Advertisment

ଇଏ କେମିତିକା ପ୍ରେମିକ, ପ୍ରେମିକାକୁ ଗର୍ଭବତୀ କରି ଛୁ

ରାଜଧାନୀରେ ଆଉ ଏକ ଧୋକାବାଜ ପ୍ରେମିକ । ପ୍ରେମିକା ସହ ସତ ଭଲପାଇବାର ଛଳନା କରି ତାଙ୍କୁ ଗର୍ଭବତୀ କରିବା ପରେ ବିବାହ ପ୍ରତିଶ୍ରୁତି ଦେଇ ଛୁ ମାରିଥିବାର ଅଭିଯୋଗ କରିଛନ୍ତି ଯୁବତୀ। ଖଣ୍ତଗିରି ଥାନା ଅଧିକାରୀଙ୍କ ଠାରୁ ନ୍ୟାୟ ନ ମିଳିବା ପରେ ସେ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଥିବାର ଦେଖିବାକୁ ମିଳିଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Partner Betrays Woman

Partner Betrays Woman

ଲଭ୍ ସେକ୍ସ ଧୋକା । ଅର୍ଥାତ ଭଲପାଇ ଶାରିରୀକ ସମ୍ପର୍କ ରଖି ତାପରେ ଛାଡିଦେବା । ଏଭଳି କିଛି ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ଭୁବନେଶ୍ୱର ଜଣେ ଯୁବ ବ୍ୟବସାୟୀ ଅଙ୍କିତ ଅଗ୍ରୱାଲ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀଙ୍କୁ ପ୍ରତାରଣା ଦେଉଥିବାର ଅଭିଯୋଗ ହୋଇଛି । ରସିକିଆ ପ୍ରେମିକ ଯୁବତୀକୁ ଗର୍ଭବତୀ କରିବା ପରେ ଛୁଆ ନଷ୍ଟ କରିଦେଇଥିବାର ଅଭିଯୋଗ ହୋଇଛି। ଏନେଇ ଯୁବତୀ ଖଣ୍ତଗିରି ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ଯୁବତୀ ଗଣମାଧ୍ୟମକୁ କହିଛନ୍ତି।

Advertisment

ପୀଡିତା ଯୁବତୀ ଜଣକ ହେଉଛନ୍ତି ଭୁବନେଶ୍ୱର ଏମ୍‌ସ ଫ୍ୟାକଲ୍ଟି ଅଧ୍ୟାପିକା(ପଦ୍ମା) । ତାଙ୍କ କହିବାନୁଯାୟୀ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଯୁବ ବ୍ୟବସାୟୀ ଅଙ୍କିତ ଅଗ୍ରୱାଲ ତାଙ୍କୁ ଫ୍ରେଣ୍ତ ରିକ୍ୱେଷ୍ଟ ପଠାଇଥିଲେ । ପ୍ରଥମେ ତାଙ୍କ ପିତାଙ୍କର ଦେହ ଅସୁସ୍ଥ ଥିବା କହି ଚାଟିଂ ଆରମ୍ଭ କରିଥିଲେ। ଏଥିପାଇଁ ପଦ୍ମା ଭାବ ବିହ୍ୱଳ ହୋଇପଡିଥିଲେ । ତାପରେ କିଛିଦିନ କଥାବାର୍ତ୍ତା ହେବା ପରେ ତାଙ୍କର ଅଙ୍କିତଙ୍କ ସହ ସାକ୍ଷାତକାର ହୋଇଥିଲା। ଏହାରି ଭିତରେ ତାଙ୍କ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ତିନିମାସ ଧରି ଲିଭ୍‌ଇନ୍ ରିଲେସନ୍‌ସିପରେ ରହୁଥିବା କଥା ମଧ୍ୟ ସେ କହିଛନ୍ତି । ଏକଥା ଅଙ୍କିତଙ୍କ ମା ଓ ଭଉଣୀ ଜାଣିଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ପ୍ରତି ଶନିବାର ଓ ରବିବାର ଅଙ୍କିତ ତାଙ୍କ କ୍ୱାର୍ଟରକୁ ଆସି ତାଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲେ। ଏହାରି ମଧ୍ୟରେ ସେ ଗର୍ଭବତୀ ହୋଇଥିଲେ । ଏହାପରେ ଅଙ୍କିତ ତାଙ୍କୁ ଗର୍ଭ ନଷ୍ଟ କରିବା ପାଇଁ ବାଧ୍ୟ କରିଥିଲେ ଏବଂ ତାଙ୍କୁ ଏନେଇ ମେଡିସିନ ମଧ୍ୟ ଦେଇଥିଲେ । ମେଡିସିନକୁ ପାଟିରେ ପୁରାଇ ପାଟିକୁ ଜୋରଜବରଦସ୍ତ ବନ୍ଦ ମଧ୍ୟ କରିଦେଉଥିଲେ । ଏହାପରେ ଅଙ୍କିତ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବାର ସେ କହିଛନ୍ତି । ଏକଥା ଅଙ୍କିତଙ୍କ ପରିବାରବର୍ଗ ଜାଣିଥିବା ସେ କହିଛନ୍ତି।

