Astrospeak
  • Live TV
  • Read In English

Bhubaneswar Baby Kidnapping: ରାଜଧାନୀ ଛାତି ଉପରୁ ପିଲା ଚୋରି, ଏ ଯାଏ ପୋଲିସ୍ ହାତ ଖାଲି

ଶନିବାର ରାତିରେ ଆଶ୍ରୟସ୍ଥଳୀକୁ ଯିବା ବେଳେ ହଠାତ ଆସିଲା କାଳବୈଶାଖୀ । ୬ ବର୍ଷର ଝିଅ ଓ ଦୁଇ ବର୍ଷର ପୁଅକୁ ଧରି ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ ଦୃଷ୍ଟିବାଧିତ ମାଆ । ରବିବାର ଭୋରରେ ୨ ଜଣ ଲୋକ ଆସିଲେ ସମସ୍ତେ ଶୋଇଥିବା ବେଳେ ଲୋଭ ଦେଖାଇ ଶିଶପୁତ୍ରକୁ ଅପହରଣ କରିବା ଘଟଣାକୁ ୪୦ ଘଣ୍ଟାରୁ ଅଧିକ ସମୟ ହୋଇଥିଲେ ବି ଧରାପଡ଼ିନି ପିଲାଚୋର ।

Bhubaneswar Kidnapping
ଭୁବନେଶ୍ୱର ଅପହରଣ

ରାଜଧାନୀରେ ମାଆ କୋଳରୁ ଶିଶୁ ଚୋରି ଘଟଣାରେ ଏବେ ବି ପୋଲିସ ହାତ ଖାଲି । ଧରାପଡ଼ିନି ଅଭିଯୁକ୍ତ ପିଲା ଚୋର । ଶିଶୁ ପୁତ୍ର ଅପହରଣ ଘଟଣାରେ ତତ୍ପର ହୋଇଉଠିଛି କମିଶନରେଟ୍ ପୋଲିସ । ଅପହରଣକାରୀଙ୍କୁ ଧରିବା ପାଇଁ ଗଠନ ହୋଇଛି ସ୍ପେଶାଲ ଟିମ । ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ସିସିଟିଭି ଯାଞ୍ଚ ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ଖୁବଶୀଘ୍ର ପିଲାକୁ ରେସ୍କ୍ୟୁ କରାଯିବ କହିଛନ୍ତି ଡିସିପି । ତେବେ କିଏ ଓ କାହିଁକି ପିଲାକୁ ମାଆ କୋଳରୁ ଛଡାଇ ନେଲା ? ଏହା ପଛର ପ୍ରକୃତ କାରଣ କ'ଣ ତାହା ଏବେ ସସପେନ୍ସ ଭିତରେ । 

ଅଧିକ ପଢ଼ନ୍ତୁ: ମାଆ ହତ୍ୟାର ବଦଲା ନେଲା ପୁଅ; ବାପାକୁ କଲା ହତ୍ୟା !


ଏ ହେଉଛନ୍ତି ଜୟନ୍ତୀ ମଲ୍ଲିକ । ଭୁବନେଶ୍ବର ଶୈଳଶ୍ରୀ ବିହାର ସର୍ଟ ଷ୍ଟେ ହୋମରେ ରୁହନ୍ତି । ଦୃଷ୍ଟିବାଧିତ ହୋଇଥିବାରୁ ରାମ ମନ୍ଦିର ସମ୍ମୁଖରେ ଭିକ୍ଷାବୃତ୍ତି କରି ପେଟ ପୋଷିଥାନ୍ତି । ସବୁଦିନ ଭଳି ଶନିବାର ରାତିରେ ଆଶ୍ରୟସ୍ଥଳୀକୁ ଯିବାକୁ ବାହାରିଥିବା ବେଳେ ହଠାତ ଆସିଥିଲା କାଳବୈଶାଖୀ । ୬ ବର୍ଷର ଝିଅ ଓ ପାଖରେ ଥିବା ଦୁଇ ବର୍ଷର ପୁଅକୁ ଧରି ମନ୍ଦିର ନିକଟରେ ଆଶ୍ରୟ ନେଇଥିଲେ । ରବିବାର ଭୋରରେ ୨ ଜଣ ଲୋକ ଆସିଲେ । ସମସ୍ତେ ଶୋଇଥିବା ବେଳେ ପାଖରେ ଥିବା ଦୁଇ ବର୍ଷର ଶିଶୁ ପୁତ୍ରକୁ ଲୋଭ ଦେଖାଇ ଅପହରଣ କରିନେଇଥିଲେ । 

ଘଟଣାକୁ ୪୦ ଘଣ୍ଟାରୁ ଅଧିକ ସମୟ ହୋଇଥିଲେ ବି ଧରାପଡ଼ିନି ପିଲା ଚୋର । ଦୁଃଖରେ ଭାଙ୍ଗିପଡ଼ିଥିବା ମାଆ କ୍ୟାମେରା ଆଗରେ କାନ୍ଦି କାନ୍ଦି ପିଲା ଫେରି ଆସିବା ପାଇଁ ପ୍ରଭୁ ଶ୍ରୀରାମଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ସେପଟେ ଏତଲା ପାଇବା ପରେ ତତ୍ପର ହୋଇଉଠିଛି କମିଶନରେଟ ପୋଲିସ । ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ଟିମ ୪ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି । ଛକ ବଜାରରେ ଥିବା ସିସିଟିଭି ଯାଞ୍ଚ ଚାଲିଛି । ମନ୍ଦିର କର୍ତ୍ତୃପକ୍ଷଙ୍କୁ ପଚରାଉଚରା ହୋଇଛି । ଖୁବଶୀଘ୍ର ରେସ୍କ୍ୟୁ କରିବୁ କହିଛନ୍ତି ଭୁବନେଶ୍ୱର ଡିସିପି । 


ସେପଟେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ତଲାସୀ କାର୍ଯ୍ୟ ଜାରି ରହିଛି । ପୁଅଟି ନିଖୋଜ ଥିବାବେଳେ ଝିଅକୁ କିଭଳି ଥଇଥାନ କରାଯିବ ସେନେଇ ଶିଶୁ କଲ୍ୟାଣ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେପଟେ ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିବା କହିଛନ୍ତି ଡିସିପି । ଥାନାଗୁଡିକୁ ମଧ୍ୟ ପିଲାର ଫଟୋ ଦିଆଯାଇଛି । ତୁରନ୍ତ ପୂରା ଘଟଣାର ଖୁଲାସା ହେବ ବୋଲି ସୂଚନା ଦେଇଛନ୍ତି ଡିସିପି । 


ବିଧାନସଭା ତଥ୍ୟ ଅନୁସାରେ, ୮ ମାସରେ ୧୩ ହଜାରରୁ ଅଧିକ ଜଣ ନିଖୋଜ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଶିଶୁ । ଏସବୁ ଭିତରେ ରାଜଧାନୀରୁ ଶିଶୁ ଅପହରଣ ଘଟଣା ଦର୍ଶାଉଛି କମିଶନରେଟ ପୋଲିସ ବ୍ୟବସ୍ଥା କେତେ ଢ଼ିଲା । 
 

ଅଧିକ ପଢ଼ନ୍ତୁ: ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ, ଉଡ଼ାଇଦେବୁ କାର୍