ଭଦ୍ରକ ବନ୍ଧଗାଁ ପୂର୍ବତନ ସରପଞ୍ଚଙ୍କ ହତ୍ୟା ଘଟଣାରେ ବଡ଼ ଖୁଲାସା । ହତ୍ୟା ପାଇଁ ଅଢେଇ ଲକ୍ଷ ଟଙ୍କାର ସୁପାରି ଦେଇଥିଲା ଅଭିଯୁକ୍ତ । ଆଡଭାନ୍ସ ଆକାରରେ ଦେଇଥିଲା ୪୦ ହଜାର ଟଙ୍କା । ଆଜି ପ୍ରେସମିଟ୍ କରି ଖୁଲାସା କରିଛନ୍ତି ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଓ ଭଦ୍ରକ ଏସପି ମଡକର ସନ୍ଦୀପ । ଗତ ୧୩ ତାରିଖରେ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଥିଲା । ୭ ଦିନ ମଧ୍ୟରେ ପୋଲିସକୁ ଏହି ସଫଳତା ମିଳିଛି ।
ପ୍ରଥମେ ୩ ଅଭିଯୁକ୍ତଙ୍କୁ ଧରିବା ପରେ ମାଷ୍ଟର ମାଇଣ୍ଡ ବିଦ୍ୟୁତ୍ ସାହୁକୁ ଗିରଫ କରିଥିଲା ପୋଲିସ । ମୃତକଙ୍କ ମୋବାଇଲ୍, ବାଇକ୍ ଓ ଜୋତା ଜବତ ହୋଇଛି । ପୋଲିସ ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତର ଧାନ ବ୍ୟବସାୟ ଥିଲା । ମୃତକ ସେବା ସମବାୟ ସମିତିର ସଭାପତି ଥିବାରୁ ତାଙ୍କ ସହ ଶତ୍ରୁତା ଥିଲା । ହତ୍ୟା ପାଇଁ ମୁଖ୍ୟ ଅଭିଯୁକ୍ତ ଆଡଭାନ୍ସ ଆକାରରେ ୪୦ ହଜାର ଟଙ୍କା ଦେଇଥିଲା ।
Also Read
ଅଧିକ ପଢ଼ନ୍ତୁ: ‘ସେମାନେ ମୋତେ ମାରି ବାଇ-ଇଲେକ୍ସନ ଯୋଜନାରେ ଥିଲେ’: ହିମାଂଶୁ ସାହୁ
ମୋଟ୍ ଅଢେଇ ଲକ୍ଷ ଟଙ୍କାର ଡିଲ ହୋଇଥିଲା । ସୁପାରି ନେଇଥିବା ଯୁବକ ବାଦଲ ସାମଲ, ସରୋଜ ସାହୁ ଓ ପ୍ରଶାନ୍ତ ରାଉତ ଯୋଜନା ମୁତାବକ ଚିତ୍ତରଞ୍ଜନଙ୍କୁ ସାଙ୍ଗରେ ଡାକି ମଦ ପିଆଇ ପଛରୁ ଆକ୍ରମଣ କରି ହତ୍ୟା କରିଥିଲେ । ଗତ ୧୩ ତାରିଖ ଦିନ ଭଦ୍ରକ ବ୍ଲକ ବନ୍ଧଗାଁର ପୂର୍ବତନ ସରପଞ୍ଚ ଚିତ୍ତ ରଞ୍ଜନ ରାଉତ ହତ୍ୟା ଘଟଣାରୁ ପରଦା ଉଠାଇଛି ପୋଲିସ । ପୂର୍ବାଞ୍ଚଳ DIG ସତ୍ୟଜିତ ନାୟକ ଓ ଭଦ୍ରକ SP ମଡକର ସନ୍ଦୀପ ସମ୍ପତଙ୍କ ସୂଚନା ଅନୁଯାୟୀ, ରାତି ୧୨ରେ ଫେରିବା ବେଳେ ବାଇକକୁ ସରୋଜ ନାମକ ଯୁବକ ଅଟକାଇଥିଲେ ।
ଅନ୍ୟ ତିନି ଜଣ ମଦ ପିଇବା ପରେ ଖାସି କଟା ଭୁଜାଲିରେ ପଛରୁ ହାଣି ଥିଲେ । ତେବେ ତାହା ସହ ମଦ ପିଇଥିଲେ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କୁ ଧରା ଯାଇଛି । ମୋଟ ଉପରେ ୪ ଅଭିଯୁକ୍ତଙ୍କୁ ଧରା ଯାଇଛି । ସୁପାରି ନେଇଥିବା ଯୁବକ ଘରକୁ ଫେରିବା ବେଳେ ସାଙ୍ଗରେ ଡାକି ମଦ ପିଆଇଥିଲେ, ପରେ ହତ୍ୟା କରିଥିଲେ । ତେବେ ହତ୍ୟାକାରୀ ମାନେ ମାଷ୍ଟର ମାଇଣ୍ଡ ବିଦ୍ୟୁତ୍ ସାହୁର ନିର୍ଦ୍ଦେଶରେ ହତ୍ୟା କରିଥିବା ପୋଲିସ କହିଛି ।