Advertisment

ଦୁଷ୍କର୍ମ ବେଳର ଭିଡିଓ କରି ଯୁବତୀଙ୍କୁ ବ୍ଲାକମେଲ୍; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଜ୍ଞାନପୁର ଥାନା ଅଧିକାରୀ ବିନୋଦ କୁମାର ତିୱାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ରାହୁଲ ଯାଦବ ତାଙ୍କ ବଡ଼ ଭାଇଙ୍କ ଶ୍ୱଶୂର ଘରକୁ ଯିବା ଆସିବା କରନ୍ତି। ଏହି ସମୟରେ ସେହି ଯୁବତୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ମାର୍ଚ୍ଚ ୩ରେ ରାହୁଲ ତାଙ୍କୁ ବାଇକରେ ନେଇ ଦୁଷ୍କର୍ମ କରିଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Blackmail

Blackmail

ଉତ୍ତରପ୍ରଦେଶରୁ ଏକ ଅମାନବୀୟ ଘଟଣା ସାମନାକୁ ଆସିଛି। ଯେଉଁଠି ଜଣେ ୨୦ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଏହାର ଭିଡିଓ ପ୍ରସ୍ତୁତ କରି ବ୍ଲାକମେଲ କରିଛି ଅଭିଯୁକ୍ତ। ଏଥିରେ ଅତିଷ୍ଠ ହୋଇ ଶେଷରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପୀଡିତା। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

Advertisment

ଉତ୍ତରପ୍ରଦେଶର ଭଦୋହିରେ ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି। ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ଭିଡିଓ ପ୍ରସ୍ତୁତ କରାଯାଇଥିଲା। ଏହା ପରେ ଅଭିଯୁକ୍ତ ପୀଡିତାଙ୍କ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲା। ପୀଡିତା ଏହି ଘଟଣା ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ୨୨ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି।

ସୂଚନା ଅନୁଯାୟୀ, ପ୍ରୟାଗରାଜ ଜିଲ୍ଲାର ହାଣ୍ଡିଆ ନିବାସୀ ୨୨ ବର୍ଷୀୟ ରାହୁଲ ଯାଦବ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡିତା ଏନେଇ ପୋଲିସ ନିକଟରେ ଅଭିଯୋଗ କରିବା ସହ ଅଭିଯୁକ୍ତ ଦୁଷ୍କର୍ମ ବେଳର ଭିଡିଓ କରିଥିବା କହିଛନ୍ତି । ଏହାପରେ ଭିଡିଓ ଭାଇରାଲ କରିବାକୁ ଧମକ ଦେବା ଆରମ୍ଭ କରିଥିଲା ଅଭିଯୁକ୍ତ।

Advertisment

ଜ୍ଞାନପୁର ଥାନା ଅଧିକାରୀ ବିନୋଦ କୁମାର ତିୱାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ରାହୁଲ ଯାଦବ ତାଙ୍କ ବଡ଼ ଭାଇଙ୍କ ଶ୍ୱଶୂର ଘରକୁ ଯିବା ଆସିବା କରନ୍ତି। ଏହି ସମୟରେ ସେହି ଯୁବତୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ମାର୍ଚ୍ଚ ୩ରେ ରାହୁଲ ତାଙ୍କୁ ବାଇକରେ ନେଇ ଦୁଷ୍କର୍ମ କରିଥିଲା।

ପୋଲିସ କହିଛି ଯେ ଏହି ଘଟଣା ପରେ ଅଭିଯୁକ୍ତ ମାର୍ଚ୍ଚ ୫ପର୍ଯ୍ୟନ୍ତ ଯୁବତୀଙ୍କୁ ବ୍ଲାକମେଲ କରିବା ସହ ବାରମ୍ୱାର ଦୁଷ୍କର୍ମ କରିଥିଲା। ଏହା ପରେ ପୀଡିତା ପୋଲିସ ନିକଟରେ ପହଞ୍ଚି ଅଭିଯୋଗ କରିଥିଲେ। SHO କହିଛନ୍ତି ଯେ ଯୁବତୀଙ୍କ ଡାକ୍ତରୀ ମାଇନା ଏପର୍ଯ୍ୟନ୍ତ କରାଯାଇ ନାହିଁ। ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଚାଲିଛି।

Blackmail
Advertisment
Advertisment