଯୁବକ ଆସୁଛନ୍ତି ଆଉ ସବୁ ଆଡ଼େ ଦେଖିବା ପରେ ଗାଡ଼ିକୁ ଲୁଟ୍ କରି ଚମ୍ପଟ ମାରୁଛନ୍ତି । ଆଖି ପିଛୁଳାକେ ଗାଡିଗୁଡିକୁ ଲୁଟି ନେବା ପରେ ସେଗୁଡିକୁ କୋଣାର୍କ ନିକଟରେ ଅଧା ଦାମରେ ବିକ୍ରି କରିଦେଉ ଥିଲେ । କିଛି ଗାଡିକୁ ମଧ୍ୟ ବନ୍ଧା ପକାଇ ବନ୍ଧା ଟଙ୍କାରେ ଲୁଟେରା ଅୟସ ଆରାମ କରୁଥିଲେ ।

କିନ୍ତୁ ସିସିଟିଭି ଫୁଟେଜରୁ ଜଣାପଡ଼ିବା ପରେ ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ଲାଗିପଡିଥିଲେ ବଡ଼ଗଡ଼ ଥାନା ଅଧିକାରୀ । ସ୍ପେଶାଲ ସ୍କ୍ୱାଡ୍‌ ସହାୟତାରେ ୩୧ଟି ଗାଡ଼ି ଠାବ ସହ ମୋଟ ୮ ଜଣଙ୍କୁ ଗିରଫ କରାଯାଇଥିଲା । ଲୁଟର ଶିକାର ହୋଇଥିବା ଲୋକଙ୍କୁ ଗାଡି ଫେରସ୍ତ କରିଛନ୍ତି ପୋଲିସ କମିଶନର ।
 

  • Reported by:
  • CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now