Advertisment

ଅଙ୍କିତ ତାଙ୍କୁ ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ଡାକ୍ତରଙ୍କ ପାଖକୁ ନେଇଥିଲେ। ସେଠାରେ ତାଙ୍କ ପେଟ କ୍ଲିନ୍ ହୋଇଛି କି ନାହିଁ ଚେକ୍‌ଅପ୍ ମଧ୍ୟ କରାଇଥିଲେ। ପେଟରେ କିଛି ଟିଷୁ ରହିଥିବା ଜାଣି ତାଙ୍କୁ ଆଉ କିଛିଦିନ ମେଡିସିନ୍ ଖାଇବାକୁ ବାଧ୍ୟ କରିଥିଲେ । ଡାକ୍ତରଙ୍କୁ ଦେଖାଇବା ପରେ ସେ ମୋତେ ଧରି ମୋ ରୁମ୍‌କୁ ଆସିଥିଲେ। ତାଙ୍କ ଭଉଣୀଙ୍କ ପରାମର୍ଶରେ ସେ ମୋ ରୁମ୍‌ ଦୁଇ ଦିନ ରହିଥିଲେ ଏବଂ ଏହାପରେ ସେଠାରୁ ଛୁ ମାରିଥିଲେ।

ସେ କହିଛନ୍ତି ଯେ, ଡାକ୍ତରଙ୍କୁ ଦେଖାଇବା ପରେ ମଧ୍ୟ ସେ ସୁସ୍ଥ ହୋଇନଥିଲେ। ୭ରୁ ୧୭ ତାରିଖ ଭିତରେ ବ୍ଲିଡିଂ ବନ୍ଦ ହୋଇନଥିଲା। ସବୁ ଯନ୍ତ୍ରଣାକୁ ସହି ସେହି ଘର ଭିତରେ ପଡ଼ି ରହିଥିଲେ। ଯେତେବେଳେ ଯନ୍ତ୍ରଣା ଅସହ୍ୟ ହେଲା, ମେଡ଼ିକାଲ୍‌ ଯିବା ପାଇଁ ଅଙ୍କିତଙ୍କୁ ଫୋନ୍‌ କରିଥିଲେ। ମାତ୍ର ତାଙ୍କ ଫୋନ୍‌ ଲାଗି ନଥିଲା। ପରେ ସେ ତାଙ୍କ ଭଉଣୀଙ୍କୁ କହିଥିଲେ। ସେ ଫୋନ୍‌ କରି ଅଙ୍କିତଙ୍କ ମାଆଙ୍କୁ କହିଥିଲେ ଯେ ପଦ୍ମାର ଏହି ଅବସ୍ଥା ପାଇଁ ଅଙ୍କିତ ହିଁ ଦାୟୀ । ରାତି ପ୍ରାୟ ୨ଟା ବେଳେ ଅଙ୍କିତଙ୍କ ମାଆ ଆସି ମୋତେ ମେଡ଼ିସିନ୍‌ ଦେଇ ପଳାଇ ଯାଇଥିଲେ।

ଅଙ୍କିତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଛୁ ମାରିଥିବାର ସେ ଖଣ୍ତଗିରି ଥାନାରେ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା କଥା ସେ ଗଣମାଧ୍ୟମକୁ ଜଣାଇଛନ୍ତି। ସେଥିପାଇଁ ସେ ଆଜି ପୁଲିସ କମିଶନରଙ୍କୁ ଭେଟି ଗୁହାରୀ କରିଛନ୍ତି।

Partner Betrays Woman Case Filled
Advertisment
Advertisment