• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଇନ୍‌ଷ୍ଟାଗ୍ରାମ୍‌ରୁ ଅଭିନେତ୍ରୀଙ୍କ ସହ ବନ୍ଧୁତା । ତା’ ପରେ ମୋବାଇଲ୍‌ କଲ୍‌ରେ କଥାବାର୍ତ୍ତା । ଆଉ କିଛି ଦିନ ବିତିଯିବା ପରେ ହୋଇଥିଲା ଦେଖା ସାକ୍ଷାତ । ପୁରୁଷ ବନ୍ଧୁ ଜଣକ ଅଭିନେତ୍ରୀଙ୍କୁ ଦେଖାକରିବା ବାହାନାରେ ଡାକି କରିଥିଲେ ଦୁଷ୍କର୍ମ । ପରେ ପରେ ୨୪ ବର୍ଷୀୟ ଅଭିନେତ୍ରୀ ଏନେଇ ଥାନାରେ ଭିଯୋଗ କରିଛନ୍ତି ।

ଦିନକୁ ଦିନ ସୋସିଆଲ ମିଡିଆର ବ୍ୟବହାର ବଢ଼ୁଥିବାବେଳେ ଯୁବପିଢ଼ିଙ୍କ ଦ୍ୱାରା ଏପରି ଅପରାଧୀକ ଘଟଣା ବି ବଢ଼ିବାରେ ଲାଗିଛି । ନିକଟରେ ଏହିଭଳି ଅନେକ ଖବର ସାମ୍‌ନାକୁ ଆସିଛି । ସୋସିଆଲ ମିଡିଆରେ ବନ୍ଧୁତା ସ୍ଥାପନ କରି ଯୁବତୀ ମାନଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖୁଛନ୍ତି ଅନେକ ଯୁବକ । ପରେ ପରେ ସମାନଙ୍କୁ ଠକି ଦେଇଥିବା ଅଭିଯୋଗ ହୋଇଛି ।

ହେଲେ ବର୍ତ୍ତମାନ ଜଣେ ସାଧାରଣ ଝିଅ ନୁହେଁ, ବରଂ ଜଣେ ଅଭିନେତ୍ରୀଙ୍କ ସହ ସେହିପରି ଘଟଣା ଘଟିଥିବା ଖବର ସାମ୍‌ନାକୁ ଆସିଛି । ଯେଉଁଠି ତାଙ୍କ ସହ ଜଣେ ଯୁବକ ମିଠା ମିଠା କଥା କହି ବନ୍ଧୁତା ସ୍ଥାପନ କରି ତାଙ୍କୁ ଦୁଷ୍କର୍ମ କରିଛନ୍ତି । ପରେ ଯୁବତୀ ଜଣକ ଏନଇ ଥାନାରେ ଅଭିଯୋଗ କରିବା ପରେ ପରେ ପୋଲିସ ତଦନ୍ତ କରୁଛି ।

ଏପରି ଏକ ଘଟଣା ରାଜଧାନୀ ଦିଲ୍ଲୀ ସ୍ଥିତ ଗୁରୁଗ୍ରାମରୁ ଆସିଛି । ଜଣେ ଭୋଜପୁରୀ ଅଭିନେତ୍ରୀଙ୍କୁ ଗୁରୁଗ୍ରାମର ଏକ ହୋଟେଲରେ ଦୁଷ୍କର୍ମ କରାଯାଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ୨୪ ବର୍ଷିୟ ଅଭିନେତ୍ରୀ ଦୁଷ୍କର୍ମ ମାମଲା ଦାୟର କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ଜଣେ ଇନଷ୍ଟାଗ୍ରାମ ବନ୍ଧୁ ତାଙ୍କୁ ସାକ୍ଷାତ କରିବା ବାହାନା କରି ତାଙ୍କୁ ଏକ ହୋଟେଲକୁ ଡାକି ଏହି ଘୃଣ୍ୟ କାମ କରିଛନ୍ତି । ପୀଡିତା ଅଭିଯୋଗରେ କହିଛନ୍ତି ଯେ, ସେ ଜଣେ ଭୋଜପୁରୀ ଅଭିନେତ୍ରୀ । ସେ ଏବେ ଦିଲ୍ଲୀରେ ରହୁଛନ୍ତି ।

ଘଟଣାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସର ସୂଚନା ଅନୁସାରେ ପୀଡିତାଙ୍କ ଇନଷ୍ଟାଗ୍ରାମରେ ବହୁ ସଂଖ୍ୟକ ଫଲୋର୍ସ ରହିଛନ୍ତି । ସେ ନିୟମିତ ତାଙ୍କ ପ୍ରୋଫାଇଲ୍‌ରେ ଭିଡିଓ ପୋଷ୍ଟ କରନ୍ତି । ତାଙ୍କର ଜଣେ ଫଲୋର୍ସ ମହେଶ ପାଣ୍ଡେ ରହିଥିଲେ । ଯିଏ କି ଅଭିନେତ୍ରୀଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ । ତାହା ସହ ଅଭିନେତ୍ରୀଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଦେବାକୁ କହିଥିଲେ ମହେଶ । ତେଣୁ ତାଙ୍କୁ ଦେଖା କରିବାକୁ ଏକ ହୋଟେଲକୁ ଡକାଇଥିଲେ । ହେଲେ ସେଠାରେ ଅଭିନେତ୍ରୀଙ୍କୁ ସେ ଦୁଷ୍କର୍ମ କରିଛନ୍ତି ବୋଲି ଜଣାପଡ଼ିଛି ।

ପୋଲିସ ଅହୁରି କହିଛି କି, ଜୁନ୍ ୨୯ ତାରିଖରେ ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଥିଲା । ପରେ ବ୍ୟକ୍ତି ଜଣକ ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ । ସମ୍ପୂର୍ଣ୍ଣ ଘଟଣାକୁ ନେଇ ପୀଡ଼ିତା ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ମୁଁ ଯେତେବେଳେ ହୋଟେଲରେ ପହଞ୍ଚିଲି, ମହେଶ ହୋଟେଲରେ ଥିଲେ । ମୋତେ କିଛି ପ୍ରଶ୍ନ ପଚାରିବା ପରେ ସେ ମଦ୍ୟପାନ କରିଥିଲେ । ଏହା ପରେ ମୁଁ ସେଠାରୁ ଚାଲିଆସିବା ସମୟରେ ସେ ମୋତେ ଦୁଷ୍କର୍ମ କରିଥିଲେ । ଏହା ପରେ, ଯେତେବେଳେ ମୁଁ ଯିବା ଆରମ୍ଭ କଲି, ସେ ମୋତେ ବାଧ୍ୟ କରି ବଳାତ୍କାର କଲେ ।

ଖାଲି ସେତିକି ନୁହେଁ ପୀଡ଼ିତା ଆହୁରି କହିଛନ୍ତି କି, ତାଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦିଆଯାଇଥିଲା । ତାଙ୍କର କିଛି ବ୍ୟକ୍ତିଗତ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଦେବାକୁ ଧମକ ମଧ୍ୟ ଦିଅଯାଇଥିଲା ।