Advertisment

Bhadark Violence Political Tension: ରାଜନୈତିକ ବିବାଦରୁ ଗୋଷ୍ଠୀ ସଂଘର୍ଷ, ବୋମାମାଡରେ ୭ ଜଣ ଗୁରୁତର

ଭଦ୍ରକ ତିହିଡି ଥାନା କାଁପଡ଼ାରେ ଗୋଷ୍ଠୀ ସଂଘର୍ଷରୁ ବୋମାମାଡ଼ । ରାଜନୈତିକ ବିବାଦରୁ ଗଣ୍ଡଗୋଳ ଘଟିଥିବା କୁହାଯାଉଛି। ଏଥିରେ ୭ଜଣ ଗୁରୁତର ହୋଇଛନ୍ତି।

ଅଦ୍ୟତନ ହୋଇଛି
bhadrak

bhadrak

Advertisment

ଭଦ୍ରକ ତିହିଡି ଥାନା କାଁପଡ଼ାରେ ଗୋଷ୍ଠୀ ସଂଘର୍ଷରୁ ବୋମାମାଡ଼ରାଜନୈତିକ ବିବାଦରୁ ଗଣ୍ଡଗୋଳ ଘଟିଥିବା କୁହାଯାଉଛି। ଏଥିରେ ୭ଜଣ ଗୁରୁତର ହୋଇଛନ୍ତି। ତିହିଡ଼ି ପୋଲିସ ଘଟଣାର ତଦନ୍ତ କରୁଛି। ଗାଁରେ ଚାପା ଉତ୍ତେଜନା ଲାଗିରହିଥିବାରୁ ପୋଲିସ ମୁତୟନ ହୋଇଛନ୍ତି ।

Advertisment

ଭଦ୍ରକ ଜିଲ୍ଲା ତିହିଡ଼ି ଥାନାର କାଁପଡ଼ା ଗାଁରେ ଗଣ୍ଡଗୋଳରେ ୭ ଜଣ ଗୁରୁତର। ରାଜନୈତିକ ବିବାଦରୁ ହାତ ତିଆରି ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ଆହତ ସମସ୍ତଙ୍କୁ ତିହିଡ଼ି ଡାକ୍ତରଖାନାରେ ନିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ହେବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର ରାତିରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ଗାଁ ଦାଣ୍ଡରେ ବୋମାମାଡ଼ କରିଥିଲେ। ଗାଁ ଦାଣ୍ଡରେ ବସିଥିବା କେତେଜଣଙ୍କୁ ଲକ୍ଷ୍ୟ କରି କେତୋଟି ହାତ ତିଆରି ବୋମା ଫିଙ୍ଗିଥିଲେ। ବାରଣ୍ଡାରେ ବସିଥିବା ଲୋକଙ୍କ ନିକଟରେ ବୋମା ଫୁଟିବାରୁ ୭ଜଣ ଗୁରୁତର ହୋଇଛନ୍ତି।

ଏହି ଘଟଣା ପରେ ଭଦ୍ରକ ଏସପି ମଡକର ସନ୍ଦୀପ ସମ୍ପଦ ଓ ଚାନ୍ଦବାଲି ଏସଡ଼ିପିଓ ତ୍ରିଲୋଚନ ସେଠୀ ଘଟଣାସ୍ଥଳରେ ପହଞ୍ଚି ତନ୍ନ ତନ୍ନ କରି ତଦନ୍ତ କରିଛନ୍ତି। ଗ୍ରାମରେ ଏବେବି ଚାପା ଉତ୍ତେଜନା ଲାଗି ରହିଥିବାରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି। ପୋଲିସ ନିଜ ଆଡୁ ପକ୍ଷରୁ ଏତଲା କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସର ଅଭିଯୋଗ ପରେ ପିଡୀତଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ମୋର ଆଶା...ନବୀନଙ୍କୁ ଲେଖିଥିବା ଚିଠି ଅନୁସାରେ ଦଳ ଚାଲିବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Bhadrak Bombing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