Advertisment

କାଫେରେ ଆଇ‌ଇଡି ବିସ୍ଫୋରଣ, NIA ତଦନ୍ତ ଦାବି କଲେ ପ୍ରହ୍ଲାଦ ଯୋଶୀ

ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ କି ପ୍ରଶ୍ନରେ ମଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ଏବେ ଏହା ସ୍ପଷ୍ଟ ହୋଇନି। ତଦନ୍ତ ଚାଲିଛି।

author-image
Sonali Ojha
Cafe Blast

Cafe Blast

ବେଙ୍ଗାଲୁରୁର ସବୁଠାରୁ ଲୋକପ୍ରିୟ ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟଣାର ଏନଆଇଏ ତଦନ୍ତ ହେବା ଉଚିତ। କିଭଳି ସ୍ଥିତିରେ ଏହି ବିସ୍ଫୋରଣ ଘଟିଲା ତାହାର ଯାଞ୍ଚ ଏନଆଇଏକୁ ଦିଅନ୍ତୁ ରାଜ୍ୟ ସରକାର। ମେଡିକାଲରେ ଆହତଙ୍କୁ ଭେଟିବା ସହ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ।

Advertisment

ଆହତଙ୍କୁ ମେଡିକାଲରେ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ। ଏପଟେ ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ଦୋଷୀ ଚିହ୍ନଟ ହେବେ ବୋଲି ସୂଚନା ଦେଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ତେବେ ବିସ୍ଫୋରଣରେ IED ବ୍ୟବହାର ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ତେବେ ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ କି ପ୍ରଶ୍ନରେ ମଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ ଏବେ ଏହା ସ୍ପଷ୍ଟ ହୋଇନି। ତଦନ୍ତ ଚାଲିଛି। ବିସ୍ଫୋରଣରେ ଗୁରୁତର ଥିବା ୯ ଜଣ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ କାଫେର କର୍ମଚାରୀ। ସିଲିଣ୍ଡର ବ୍ଲାଷ୍ଟ ଯୋଗୁଁ ଏହି ବଡ଼ ଧରଣର ବିସ୍ଫୋରଣ ହୋଇଥିବା ପୋଲିସ କହିଛି।

Advertisment

ସୂଚନା ଅନୁସାରେ, ରାମେଶ୍ୱରମ କାଫେରେ ହଠାତ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ସିସିଟିଭିରେ ଅଭିଯୁକ୍ତ କଏଦ ହୋଇଛି। କାଫେ ଭିତରେ ବ୍ୟାଗ ସହ ଆଇଇଡି ରଖୁଥିବା ଜଣେ ଯୁବକକୁ ଚିହ୍ନଟ କରାଯାଇଛି। କାଫେ କିମ୍ବା ଏହାର ଆଖପାଖ ଅଞ୍ଚଳରୁ ଆଉ କୌଣସି ବିସ୍ଫୋରକ ଜବତ ହୋଇନାହିଁ।

ବିସ୍ଫୋରଣ ବେଳର ସିସିଟିଭ ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ବିସ୍ଫୋରଣ ପରେ ଲୋକମାନେ ଏଣେତେଣ ଦୌଡ଼ୁ ଥିବା ବେଳେ ଜିନିଷପତ୍ର ଭାଙ୍ଗି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ପୁଲିସ୍‌ ଓ ଫରେନ୍ସିକ ଟିମ ମିଳିତ ଭାବେ ଘଟଣାର ଯାଞ୍ଚ କରୁଛନ୍ତି। କାଫେକୁ ମଧ୍ୟ ସିଲ କରାଯାଇଛି।

NIA Pralhad Joshi
Advertisment
Advertisment